-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
31-Jan-2021
ବ୍ରହ୍ମପୁର (କୁମୁଦ ରଂଜନ ବେହେରା) : ବାରହା ଫାଶରୁ ଉଦ୍ଧାର ବାଘର ମୃତ୍ୟୁ ଘଟଣା । ୬ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଗଂଜାମ ବୁଗୁଡ଼ା ରେଞ୍ଜ ବଡ଼ପଥରରେ ଶିକାରୀ ଫାଶରୁ ଉଦ୍ଧାର ବାଘ ମୃତ୍ୟୁ ଘଟଣାରେ ୬ ଜଣ ଗିରଫ ହୋଇଛନ୍ତି ।
ଗତ ୨୮ ତାରିଖ ଦିନ ବୁଗୁଡ଼ା ରେଞ୍ଜର ବଡ଼ପଥର ଠାରେ ଶିକାରୀ ଫାସରୁ ଉଦ୍ଧାର ପରେ ବାଘର ମୃତ୍ଯୁ ଘଟିଥିଲା । ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରଞ୍ଜିତ ନାଇକଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି ବୁଗୁଡ଼ା ବନ ବିଭାଗ । ପୋଲିସ ସହାୟତାରେ ଗତ ରାତିରେ ଚଢ଼ାଉ କରି ଏମାନଙ୍କୁ ଗିରଫ କରାଯାଇଛି ।
ସେହିପରି ଫାଶରେ ଲାଗି ଥିବା ଏକ ବରାହ କୁ ମଧ୍ୟ ସେମାନେ ମାରି ଖାଇଥିବା ଜଣାପଡିଛି l ୫ ଘଣ୍ଟାର ଅପରେସନ ପରେ ବାଘକୁ ଜାଲରୁ ଉଦ୍ଧାର କରାଯାଇଥିଲା । କିନ୍ତୁ ଜଙ୍ଗଲରେ ଛାଡିବା ପୂର୍ବରୁ ଆଖି ବୁଜିଦେଇଥିଲା କଲରାପତରଆ ବାଘ । ମୃତ କଲରାପତରିଆ ବାଘର ପୋଷ୍ଟ ମର୍ଟମ କରାଯିବା ପରେ ମୃତ ବାଘକୁ ଦାହ କରିଥିଲେ ବନ କର୍ମଚାରୀ । ବାଘର କେଉଁ ପରିସ୍ଥିତିରେ ମୃତ ହେଲେ ତାକୁ ନେଇ ଦେଖାଦେଇଛି ବିବାଦ ।