-+91-9937148622 |

prerana_bgr@rediffmail.com |

  Monday 10th August 2026 |

| | | |

R.N.I. Regd No. ODIODI/2010/46693

Breaking News

ସୁବର୍ଣ୍ଣପୁର ରେ ସଂରକ୍ଷଣ ବିରୋଧି ଆନ୍ଦୋଳନ ର ଜରୁରୀ ବୈଠକ   (10-Aug-2026)       ||      *ପଞ୍ଜୀକରଣ ପ୍ରକ୍ରିୟା ରେ ଜଟିଳତା ର ପ୍ରତିବାଦ କରି ସୁବର୍ଣ୍ଣପୁର ରେ ଚାଷୀ ଙ୍କ ଆନ୍ଦୋଳନ ଧମକ*-   (10-Aug-2026)       ||      ହଳ ଚାଷ ପାଇଁ ବଳଦ ନେଇ ଯାଉଥୁଲେ, ବାଟରେ ଚାଲିଗଲା ଜୀବନ ବିଜୁ ଏକ୍ସପ୍ରେସ୍ ୱେରେ ୧୦୮ ଆମ୍ବୁଲାନ୍ସ ଧକା ରେ ଚାଷୀ ମୃତ   (10-Aug-2026)       ||      ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା   (10-Aug-2026)       ||      ନାରୀ ସଶକ୍ତିକରଣର ପ୍ରତୀକ ହେଉଛନ୍ତି ସରଳା ଦେବୀ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ    (10-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ​ଜାତି ଭୁଲିଲା ନାହିଁ ନିଷ୍ଠୁର ପରିବାର; ମୁକ ନାୟକର ଅନ୍ତିମ ଯାତ୍ରାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସାଜିଲା ସାହାରା   (09-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ଗଙ୍ଗାଧରଙ୍କ କାଳଜୟୀ ସୃଷ୍ଟିରାଜି ଆମ ଓଡ଼ିଆ ଅସ୍ମିତା ଓ ଜାତୀୟ ଚେତନାର ପ୍ରତୀକ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ    (09-Aug-2026)       ||      ଏନ୍.ଇ.ଇ. ଟି ଏବଂ ଜେ.ଇ.ଇ ରେ ସଫଳତାପ୍ରାପ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା♦️ଲକ୍ଷ୍ୟପ୍ରାପ୍ତି ପାଇଁ  ମାନସିକ ପରିଶ୍ରମ ଓ ଲଗାତାର ଉଦ୍ୟମ ଜରୁରୀ   (09-Aug-2026)       ||      ଲୋଇସିଂହା ବ୍ଲକ ବିଜେପି ପକ୍ଷରୁ ହରଘର ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-Aug-2026)       ||      ବରପାଲି ସାମ୍ବାଦିକ ସଂଘ ପକ୍ଷରୁ କର୍କଟ ରୋଗର ନିରୁପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ   (09-Aug-2026)       ||      କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା କାର୍ଯ୍ୟକାରିଣୀ ପାପଡାହାଣ୍ଡି ରେ ଅନୁଷ୍ଠିତ   (09-Aug-2026)       ||      ବିଶ୍ୱ ଆଦିବାସୀ ଦିବସ ରେ ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ପାଇଁ ଦାବି   (09-Aug-2026)       ||      ଲୀଳାନାଟକ କଳାକାର ଅବିନ୍ଦ୍ର ସେଠଙ୍କ ପରଲୋକ     (09-Aug-2026)       ||      ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି ର ସାଧାରଣ ବୈଠକ    (09-Aug-2026)       ||      କ୍ଲଷ୍ଟରସ୍ତରୀୟ ସେବା ନିବୃତ୍ତ ସମ୍ମାନ ଅନୁଷ୍ଠିତ    (09-Aug-2026)       ||      ବ୍ୟକ୍ତିଗତ ସ୍ୱାର୍ଥକୁ ପାଶୋରି ଯୁବବର୍ଗ ଦେଶର ପ୍ରଗତି ରଥର ବାହକ ହେଲେ ଆମେ ବିକଶିତ ଭାରତ ଗଠନ କରିପାରିବା    (09-Aug-2026)       ||      ଅତାବିରା ବ୍ଲକ୍ ଓଷ୍ଟାର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ    (09-Aug-2026)       ||      ପଲ୍ଲୀ ଆଲୋକ ପାଠାଗାର ଦ୍ୱାରା ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ପାଳିତ   (09-Aug-2026)       ||     

HOME   ଜିଲ୍ଲା

୫ ଖଣ୍ଡ ବାଉଁଶ ବାନ୍ଧି ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା

31-Jan-2021



ବଲାଙ୍ଗିର(ପ୍ରେରଣା ଖବର): ମହାମାରୀବେଳେ ମହାଲୁଟ୍ ହୋଇଛି। ଲକଡାଉନ୍ ସମୟରେ ସରକାରୀ ଅର୍ଥ ଆତ୍ମସାତ୍‌ରେ ଅସାଧୁ ଅଫିସର କେମିତି ମାତିଥିଲେ, ଏ ନେଇ ବଲାଙ୍ଗୀରରୁ ସାଂଘାତିକ ଅଭିଯୋଗ ସାଙ୍ଗକୁ ତଥ୍ୟଗତ ପ୍ରମାଣ ଆସିଛି। ସହରର ବିଭିନ୍ନ ପଡ଼ାରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ପରେ କେମିତି ବ୍ୟାରିକେଡ୍ ଲଗା ବାବଦରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ ହୋଇଛି, ଇଏ ତାର ଦସ୍ତାବିଜ୍।

୫ରୁ ୧୦ ଖଣ୍ଡ ଲେଖାଏଁ ବାଉଁଶ ବାନ୍ଧି ବିଲ୍ କରାଇ ଉଠାଇଛନ୍ତି ଲକ୍ଷାଧିକ ଟଙ୍କା। ପୂର୍ତ୍ତ ବିଭାଗର ତଥ୍ୟ କହୁଛି- ୭ଟି ପଡ଼ାରେ ଏ ବାବଦରେ ୪ଲକ୍ଷ ୩୩ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଏଠି ପ୍ରଶ୍ନ ସତରେ କଣ ଏତେ ଟଙ୍କା ଖର୍ଚ୍ଚ ହୋଇଛି? ଜାଣିବା ପାଇଁ ଟିକେ ଲକଡାଉନ୍ ବେଳକୁ ଯିବା, ହାତୀଶାଳପଡ଼ା ବସ୍ତି ଅଞ୍ଚଳ ସହ ଏଇଠୁ ସହରର ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଥିଲା।

ପାଞ୍ଚରୁ ଦଶ ଖଣ୍ଡ ବାଉଁଶ ପକାଇ ଏଠାରେ ପ୍ରଶାସନ ଲଗାଇଥିଲା ବ୍ୟାରିକେଡ୍ କିନ୍ତୁ ସେ ବାବଦରେ କୁଆଡ଼େ ୨ଲକ୍ଷ ୪୨ ହଜାର ୪୧୬ ଟଙ୍କା ଖର୍ଚ୍ଚ ହୋଇଛି। ଠିକ୍ ସେମିତି ଠିକାଦାର ପଡ଼ାରେ ୫ରୁ ୭ଖଣ୍ଡ ବାଉଁଶରେ ବ୍ୟାରିକେଡ୍ ଲଗାଯାଇ ୩୯ ହଜାର ୪୫୬ଟଙ୍କା  ବିଲ୍ ହୋଇଛି। ରୁଗୁଡ଼ିପଡ଼ାର ବ୍ୟାରିକେଡ୍‌ରେ କୁଆଡ଼େ ୨୦ ହଜାର ୨୬ ଟଙ୍କାର ବାଉଁଶ ଲାଗିଛି।

ସେମିତି ବେହେରାପାଲ୍ଲୀରେ ୨୩ ହଜାର ୬୦୩ଟଙ୍କା, ସୁଦପଡ଼ାରେ ୨୩ ହଜାର ୯୮୪, ରାଧାରାଣୀପଡ଼ାରେ ୧୧ ହଜାର ୭ଶହ ଟଙ୍କା ଖର୍ଚ୍ଚ ଦର୍ଶାଯାଇଛି। ଏମିତିକି CGST ଓ SGST ବାବଦରେ ୪୬ ହଜାରରୁ ଅଧିକ ଟଙ୍କାକୁ ମିଶାଇ ମୋଟ୍ ୪ଲକ୍ଷ ୩୩ ହଜାର ୨ଶହ ଟଙ୍କା ଖର୍ଚ୍ଚ ଦର୍ଶାଯାଇଛି। ଦିନ ଦ୍ୱିପହରେ ଆଖିରେ ଆଙ୍ଗୁଠି ଗେଞ୍ଜି ହୋଇଥିବା ଏ ଦୁର୍ନୀତିକୁ କିନ୍ତୁ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରିପାରି ନାହାନ୍ତି।

ସମୁଦାୟ ୫୦ଟି ବାଉଁଶ ଲାଗିଛି। କିନ୍ତୁ ଏନେଇ ୨.୫ ଲକ୍ଷ ଟଙ୍କା ଖର୍ଚ୍ଚ କିପରି ହେଲା। ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ନହେଲେ ହାତୀଶାଳପଡ଼ା ବାସିନ୍ଦା ଆନ୍ଦୋଳନକୁ ଓହ୍ଲାଇବେ।ଲି ଚେତାବନୀ ଦେଇଛନ୍ତି l


-ଗୋବିନ୍ଦ ଶତପଥୀ, ହାତୀଶାଳପଡ଼ା ବାସିନ୍ଦା-

ଆମେ ଯେତେବେଲେ ଅସୁବିଧାରେ ଥିଲୁ, ଏଇ ପଇସା ସେତେବେଳେ ଆମ ପାଇଁ ଖର୍ଚ୍ଚ ହୋଇପାରିଥାନ୍ତା। ଏହି ଦୁର୍ନୀତିରେ ଉପରୁ ତଳ ପର୍ଯ୍ୟନ୍ତ ଉପରୁ ତଳ ପର୍ୟ୍ୟନ୍ତ ସମସ୍ତେ ଲିପ୍ତ ଅଛନ୍ତି। 


-ଶତ୍ରୁଘ୍ନ ବାଗ, ସ୍ଥାନୀୟ ବାସିନ୍ଦା

ଏଠି ପ୍ରଶ୍ନ- ବଲାଙ୍ଗିର ସହରରେ ବ୍ୟାରିକେଡ୍ ନାଁରେ ଏ ମହାଲୁଟ୍ ପଛରେ କେବଳ ପୂର୍ତ୍ତ ବିଭାଗ ନା ପୁରା ପ୍ରଶାସନ ସାମିଲ୍ ଅଛନ୍ତି ? କାରଣ ଶହେ କି ଦୁଇ ଶହ ଟଙ୍କାର ଛଅରୁ ୧୦ ଖଣ୍ଡ ବାଉଁଶ ଲଗାଇ ଲକ୍ଷ ଲକ୍ଷ ଟଙ୍କାର ବିଲ୍ ହେଲାବେଳେ ଇଂଜିନିୟରଙ୍କଠୁ ଉପ-ଜିଲ୍ଲାପାଳ ଏମିତିକି ଜିଲ୍ଲାପାଳଙ୍କ ଯାଏଁ କେହି ଜଣେ ହେଲେ କେମିତି ଜାଣି ପାରିଲେନି

::::::::::::::::::::::::::::::::::::::::::::::::::::::::::::::  :::::::::  ::

କୋଭିଡ୍ ସମୟରେ ମୁଁ ଏଠାରେ ନଥିଲି।  ମୁଁ ଏବେ ଜଏନ୍ କଲି। କେବଳ ବାଉଁଶ ପାଇଁ ନୁହେଁ, ଆଉ କଣ ଅତିରିକ୍ତ କାମ ହୋଇଛି, ତାହା ଦେଖିବାକୁ ପଡ଼ିବ। ସମସ୍ତ ବ୍ୟୟ ଦେଖିଲେ ତାହା ଜଣାପଡିବ। 
-ବିଭୁଦେନ୍ଦ୍ର ମେହେର, ଅଧୀକ୍ଷଣ ଯନ୍ତ୍ରୀ, ପୂର୍ତ୍ତ ବିଭାଗ, ବଲାଙ୍ଗିର

ଏହା ହେଉଛି ଅସ୍ଥାୟୀ କାର୍ଯ୍ୟ। ଏହା ପୂର୍ତ୍ତ ବିଭାଗ ହିଁ ଉତ୍ତର ଦେଇପାରିବ। ଯଦି ଏଥିରେ କୌଣସି ତ୍ରୁଟି ରହେ ତାହାହେଲେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ନିଆଯିବ। 
-ଚଞ୍ଚଲ ରାଣା, ଜିଲ୍ଲାପାଳ, ବଲାଙ୍ଗିର


News Comment




Photo in News

Advertisment
Lastest News
  ଜିଲ୍ଲା  
ସୁବର୍ଣ୍ଣପୁର ରେ ସଂରକ୍ଷଣ ବିରୋଧି ଆନ୍ଦୋଳନ ର ଜରୁରୀ ବୈଠକ   10-Aug-2026
  ଜିଲ୍ଲା  
*ପଞ୍ଜୀକରଣ ପ୍ରକ୍ରିୟା ରେ ଜଟିଳତା ର ପ୍ରତିବାଦ କରି ସୁବର୍ଣ୍ଣପୁର ରେ ଚାଷୀ ଙ୍କ ଆନ୍ଦୋଳନ ଧମକ*-   10-Aug-2026
  ଜିଲ୍ଲା  
ହଳ ଚାଷ ପାଇଁ ବଳଦ ନେଇ ଯାଉଥୁଲେ, ବାଟରେ ଚାଲିଗଲା ଜୀବନ ବିଜୁ ଏକ୍ସପ୍ରେସ୍ ୱେରେ ୧୦୮ ଆମ୍ବୁଲାନ୍ସ ଧକା ରେ ଚାଷୀ ମୃତ   10-Aug-2026
  ଜିଲ୍ଲା  
ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା   10-Aug-2026
  ଜିଲ୍ଲା  
ନାରୀ ସଶକ୍ତିକରଣର ପ୍ରତୀକ ହେଉଛନ୍ତି ସରଳା ଦେବୀ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ   10-Aug-2026
  ଜିଲ୍ଲା  
ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   09-Aug-2026
  ଜିଲ୍ଲା  
​ଜାତି ଭୁଲିଲା ନାହିଁ ନିଷ୍ଠୁର ପରିବାର; ମୁକ ନାୟକର ଅନ୍ତିମ ଯାତ୍ରାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସାଜିଲା ସାହାରା   09-Aug-2026
  ଜିଲ୍ଲା  
ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   09-Aug-2026
  ଜିଲ୍ଲା  
ଗଙ୍ଗାଧରଙ୍କ କାଳଜୟୀ ସୃଷ୍ଟିରାଜି ଆମ ଓଡ଼ିଆ ଅସ୍ମିତା ଓ ଜାତୀୟ ଚେତନାର ପ୍ରତୀକ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   09-Aug-2026
  ଜିଲ୍ଲା  
ଏନ୍.ଇ.ଇ. ଟି ଏବଂ ଜେ.ଇ.ଇ ରେ ସଫଳତାପ୍ରାପ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା♦️ଲକ୍ଷ୍ୟପ୍ରାପ୍ତି ପାଇଁ  ମାନସିକ ପରିଶ୍ରମ ଓ ଲଗାତାର ଉଦ୍ୟମ ଜରୁରୀ   09-Aug-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ବିଜେପି ପକ୍ଷରୁ ହରଘର ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ବରପାଲି ସାମ୍ବାଦିକ ସଂଘ ପକ୍ଷରୁ କର୍କଟ ରୋଗର ନିରୁପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ   09-Aug-2026

You Might Also Like