-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||     

HOME   ରାଜ୍ୟ

ପାଟଣାଗଡ:  ଅଜିତ ପାତ୍ରର ପୈତୃକଘରେ  ସିବିଆଇ ଛାନଭିନ,ଆପତ୍ତିଜନକ କାଗଜପତ୍ର ଜବତ

13-Nov-2025



ବଲାଙ୍ଗୀର(ପ୍ରେରଣା ଖବର): ବହୁବର୍ଷ ହେଲା ବଡବଡିଆ ବାବୁମାନଙ୍କୁ ହାତକରି କୋଟି କୋଟି ଟଙ୍କା ରୋଜଗାର କରି ଥିବା ଅଜିତ ପାତ୍ର ଶେଷରେ ସିବିଆ ଦ୍ୱାରା ଗିରଫ ହୋଇଛି । ତେବେ ରାଜସ୍ଥାନରେ ଏକ ଜିଏସଟି ମାମଲା ରଫାଦଫା କରିବାକୁ ଜଣେ ଏଜେନ୍ସୀଠାରୁ ୧୮ଲକ୍ଷ ଟଙ୍କା ଲାଞ୍ଚ ନେଉ ଥିବା ବେଳେ ସିବିଆଇ ତାକୁ ଗିରଫ କରିଛି । ତାକୁ ଗିରଫ ପରେ ସିବିଆଇ ଟିମ ଦିଲ୍ଲୀ,ଭୁବନେଶ୍ୱର ସମେତ ପାଟଣାଗଡ ର ତାଙ୍କ ପୈତୃକଘରେ ମଧ୍ୟ ଚଢାଉ କରିଛି । ଏକ ୪ଜଣିଆ ଟିମ ଆସି ବୁଧବାର ପାଟଣାଗଡ ଆସି ତାଙ୍କଘରେ ଚଢାଉକରି ଛାନଭିନ କରିଥିଲେ । ତାଙ୍କ ଦିଲ୍ଲୀବାସଭବନରୁ ସାଢେ ୩ କୋଟିର ନଗଦ ନୋଟ ସମେତ ଦେଢକିଲୋ ସୁନା ଓ ଅନେକ ଗୁଡିଏ ପ୍ଲଟର କାଗଜପତ୍ର ଜବତ କରାଯାଇଥିବା ଏକ ବିଶେଷ ସୂତ୍ôରରୁ ଜଣାପଡିଛି । ପାଟଣାଗଡ ଘରୁ ମଧ୍ୟ ଅନେକ ଆପତ୍ତିଜନକ କାଗଜପତ୍ର ଜବତ କରାଯାଇଥିବା ସୂଚନା ମିଳିଛି । ବୁଧବାର ସିବିଆଇ ଟିମ ପହଞ୍ଚି ସ୍ଥାନୀୟ ପୋଲିସକୁ ନେଇ ଅଜିତ ପାତ୍ରର ଘରେ ଚଢାଉ କରିଥିଲା । ପ୍ରକାଶ ଯେ, ଅଜିତ ପାଟଣାଗଡର ଏକ ସାଧାରଣ ବ୍ୟବସାୟୀ ପରିବାରର ହୋଇଥିବା ବେଳେ ପାଠପଢାପରେ ଗାଡିଭଡା ଲଗାଇ ଚଳୁଥିଲା । ପରେ କିଛି କିଛି ଠିକାକାମ କରିଥିଲା । କିନ୍ତୁ ଭୁବନେଶ୍ୱର ଯାଇ ସେଠାରେ କିଛି ଦୁର୍ନିତୀଗ୍ରସ୍ତ ଅଧିକାରୀ ତଥା ଦେହଲୋଭୀ ଅଧିକାରୀଙ୍କୁ କୌଶଳକରି ହାତ କରି ତାର ନେଟୱାର୍କ ଚଳାଇଲା । ଭୁବନେଶ୍ୱରରେ ବିଜେଡି ଶାସନ ସମୟରେ ଅନେକ ବଡବଡ ଅଧିକାରୀଙ୍କ ସହିତ ତାର ସମ୍ପର୍କ ବଢିଥିଲା ଓ ସେଥିରୁ ସେ ମଧ୍ୟସ୍ଥି କରି ବହୁତ ଟଙ୍କା ରୋଜଗାର କରିଥିଲା । କଟକ ଜିଲ୍ଲାରେ ଏକ ବିବାଦୀୟ ମାମଲାରେ ଫସି ଥରେ ଜେଲକୁ ଗଲାପରେ ସେ ତାର ନେଟୱାର୍କ ଦିଲ୍ଲୀ ଆଡକୁ ବଢାଇଥିଲା । ସେଠାରେ ବହୁତ ବଡବଡ ଅଧିକାରୀଙ୍କ ପ୍ରୋତ୍ସାହନରେ ଏବେ କୋଟି କୋଟି ଟଙ୍କାର ମାଲିକ ହୋଇ ଯାଇଛି ଅଜିତ । ଗତ ୨୦୨୪ରେ ପାଟଣାଗଡରେ ତାର ମାଆଙ୍କ ଶ୍ରାଦ୍ଧଘରେ ଓଡିଶା ସମେତ ଛତିଶଗଡ ରାଜ୍ୟର ଅନେକ ପୋଲିସ ଅଧିକାରୀ ଆସି ଯୋଗଦେଇଥିଲେ । ଯାହାକୁ ନେଇ ପାଟଣାଗଡରେ ଚର୍ଚ୍ଚାର ବିଷୟ ହୋଇଥିଲା । ଅଜିତ ବିଭିନ୍ନ ବିଭାଗ ପକ୍ଷରୁ ହେଉଥିବା ଚଢାଉ ତଥା ଯାଞ୍ଚରେ ମଧ୍ୟସ୍ଥି ସାଜି ରଫାଦଫା କରାଇ ଟଙ୍କା ରୋଜଗାର କରୁଥିଲା । ଏବେ ସେହି ଧନ୍ଦାରେ ସିବିଆଇ ତାକୁ ଧରି ବାନ୍ଧିଛି ଓ ଛାନଭିନ ଚଳାଇଛି । ତା ସହିତ ତାର ଜଣେ ସହଯୋଗୀ ମଧ୍ୟ ଗିରଫ ହୋଇଛି । ଶୁଣାଯାଉଛି ଓଡିଶାର ଏସଆଇ ନିଯୁକ୍ତି କେଳେଙ୍କାରୀରେ ଗିରଫ ହୋଇଥିବା ଶଙ୍କର ପୃଷ୍ଟି ସହିତ ମଧ୍ୟ ଅଜିତର ସମ୍ପର୍କ ରହିଛି । ଶଙ୍କର ପୃଷ୍ଟି କ୍ରାଇମବ୍ରଞ୍ଚର ତଦନ୍ତ ବେଳେ ପୂର୍ବ ସରକାର ଅମଳରେ ହଜାରେ କୋଟିର ଡିଲ ବିଷୟରେ ସୂଚନା ଦେଇଥିଲା । ଏଥିରେ କୁଆଡେ ଅଜିତ ପାତ୍ର ମଧ୍ୟ ରହିଛି । ତେଣୁ ଅଲୁଖୋଳୁ ମହାଦେବ ବାହାରିଲା ଭଳି ସିବିଆର ଏହି ଚଢାଉ ପରେ ଅନେକ ରହସ୍ୟ ଫିଟିବ ବୋଲି ଆଲୋଚନା ହେଉଛି । ତେବେ ଓଡିଶାର କେଉଁ କେଉଁ ଦେହଲୋଭୀ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀ ଅଜିତ ଲିଙ୍କରେ ରହିଛନ୍ତି ତାହାର ମଧ୍ୟ ସବିଶେଷ ତଥ୍ୟ ଖୋଲତାଡ ପରେ ଜଣାପଡିବ ବୋଲି ଚର୍ଚ୍ଚା ଯୋର ଧରିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026

You Might Also Like