-+91-9937148622 |
prerana_bgr@rediffmail.com |
Friday 6th November 2026 |
R.N.I. Regd No. ODIODI/2010/46693
Breaking News
11-Oct-2020
Sambalpur(Sanjib panigrahi)-କେନ୍ଦ୍ର ଖାଦ୍ୟ, ପ୍ରକ୍ରିୟା କରଣ ମନ୍ତ୍ରୀ ରାମ ବିଲାସ ପାସୱାନ୍ ଓ ବିଶ୍ୱ ହିନ୍ଦୁ ପରିଷଦର ସମ୍ବଲପୁର ମହାନଗର ସମ୍ପାଦକ ସଞ୍ଜୟ ପଟ୍ଟନାୟକ ବିୟୋଗରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ହୋଟେଲ୍ ଓଲିଭ୍ ଠାରେ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଜନତା ପାର୍ଟିର ବରିଷ୍ଟ ନେତା ଗୋବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶୋକ ଶୋଭାରେ ଦିବଂଗତ ଆତ୍ମାର ସତ୍ ଗଦି ନିମନ୍ତେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା।
ଏହି ଅବସରରେ ଉପସ୍ଥିତ ରହି ସୂର୍ଯ୍ୟ ପାଣଗ୍ରାହୀ, ମୁକେଶ ଯଦୁ ଆନ୍ , ଶ୍ରୀକାନ୍ତ ପାଣିଗ୍ରାହୀ ପ୍ରମୁଖ ସେମାନଙ୍କର ବ୍ୟକ୍ତିତ୍ଵ ବିଷୟରେ ଆଲୋକ ପାତ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଶୋକ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ମୃନ୍ ମୟ ମହାଖୁଡ, ଡିଲେଶ୍ୱର୍ ମହାଖୁଡ଼, ହେମନ୍ତ ନାୟକ୍ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।