-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
11-Oct-2020
ରେଢ଼ାଖୋଲ, ୧୧/୧୦- ରେଢ଼ାଖୋଲ ଉପଖଣ୍ଡରେ ଦିନକୁ ଦିନ ହାତୀ ଉପଦ୍ରବ୍ ବଢୁଥିବା ଯୋଗୁଁ ବିଜେପି ପକ୍ଷରୁ ୫ ଦଫା ଦାବିପତ୍ର ଦିଆଗଲା।
ହାତୀ ଉପଦ୍ରବ୍ୟର କ୍ଷତିଗ୍ରସ୍ତ ହେଉଥିବା ଚଷିକୁ ୭ ଦିନ ମଧ୍ୟରେ ଏକରର ପିଛା ୧୦ ହଜାର ପରିବର୍ତ୍ତେ ୩୦ ହଜାର ପ୍ରଦାନ, ହାତୀ ଆକ୍ରମଣରେ ମୃତକଙ୍କ ପରିବାର ଲୋକଙ୍କୁ ୪ ଲକ୍ଷ ପରିବର୍ତ୍ତେ ୬ ଲକ୍ଷ ପ୍ରଦାନ, ହାତୀ ଉପଦ୍ରବ୍ୟ ବଢୁଥିବା ଅଞ୍ଚଳରେ ସୋଲାର୍ ଲାଇଟ୍, ସୋଲାର୍ ଫେନିଶିଂ ବ୍ୟବସ୍ଥା ଏବଂ ରିଜର୍ଭ ଜଙ୍ଗଲରେ ଟ୍ରେଞ୍ଜ ଖୋଲିବା ପାଇଁ ରେଢାଖୋଲ ଡ଼ିଏଫ୍ଓଙ୍କୁ ବିଜେପିର ବରିଷ୍ଟ ନେତା ଗୋବିନ୍ଦ ଅଗ୍ରୱାଲଙ୍କ ନେତୃତ୍ୱରେ ଶିବରାମ ସାହୁ, ହରିହର ସାହୁ, ଜୟରାମ ପୋଢ଼, ଛବିଳ ମାଝୀ, ଦିଲେଶ୍ୱର୍ ମହାକୁଡ ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ପ୍ରମୁଖ ଆଲୋଚନା କରି ଦାବିପତ୍ର ପ୍ରଦାନ କରିଛନ୍ତି l