-+91-9937148622 |

prerana_bgr@rediffmail.com |

  Tuesday 11th August 2026 |

| | | |

R.N.I. Regd No. ODIODI/2010/46693

Breaking News

ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||      ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା    (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   (10-Aug-2026)       ||      ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି    (10-Aug-2026)       ||      କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (10-Aug-2026)       ||      ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   (10-Aug-2026)       ||      *ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   (10-Aug-2026)       ||      ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   (10-Aug-2026)       ||      *କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   (10-Aug-2026)       ||      ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   (10-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ    (10-Aug-2026)       ||      ନଦୀ କୂଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ   (10-Aug-2026)       ||      ସୁବର୍ଣ୍ଣପୁର ରେ ସଂରକ୍ଷଣ ବିରୋଧି ଆନ୍ଦୋଳନ ର ଜରୁରୀ ବୈଠକ   (10-Aug-2026)       ||      *ପଞ୍ଜୀକରଣ ପ୍ରକ୍ରିୟା ରେ ଜଟିଳତା ର ପ୍ରତିବାଦ କରି ସୁବର୍ଣ୍ଣପୁର ରେ ଚାଷୀ ଙ୍କ ଆନ୍ଦୋଳନ ଧମକ*-   (10-Aug-2026)       ||     

HOME   ଜିଲ୍ଲା

ଦେଓଗାଁ ଅଶାନ୍ତ ଘଟଣା, ଶାନ୍ତି ପାଇଁ ଲୋକଙ୍କ ସହ ଆଲୋଚନା କଲେ ନରସିଂହ: ଦେଓଗାଁ ପୋଲିସ ପ୍ରତି ଲୋକଙ୍କ ବିଶ୍ୱାସ ରହୁନାହିଁ,ଉଚ୍ଚ ପଦସ୍ଥ ଅଧିକାରୀ ଆସି ଉଚିତ ତଦନ୍ତ କରନ୍ତୁ-ନରସିଂହ

06-Nov-2025



ବଲାଙ୍ଗିର,ବଲାଙ୍ଗିର ନିର୍ବାଚନ ମଣ୍ଡଳି ବିଶେଷ କରି ଦେଓଗାଁ ଅଂଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବହୁତ ଖରାପ ଆଡକୁ ଗତି କରୁଛି । ଦେଓଗାଁ ପୋଲିସର ଅପାରଗତା ପାଇଁ ଛୋଟରୁ ଛୋଟ ଘଟଣା ଉଗ୍ର ରୂପ ନେଉଛି । ଦେଓଗାଁବାସୀ ଏପରି ପରିସ୍ଥିତି କୁ ଠିକ୍ ହିସାବରେ ଧର୍ଯ୍ୟ ଓ ବୁଦ୍ଧିମତା ର ସହ ପରିଚାଳନା କଲେ ଏହା ଆହୁରି ଉଗ୍ର ରୂପ ନେଇ କେଉଁ ଆଡକୁ ଗତି କରିବ କହିହେବନାହିଁ । ତେଣୁ ମୋର ଅନୁରୋଧ ଏଠାରେ ରହୁଥିବା ବିଭିନ୍ନ ଜାତି, ଧର୍ମ, ବଣ୍ଣ ର ଆବାଳ ବୃଦ୍ଧ ବିନୀତା ଯେପରି ଅଂଚଳରେ ଶାନ୍ତି ସ୍ଥାପନ ହୋଇପାରିବ ସେ ଦିଗରେ କାମ କରନ୍ତୁ ବୋଲି ଆଜି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଦେଓଗାଁ ଅଶାନ୍ତ ଘଟଣା ପରିପ୍ରେକ୍ଷିରେ ଦେଓଗାଁ ରେ ପହଂଚି ସ୍ଥାନୀୟ ଜନସାଧାରଣଙ୍କ

ସହ ଆଲୋଚନା ବେଳେ ଲୋକଙ୍କୁ ଅନୁରୋଧ କରିଛନ୍ତି । ସେ ଏହି ପରିପ୍ରେକ୍ଷିରେ ଏହା ମଧ୍ୟ କହିଛନ୍ତି ଯେ ଦେଓଗାଁ ପୋଲିସ ର ଅପାରଗତା ବର୍ତ୍ତମାନ ଦେଓଗାଁ କୁ ଅଶାନ୍ତ କରିଛି । ଏଠାରେ ସୂଚନାଯୋଗ୍ୟ ଯେ ଦେଓଗାଁ ର ଏକ ଗଣ୍ଡଗୋଳ ଘଟଣାକୁ ରଫାଦଫା କରିବା ନେଇ ସ୍ଥାନୀୟ ଏକ ରାଜନେତା ଜନୈକ ଏକ ମହିଳାଙ୍କ ଠୁ ଟଙ୍କା ନେବା ଅଡିତ୍ତ୍ୱଓ / ଭିଡିଓ ଭାଇରାଲ ଘଟଣା ପୋଲିସର ସମ୍ପୃକ୍ତି ଓ କାର୍ଯ୍ୟକଳାପ ଉପରେ ଜନସାଧାରଣ ସନ୍ଦେହ କରୁଛନ୍ତି । ଆହୁରି ମଧ୍ୟ ଦେଓଗାଁ ପୋଲିସ ମହିଳାମାନଙ୍କ ଏଫ୍‌ଆଇଆର୍ ଗ୍ରହଣ ନ କରି ସେମାନଙ୍କୁ ଅସଭ୍ୟ ଭାଷା ପ୍ରୟୋଗ କରୁଛି ବୋଲି ମହିଳାମାନେ ଅଭିଯୋଗ କରୁଛନ୍ତି । ଏପରି ଏକ ଲଜ୍ଜାଜନକ ଘଟଣାରୁ ଦେଓଗାଁ ପୋଲିସ ନଜର ହଟାଇବା ପାଇଁ ଦେଓଗାଁବାସୀଙ୍କ ଉପରେ ଜୁଲୁମ କରୁଛି ବୋଲି ଲୋକେ ଅଭିଯୋଗ କରୁଛନ୍ତି । ତେଣୁ ପୋଲିସ ଲୋକଙ୍କ ବିଶ୍ୱାସ ଭାଜନ ହୋଇ କାମ କରିବା ଉଚିତ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଏହା ସହ ଦେଓଗାଁ ଅଶାନ୍ତ ଘଟଣାରେ ପୋଲିସ ଏଫ୍‌ଆଇଆର ରେ ଏପରି କିଛି ନାଁ ଅଛି ଯିଏ କି ଘଟଣା ସ୍ଥଳରେ ନ ଥିଲେ । ଏପରି କି ସେଥିରୁ କିଛି ଗତ ୬ ମାସ ହେଲା ରାଜ୍ୟ ବାହାରେ ରହୁଛନ୍ତି । ତଥାପି ମଧ୍ୟ ପୋଲିସ ଏଫ୍‌ଆଇଆର ରେ ସେମାନଙ୍କ ନାଁ କେମିତି ଆସିଲା ବୋଲି ଭୟାତୁର ଦେଓଗାଁବାସୀ ଶ୍ରୀ ମିଶ୍ରଙ୍କ ଆଗରେ ଅଭିଯୋଗ କରିଛନ୍ତି । ତା ସହ ସେମାନେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ଏଫ୍‌ଆଇଆର ରେ ନାଁ ନ ଥିବା ଅନେକ ଲୋକଙ୍କୁ ପୋଲିସ ଭୟଭିତ କରିବା ପାଇଁ ଖୋଜୁଛି । ତେଣୁ ଏ ସବୁର ଏକ ନିରପେକ୍ଷ ତଦନ୍ତ କରାଯାଉ ବୋଲି ସେମାନେ କହିଛନ୍ତି । ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ଗ୍ରାମବାସୀଙ୍କୁ କହିଛନ୍ତି ଯେ ଏଫ୍‌ଆଇଆର ରେ ନାଁ ନ ଥିବା ଲୋକ କିମ୍ବା ଘଟଣା ସ୍ଥଳରେ ଉପସ୍ଥିତ ନ ଥିବା ଲୋକଙ୍କ ବାବଦରେ ତଦନ୍ତ କରିବା ପାଇଁ ଏକ ଉଚ୍ଚ ସ୍ତରୀୟ ପୋଲିସ ଅଧିକାରୀ ଯେପରି ଦେଓଗାଁ ଆସି ତଦନ୍ତ କରିବେ ସେ ଦିଗରେ ସେ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକଙ୍କ ସହ ନିଶ୍ଚିତ ଭାବରେ ଆଲୋଚନା କରିବେ ।  ଏହା

ସହ ଯେହେତୁ ଦେଓଗାଁ ପୋଲିସ ଉପରେ ଦେଓଗାଁ ଅଂଚଳ ଲୋକଙ୍କ ବିଶ୍ୱାସ ତୁଟି ଯାଇଛି ତେଣୁ ସେପରି ଅଧିକାରୀଙ୍କୁ ଏଠାରୁ ତୁରନ୍ତ ଅନ୍ୟତ୍ର ବଦଳି ପାଇଁ ମଧ୍ୟ ସେ କହିବେ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଗାଁ ରେ ଯେପରି ପ୍ରତ୍ୟେକ ଜାତି, ଧର୍ମ, ବର୍ଣ୍ଣର ଲୋକେ ଶାନ୍ତିପୂର୍ଣ୍ଣ ଭାବରେ ସହାବସ୍ଥାନ କରିପାରିବେ ସେଥିପାଇଁ ଏକ ଶାନ୍ତି କମିଟି ଗଠନ ପାଇଁ ଆରକ୍ଷୀ ଅଧିକ୍ଷକଙ୍କୁ ଅନୁରୋଧ କରିବେ ବୋଲି ନରସିଂହ ମିଶ୍ର କହିଛନ୍ତି ଏବଂ ଲୋକଙ୍କ ମନରୁ ଭୟ ଦୂର କରିବା ପାଇଁ ତା ସହ ଏକ ଶାନ୍ତିପୂର୍ଣ୍ଣ ମାହୋଲ ଫେରେଇ ଆଣିବା ପାଇଁ ଦେଓଗାଁ ଅଂଚଳରେ ପୋଲିସ ଫୋର୍ସ ମୁତୟନ କରାଯାଉ ବୋଲି ଆରକ୍ଷୀ ଅଧିକ୍ଷକଙ୍କ ଆଗରେ ନିଶ୍ଚିତ ଭାବରେ ପ୍ରସ୍ତାବ ରଖିବେ ବୋଲି କହିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   11-Aug-2026
  ଜିଲ୍ଲା  
ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   11-Aug-2026
  ଜିଲ୍ଲା  
ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   11-Aug-2026
  ଜିଲ୍ଲା  
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   11-Aug-2026
  ଜିଲ୍ଲା  
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   11-Aug-2026
  ଜିଲ୍ଲା  
ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   11-Aug-2026
  ଜିଲ୍ଲା  
ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   11-Aug-2026
  ଜିଲ୍ଲା  
ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା   11-Aug-2026
  ଜିଲ୍ଲା  
ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   10-Aug-2026
  ଜିଲ୍ଲା  
ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି   10-Aug-2026
  ଜିଲ୍ଲା  
କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   10-Aug-2026
  ରାଜ୍ୟ  
ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   10-Aug-2026

You Might Also Like