-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
06-Nov-2025
(ମନୋରଞ୍ଜନ ତ୍ରିପାଠୀ)
ସୁବର୍ଣ୍ଣପୁର ଜିଲ୍ଲା ରୁ ସତର ବର୍ଷ ରୁ କମ ୨୪ ଜଣ ବାଳକ ଓ ବାଳିକା ଜିଲ୍ଲା ସ୍ତରୀୟ ଖୋକ ପ୍ରତିଯୋଗୀତା ରେ ଭାଗ ନେବାକୁ କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି l ଖେଳ ଶିକ୍ଷକ ଯଶ ବନ୍ତ ପୁଟେଲ ଓ ସୁମତୀ ରେଖା ମେଣ୍ଡଲି ଙ୍କ ନେତୃତ୍ଵ ରେ ଗସ୍ତ କରିଥିବା ଏଇ ଟିମ ରେ ସୁବର୍ଣ୍ଣପୁର ଜିଲ୍ଲା ର ୧୨ ଜଣ ଛାତ୍ର ଓ ୧୨ ଜଣ ଛାତ୍ରୀ ଜିଲ୍ଲା ସ୍ତରୀୟ ଖୋକ ଖୋକ ଖେଳ ରେ ଭାଗ ନେବାକୁ ଯାତ୍ରା କରିଥିବା ଜଣା ଯାଇଛି l ଜିଲ୍ଲା ଶିକ୍ଷା ବିଭାଗ, ଜିଲ୍ଲା ପ୍ରଶାସନ ଓ ସହର ର ବୁଦ୍ଧିଜୀବି ପକ୍ଷରୁ ଏଇ ଖେଳାଳୀ ମାନଙ୍କୁ ଖେଳ ରେ ସଫଳତା ପାଇଁ ଶୁଭ କାମନା ଜଣାଇଥିବା ଖବର ମିଳିଛି l ଏହି ଖେଳ ରେ ମନୋନୀତ ହେବା ପରେ ରାଜ୍ୟ ସ୍ତରୀୟ ଖେଳ ପ୍ରତିଯୋଗିତା ରେ ଭାଗ ନେବେ ବୋଲି ଶ୍ରୀ ପଟେଲ କହିଥିଲେ l