-+91-9937148622 |

prerana_bgr@rediffmail.com |

  Sunday 9th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ବ୍ଲକ ବିଜେପି ପକ୍ଷରୁ ହରଘର ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-Aug-2026)       ||      ବରପାଲି ସାମ୍ବାଦିକ ସଂଘ ପକ୍ଷରୁ କର୍କଟ ରୋଗର ନିରୁପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ   (09-Aug-2026)       ||      କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା କାର୍ଯ୍ୟକାରିଣୀ ପାପଡାହାଣ୍ଡି ରେ ଅନୁଷ୍ଠିତ   (09-Aug-2026)       ||      ବିଶ୍ୱ ଆଦିବାସୀ ଦିବସ ରେ ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ପାଇଁ ଦାବି   (09-Aug-2026)       ||      ଲୀଳାନାଟକ କଳାକାର ଅବିନ୍ଦ୍ର ସେଠଙ୍କ ପରଲୋକ     (09-Aug-2026)       ||      ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି ର ସାଧାରଣ ବୈଠକ    (09-Aug-2026)       ||      କ୍ଲଷ୍ଟରସ୍ତରୀୟ ସେବା ନିବୃତ୍ତ ସମ୍ମାନ ଅନୁଷ୍ଠିତ    (09-Aug-2026)       ||      ବ୍ୟକ୍ତିଗତ ସ୍ୱାର୍ଥକୁ ପାଶୋରି ଯୁବବର୍ଗ ଦେଶର ପ୍ରଗତି ରଥର ବାହକ ହେଲେ ଆମେ ବିକଶିତ ଭାରତ ଗଠନ କରିପାରିବା    (09-Aug-2026)       ||      ଅତାବିରା ବ୍ଲକ୍ ଓଷ୍ଟାର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ    (09-Aug-2026)       ||      ପଲ୍ଲୀ ଆଲୋକ ପାଠାଗାର ଦ୍ୱାରା ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ପାଳିତ   (09-Aug-2026)       ||      ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା    (08-Aug-2026)       ||      ପ୍ଲାଷ୍ଟିକ୍‌ମୁକ୍ତ ପରିସର ଓ ବର୍ଜ୍ୟବସ୍ତୁ ପରିଚାଳନାରେ କଡ଼ା ଅନୁପାଳନ ନିର୍ଦ୍ଦେଶ   (08-Aug-2026)       ||      ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିଧାୟକ ପାଣ୍ଠିରୁ ବ୍ୟାରିକେଡ୍‌: ଆଗକୁ ସହରରେ ସିସି ଟିଭି ବ୍ୟବସ୍ଥା   (08-Aug-2026)       ||      ଡ଼. ସୁରେନ୍ଦ୍ର ମେହେରଙ୍କୁ ଜୀବନବ୍ୟାପି ସାଧନା ପୁରସ୍କାର   (08-Aug-2026)       ||      ସଂକୀର୍ତ୍ତନ ପ୍ରେମୀ ସୁରେନ୍ଦ୍ର କୁମାର ସାହୁ ଙ୍କ ପରଲୋକ   (08-Aug-2026)       ||      ସରକାରଙ୍କ ତୃଟିପୂର୍ଣ୍ଣ ଚାଷିପଞ୍ଜିକରଣ ନୀତି.. ପ୍ରଭାବିତ ହେବ ବଲାଙ୍ଗୀର ଜିଲ୍ଲାର ୫୦ହଜାର ହେକ୍ଟର ଚାଷଜମି,ବାଦପଡିବେ କ୍ଷୁଦ୍ର ଓ ନାମମାତ୍ର ଚାଷୀ   (08-Aug-2026)       ||      *ମଦ ନିଶାରେ ଅମାନୁଷିକ ବ୍ୟବହାର, ଠେଙ୍ଗାରେ ପିଟି ପିଟି ମାରିଦେଲେ ସମ୍ପର୍କୀୟ ଭାଈକୁ*   (08-Aug-2026)       ||      ରେଭେନ୍ଶା ଅଧ୍ୟାପକ ମାନଙ୍କପ୍ରତି ଅସଦା ଚରଣ ପ୍ରତିବାଦରେ କୁଳପତିଙ୍କୁ ସ୍ମାରକପତ୍ର   (08-Aug-2026)       ||      କଟକରେ ଝାଡ଼ାବାନ୍ତିର କୌଣସି ଗୋଷ୍ଠୀ ସଂକ୍ରମଣ ନାହିଁ   (08-Aug-2026)       ||      ବରଗଡ ଲୋକସଭା କ୍ଷେତ୍ରର ବିଭିନ୍ନ ରାଜମାର୍ଗର ତ୍ବରାନ୍ବିତ କାର୍ଯ୍ୟ,କେତେକ ଫ୍ଲାଇ ଓଭର ଓ ନୂତନ ରାଜମାର୍ଗ ର ଟେଣ୍ଡର ପ୍ରକ୍ରିୟା ଜାରି କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡକରୀଙ୍କୁ ସାକ୍ଷାତ କଲେ ବରଗଡ ଲୋକସଭା ସାଂସଦ   (08-Aug-2026)       ||     

HOME   ରାଜ୍ୟ

ରେଳ ପ୍ରକଳ୍ପ ପାଇଁ ଟଙ୍କା ଆସୁଛି କିନ୍ତୁ ଆରମ୍ଭ ହୋଇପାରୁନି କାମ

29-Jan-2021



ଭୁବନେଶ୍ୱର:(ଶୁଭାଶିଷ ନାୟକ) ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ ପାଇଁ ୨୦୧୬ ବଜେଟରେ କେନ୍ଦ୍ର ସରକାର ଅର୍ଥ ବରାଦ କରିବାର ୫ ବର୍ଷ ପୂରିଥିଲେ ବି ଏଯାଏଁ ଏ ଦିଗରେ କାମ ଆରମ୍ଭ ହୋଇପାରିଲା ନାହିଁ। କାରଣ ଜମି ଅଧିଗ୍ରହଣ ଏ ଦିଗରେ ବାଧକ ସାଜିଛି। ଆଉ ଏବେ ନୂଆ ବଜେଟ ପୂର୍ବରୁ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଛି। ଜାନୁଆରୀ ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ଜୟପୁର ଓ ବୋରିଗୁମ୍ମା ତହସିଲର ବିଭିନ୍ନ ଅଞ୍ଚଳରେ ଜନଶୁଣାଣି ହୋଇଛି। ଅନ୍ୟପକ୍ଷରେ ଜମି ବାବଦ କ୍ଷତିପୂରଣ ଓ ଜମି ହରାଉଥିବା ଲୋକଙ୍କୁ ଥଇଥାନ ନେଇ ସହମତି ହୋଇନପାରିବାରୁ ଶୁଣାଇ ଅଧିକ ଆଗେଇ ପାରିନି।

ଏନେଇ ବରିଷ୍ଠ ସାମ୍ବିଦାକ ପ୍ରକାଶ ଚନ୍ଦ୍ର ଦାଶ କହିଛନ୍ତି ଯେ ଜୟପୁର-ନବରଙ୍ଗପୁର ପାଇଁ କେନ୍ଦ୍ର ସରକାର କାମ ଆଗେଇବା କଥା କହୁଥିବା ବେଳେ ରାଜ୍ୟ  ସରକାର ଯେଉଁଭଳି ଭାବେ କର୍ମଚାରୀ ନିଯୁକ୍ତି ଦେବା କଥା କିମ୍ବା ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ନିଯୁକ୍ତି ଦେବା କଥା ତାହା ଦିଆଯାଉ ନାହିଁ। ତେଣୁ କାମ ବିଳମ୍ବ ହେଉଛି ବୋଲି ପ୍ରକାଶ କହିଛନ୍ତି। ଅନ୍ୟପଟେ କୋରାପୁଟ ଜିଲ୍ଲାପାଳ ଦେବେନ ପ୍ରଧାନ କହିଥଛନ୍ତି “ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ ପାଇଁ ପ୍ରାଇମେରୀ ସର୍ଭେ ପାଇଁ ଦେଇଥିଲୁ। ଏସ୍‌ଆଇଏସ୍‌ ଷ୍ଟଡିର ଡ୍ରାଫ୍ଟ କପି ସୁଧାରିକରଣ ହେବାପରେ ସେହି ଅନୁଯାୟୀ ନିର୍ଦ୍ଦେଶ ନିଆଯିବ।”
କେବଳ ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ ନୁହେଁଁ, ରାଜ୍ୟର ଅନେକ ପ୍ରକଳ୍ପ ଜମି ଅଧିଗ୍ରହଣ ସମସ୍ୟା ଯୋଗୁ ପଡ଼ିରହିଛି। ଏଗୁଡ଼ିକ ପାଇଁ ବଜେଟ୍‌ରେ ଅର୍ଥବରାଦ ହୋଇଥିବା ସତ୍ତ୍ୱେ ଜମି ଅଧିଗ୍ରହଣ ଜାଲରେ ଛନ୍ଦି ହୋଇ ରହିଛି ରାଜ୍ୟର ଅନେକ ରେଳ ପ୍ରକଳ୍ପ।

ଗୁରୁତ୍ୱପୂର୍ଣ୍ଣ ଅନୁଗୁଳ-ସୁକିନ୍ଦା, ହରିଦାସପୁର-ପାରାଦୀପ, ଖୋର୍ଦ୍ଧା-ବଲାଙ୍ଗୀର ପ୍ରକଳ୍ପ ଧୀର ମନ୍ଥର ଗତିରେ ଚାଲିଥିବା ବେଳେ ଜୟପୁର-ମାଲକାନଗିରି, ଖୋର୍ଦ୍ଧାରୋଡ୍-ବିଜୟନଗରମ୍ ବାଏପାସ୍ ପ୍ରକଳ୍ପ ଆରମ୍ଭ ହୋଇପାରିନି। ମାନେଶ୍ୱରରେ ମାଲବାହୀ ଟ୍ରେନ୍ ମରାମତି କାରଖାନା ଓ କଳାହାଣ୍ଡିରେ ପ୍ରସ୍ତାବିତ ଇଲେକ୍ଟ୍ରିକ୍ ଇଞ୍ଜିନ୍ ୱାର୍କସପ୍ କାମ ବି ପ୍ରସ୍ତାବରେ ସୀମିତ ରହିଛି। ବଜେଟ୍‌ରେ ଭଲ ଅର୍ଥ ବରାଦ ସତ୍ତ୍ୱେ ଏସବୁ ପ୍ରକଳ୍ପ ଅନିଶ୍ଚିତତା ମଧ୍ୟରେ ରହିଛି।
୨୦୧୭-୧୮ରେ ଓଡ଼ିଶାକୁ ୫୧୦୨ କୋଟି ମିଳିଥିବା ବେଳେ, ୨୦୧୮-୧୯ରେ ୫୨୫୨, ୨୦୧୯-୨୦ରେ ୫୯୯୩ କୋଟି ଟଙ୍କା ମିଳିଥିଲା। ସେହିପରି ୨୦୨୦-୨୧ ବର୍ଷରେ ରାଜ୍ୟ ପାଇଁ ୪୩୭୩ କୋଟିର ବ୍ୟୟବରାଦ କରାଯାଇଥିଲା। ଏତେ ପରିମାଣର ଅର୍ଥ ମିଳିବା ସତ୍ତ୍ୱେ ରାଜ୍ୟ ସରକାରଙ୍କ ଅନ୍ତରିକତା ଅଭାବରୁ ପ୍ରକଳ୍ପଗୁଡିକ କାମ ତ୍ୱରାନ୍ୱିତ ହୋଇପାରୁନି। ଏପଟେ ଚଳିତ ବଜେଟରେ ଓଡ଼ିଶାକୁ ୭୨୦୦ କୋଟି ଟଙ୍କା ଦେବାକୁ ଦାବି କରିଛନ୍ତି ରାଜ୍ୟ ସରକାର।
ଅନ୍ୟପଟେ ବିଳମ୍ବିତ ରେଳ ପ୍ରକଳ୍ପ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ। ଏନେଇ କଂଗ୍ରେସ ନେତା ପ୍ରଦୀପ ମାଝୀ କହିଛନ୍ତି “ବିଜେପି ଓ ବିଜେଡି ପକ୍ଷରୁ ଏହି ଦୁଇ ଅନୁନ୍ନତି ଜିଲ୍ଲାରେ ରେଳ ଲାଇନ୍‌ ଦେଖାଇବୁ ବୋଲି ଯେଉଁ ପ୍ରତିଶ୍ରୁତି ମିଳିଥିଲା ୫ ବର୍ଷ ପୂରା ଯାଇଥିଲେ ବି ତାହା ପୂରଣ ହୋଇନାହିଁ। ” ତେଣୁ ଜନସାଧାରଣ ମନରେ ତୀବ୍ର ଅସନ୍ତୋଷ ଅଛି ବୋଲି ପ୍ରଦୀପ ମାଝୀ କହିଛନ୍ତି।
କଂଗ୍ରେସର ସମାଲୋଚନରେ ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ସେ କହିଛନ୍ତି “କେନ୍ଦ୍ର ସରକାର ଖୋଲା ହାତରେ ଦେଇ ଚାଲିଛନ୍ତି। ରାଜ୍ୟର ଆବଶ୍ୟକତାଠାରୁ ଅଧିକ ଦେଇ ଚାଲିଛନ୍ତି।” ଓଡ଼ିଶାର ବିକାଶରେ କେନ୍ଦ୍ର ସରକାର ଅର୍ଥ ଦେବାକୁ କେବେ ହେଲେ ଅବହେଳା କରି ନାହାଁନ୍ତି ବୋଲି ପ୍ରତାପ କହିଛନ୍ତି।
ଅନ୍ୟପଟେ ବିଜେଡି ସାସଂଦ ଅମର ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟରେ ଅନେକ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ପୂରା ଟଙ୍କା ଦେବାକୁ ରାଜି ଅଛନ୍ତି। ୫୦ % ଅର୍ଥ ଦେବାକୁ ମଧ୍ୟ ରାଜି ଅଛନ୍ତି । କିନ୍ତୁ କାମ ଆରମ୍ଭ ହୋଇନାହିଁ ବୋଲି ଅମର କହିଛନ୍ତି।

ରାଜ୍ୟରେ ରେଳ ପ୍ରକଳ୍ପଗୁଡ଼ିକର ସ୍ଥିତିକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଅର୍ଥନୀତି ବିଶାରଦ। କେବଳ ଅର୍ଥ ମାଗିଲେ, କିମ୍ବା ବ୍ୟୟ ବରାଦ କଲେ ହେବ ନାହିଁ, ପ୍ରକଳ୍ପ କାମ ଆଗେଇ ନେବା ଲାଗି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଅନ୍ତରିକତା ରହିବା ଉପରେ ଗୁରୁତ୍ୱ ଦେଇଛନ୍ତି ଅର୍ଥନୀତି ବିଶାରଦ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ବ୍ଲକ ବିଜେପି ପକ୍ଷରୁ ହରଘର ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ବରପାଲି ସାମ୍ବାଦିକ ସଂଘ ପକ୍ଷରୁ କର୍କଟ ରୋଗର ନିରୁପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ   09-Aug-2026
  ଜିଲ୍ଲା  
କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା କାର୍ଯ୍ୟକାରିଣୀ ପାପଡାହାଣ୍ଡି ରେ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ବିଶ୍ୱ ଆଦିବାସୀ ଦିବସ ରେ ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ପାଇଁ ଦାବି   09-Aug-2026
  ଜିଲ୍ଲା  
ଲୀଳାନାଟକ କଳାକାର ଅବିନ୍ଦ୍ର ସେଠଙ୍କ ପରଲୋକ     09-Aug-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି ର ସାଧାରଣ ବୈଠକ   09-Aug-2026
  ଜିଲ୍ଲା  
କ୍ଲଷ୍ଟରସ୍ତରୀୟ ସେବା ନିବୃତ୍ତ ସମ୍ମାନ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ବ୍ୟକ୍ତିଗତ ସ୍ୱାର୍ଥକୁ ପାଶୋରି ଯୁବବର୍ଗ ଦେଶର ପ୍ରଗତି ରଥର ବାହକ ହେଲେ ଆମେ ବିକଶିତ ଭାରତ ଗଠନ କରିପାରିବା    09-Aug-2026
  ରାଜ୍ୟ  
ଅତାବିରା ବ୍ଲକ୍ ଓଷ୍ଟାର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ପଲ୍ଲୀ ଆଲୋକ ପାଠାଗାର ଦ୍ୱାରା ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ପାଳିତ   09-Aug-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା   08-Aug-2026
  ଜିଲ୍ଲା  
ପ୍ଲାଷ୍ଟିକ୍‌ମୁକ୍ତ ପରିସର ଓ ବର୍ଜ୍ୟବସ୍ତୁ ପରିଚାଳନାରେ କଡ଼ା ଅନୁପାଳନ ନିର୍ଦ୍ଦେଶ   08-Aug-2026

You Might Also Like