-+91-9937148622 |

prerana_bgr@rediffmail.com |

  Sunday 1st November 2026 |

| | | |

R.N.I. Regd No. ODIODI/2010/46693

Breaking News

ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ    (01-Nov-2026)       ||      ୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ    (01-Nov-2026)       ||      ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   (01-Nov-2026)       ||      ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା    (01-Nov-2026)       ||      କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ    (01-Nov-2026)       ||      ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   (01-Nov-2026)       ||      ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ    (01-Nov-2026)       ||      ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ    (01-Nov-2026)       ||      ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   (01-Nov-2026)       ||      ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   (01-Nov-2026)       ||      ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Nov-2026)       ||      ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   (31-Oct-2026)       ||      ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   (31-Oct-2026)       ||      ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   (31-Oct-2026)       ||      ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   (31-Oct-2026)       ||      ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   (31-Oct-2026)       ||      ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   (31-Oct-2026)       ||      ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   (31-Oct-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଅଚାନକ ବିନିକା ପରିଦର୍ଶନ,କର୍ମଚାରୀ ମଧ୍ୟରେ ଛନକା,,,,

06-Nov-2025



ବିନିକା(ହିମାଂଶୁ ଶେଖର ପୁଟେଲ) ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କୁ ସେବା ଯୋଗାଇ ଦେଉଥିବା ଡେଙ୍ଗୁରା ଦେଉଛନ୍ତି ।ହେଲେ କେତେକ ଦୁର୍ନିତୀଖୋର କର୍ମଚାରୀଙ୍କ ଯୋଗୁଁ  ଲୋକେ ଠିକ ଭାବେ ଉପକୃତ ହୋଇ ପାରୁନାହାନ୍ତି ।ଦୌଡ଼ି ଦୌଡ଼ି ନୟାନ୍ତ ହେବା ଭିତିରିଆ ଟଙ୍କା ଦେଲେ ଯାଇ କୁଆଡେ ତାଙ୍କ କାମ ହେଉଥିବା ସାଧାରଣ ଲୋକଙ୍କ ଠାରୁ ଶୁଣିବାକୁ ମିଳୁଛି।କିଛି ମାସ ତଳେ ଜିଲ୍ଲାରେ ଜଣେ ଦକ୍ଷ ଜିଲ୍ଲାପାଳ ଯୋଗଦାନ ପରେ ଲୋକେ ବିଭିନ୍ନ କାର୍ଯ୍ୟାଳୟରୁ ଠିକ ଭାବେ ସେବା ପାଉଛନ୍ତି କି ନାହିଁ ସେନେଇ ଜିଲ୍ଲାର ହତାକର୍ତା ଜିଲ୍ଲାପାଳ ନୃପରାଜ ସାହୁ ଅଚାନକ ବିଭିନ୍ନ କାର୍ଯ୍ୟାଳୟ ପରିଦର୍ଶନ କରି କର୍ମଚାରୀଙ୍କୁ ତାଗିଦ କରିବା ସହ ଦରକାର ପଡିଲେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଉଛନ୍ତି ।ଯାହା ଫଳରେ କର୍ମଚାରୀ ମହଲରେ ଏକ ପ୍ରକାର ଛନକା ପଶିଯାଇଥିବା ବେଳେ ଜିଲ୍ଲାପାଳଙ୍କ ତ୍ୱରିତ ପଦକ୍ଷେପକୁ ଜିଲ୍ଲାର ଜନସାଧାରଣରେ ପ୍ରଶଂସା କରାଯାଉଛି ।ଯାହାକି ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀ ସାହୁ ଅଚାନକ ବିନିକା ସବରେଜିଷ୍ଟ୍ରି ଓ ତହସିଲ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ l ଫଳରେ ଦାୟିତ୍ୱରେ ଥିବା କର୍ମଚାରୀ ଜିଲ୍ଲାପାଳଙ୍କ ଉପସ୍ଥିତକୁ ଦେଖି ହଡବଢାଇ ଯାଇଥିଲେ। କିଏ କଣ କାମ କରୁଛି କି ନାହିଁ ସେ ସବୁକୁ ଭୁଲି କର୍ମଚାରୀ ମାନେ ଥରି ଥରି ନିଜର ଦାୟିତ୍ୟକୁ ସୁଚାରୁ ରୂପେ କରୁଥିବା ଦେଖିବାକୁ ମିଳିଥିଲା।ତେବେ ଜିଲ୍ଲାପାଳ ଶ୍ରୀ ସାହୁ ପରିଦର୍ଶନ ବେଳେ ତହସିଲ କାର୍ଯ୍ୟାଳୟ ଭିତରେ ଓ ବାହାରେ ଅପରିଷ୍କାରକୁ ନେଇ କ୍ଷୋଭ ବ୍ୟକ୍ତ କରିଥିଲେ।  କାର୍ଯ୍ୟାଳୟ କୋଠରୀରେ ପାନ ଘୁଡୁକା ଛେପ,ମକଳ୍ଳା ଜାଲ,ଏଣେତେଣେ ବିଦ୍ୟୁତ ତାର ଝୁଲୁଥିବା ଦେଖି କେମିତି କାମ କରୁଛ ଘର ତୁମର ନୁହେଁ କି ବୋଲି କର୍ମଚାରୀଙ୍କୁ ପ୍ରଶ୍ନ କରିଥିଲେ ।ଅପରିଷ୍କାର କୁ ନେଇ ଫଟୋ ମଧ୍ୟ ଉଠାଇଥିଲେ ।କାର୍ଯ୍ୟାଳୟକୁ ତୁରନ୍ତ ପରିସ୍କାର ପରିଚ୍ଛନ୍ନ ରଖିବାକୁ କହିଥିଲେ ।ବିଭିନ୍ନ କାମର ସମାଧାନ କେତେଦିନ ଭିତରେ ହେବା କଥା ସେନେଇ କୌଣସି ଠାରେ ସୂଚନା ଫଳକ ନଥିବାରୁ ଜିଲ୍ଲାପାଳ ଶ୍ରୀ ସାହୁ ଅସନ୍ତୋଷ ପ୍ରକାଶ କରିଥିଲେ।ତେଣୁ ବିଭିନ୍ନ କାମ ନେଇ ଆସୁଥିବା ଲୋକଙ୍କୁ ହଇରାଣ ହରକତ ନକରି ତାଙ୍କର କାମ ଶୀଘ୍ର କରିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଯେଉଁ କର୍ମଚାରୀ ଦାୟିତ୍ୱରେ ଅବହେଳା କରୁଛନ୍ତି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଥିଲେ ।ସେହିପରି କର୍ତ୍ତଙ୍ଗ ଗ୍ରାମରୁ ଆସିଥିବା ଜଣେ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବା ପରେ ସ୍ଥାନଟି ସରକାରୀ ହୋଇଥିବାରୁ ଆସନ୍ତାକାଲି ଡିମାରକେସନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଜିଲ୍ଲାପାଳଙ୍କ ଏପରି ଅଚାନକ ଗସ୍ତକୁ ବିଭିନ୍ନ ମହଲରେ ସ୍ବାଗତ କରାଯିବା ସହ ଦୁର୍ନୀତି ଖୋର କର୍ମଚାରୀ କିଛି ମାତ୍ରାରେ ସଲଖିବେ ଓ ଲୋକେ ସରକାରୀ ସେବା ସୁବିଧା ଠିକ ଭାବେ ପାଇ ପାରିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ଜିଲ୍ଲାପାଳ ମଝିରେ ମଝିରେ ଅନ୍ୟ କାର୍ଯ୍ୟାଳୟକୁ ମଧ୍ୟ ଅଚାନକ ପରିଦର୍ଶନ କରି ଅବହେଳା କରୁଥିବା କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   01-Nov-2026
  ଜିଲ୍ଲା  
୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ   01-Nov-2026
  ଜିଲ୍ଲା  
ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   01-Nov-2026
  ରାଜ୍ୟ  
ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା   01-Nov-2026
  ଜିଲ୍ଲା  
କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ   01-Nov-2026
  ଜିଲ୍ଲା  
ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   01-Nov-2026
  ଜିଲ୍ଲା  
ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ   01-Nov-2026
  ଜିଲ୍ଲା  
ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ   01-Nov-2026
  ଜିଲ୍ଲା  
ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   01-Nov-2026
  ଜିଲ୍ଲା  
ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   01-Nov-2026
  ଜିଲ୍ଲା  
ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   01-Nov-2026
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   31-Oct-2026

You Might Also Like