-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
13-Nov-2025
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ବ୍ଲକ ଅନ୍ତର୍ଗତ ଫୁଲମୁଠି ଗ୍ରାମରେ ନୂତନ କରି ନିର୍ମାଣ ହୋଇଥିବା ମା ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ନେଇ ଗୁରୁବାର ସଂଧ୍ୟାରେ ମାହେଶ୍ୱରୀ ମଣ୍ଡପ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।ୱାର୍ଡ ପ୍ରତିନିଧି ଆନନ୍ଦ ହୋତାଙ୍କ ଆବାହକତ୍ୱରେ ଅନୁଷ୍ଟିତ ଏହି ବୈଠକରେ ଗ୍ରାମବାସୀଙ୍କ ସହିତ ବିଶେଷ କରି ଯୁବଗୋଷ୍ଠୀ ସାମିଲ ହୋଇଥିଲେ।ସଚେତନ ନାଗରିକ ପ୍ରମୋଦ କୁମାର ଦାଶ ମନ୍ଦିର ପ୍ରତିଷ୍ଠା ନେଇ ଯୁବ ସମାଜର ଉଦ୍ୟମକୁ ପ୍ରଶଂସା କରିଥିଲେ ଓ ପ୍ରତିଷ୍ଠା ଉତ୍ସବ ପାଳନ ନେଇ ଏକ ଅସ୍ଥାୟୀ କମିଟି ଗଠନ କରିବାକୁ ପରାମର୍ଶ ଦେଇଥିଲେ।ପରେ ଏଥିରେ ସମସ୍ତେ ସହମତି ପ୍ରଦାନ କରି ପ୍ରତିଷ୍ଠା ପରିଚାଳନା କମିଟି ଗଠନ ହୋଇଥିଲା ।ପ୍ରସ୍ତାବ ଓ ସମର୍ଥନ କ୍ରମେ କମିଟିର ସଭାପତି ଭାବେ ବାବୁଲାଲ ପଣ୍ଡା,ଉପ ସଭାପତି ଆନନ୍ଦ ହୋତା,ସମ୍ପାଦକ ପ୍ରକାଶ କୁମାର ରଥ,ସହ ସମ୍ପାଦକ ନୀଳାମ୍ବର ସାହୁ,କୋଷାଧ୍ୟକ୍ଷ ବାମଦେବ ବରିହା,ଗିରିଜା ଶଙ୍କର ସାହୁ ପ୍ରମୁଖଙ୍କୁ ମନୋନୀତ କରାଯାଇଥିବା ବେଳେ ପ୍ରାୟ ୫୦ଜଣ ସଦସ୍ୟ ରହିଛନ୍ତି ।