-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
30-Jan-2021
ରାୟଗଡା (ପ୍ରେରଣା ଖବର) : ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ । ସ୍ତ୍ରୀକୁ ରାସ୍ତାରୁ ହଟାଇବାକୁ ଷଡଯନ୍ତ୍ର ରଚିଥିଲା ସ୍ବାମୀ । ନିଜ ହତ୍ୟା କରି ପୋଲିସ ନିକଟରେ କରିଥିଲା ଅଭିଯୋଗ । ଶେଷରେ ଧରାପଡି ଜେଲ୍ ଗଲା ଅଭିଯୁକ୍ତ ସ୍ବାମୀ । ରାୟଗଡା ଥାନା ହୁଲୁକାତୁଣ୍ଡା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନାଯୋଗ୍ୟ ଯେ, ଗତ ୨୪ ତରିଖରେ ରାୟଗଡା ଥାନା ହୁଲୁକାତୁଣ୍ଡା ଗାଁରେ ଜଣେ ମହିଳା କାଶାଇ ହୁଲୁକାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ହତ୍ୟାକାରୀ ଖୋଦ୍ ମହିଳାଙ୍କ ସ୍ବାମୀ ହତ୍ୟା କରିଥିଲେ। ହତ୍ୟା ଉପରୁ ନଜର ହଟାଇବା ପାଇଁ ସେ ନିଜେ ଯାଇ ଥାନାରେ ଅଭିଯୋଗ କରିଥିଲେ। ତେବେ ପୋଲିସ ଘଟଣାର ତଦନ୍ତ କରିବା ପରେ ନିଜେ ସ୍ବାମୀ ହିଁ ସ୍ତ୍ରୀଙ୍କୁ ହତ୍ୟା କରିଥିଲେ ବୋଲି ପୋଲିସ କହିଛି । ଶନିବାର ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ବିବେକାନନ୍ଦ ଶର୍ମା ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତେବେ ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ ହୋଇଥିବା ଏସପି କହିଛନ୍ତି ।