-+91-9937148622 |

prerana_bgr@rediffmail.com |

  Sunday 9th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଏନ୍.ଇ.ଇ. ଟି ଏବଂ ଜେ.ଇ.ଇ ରେ ସଫଳତାପ୍ରାପ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା♦️ଲକ୍ଷ୍ୟପ୍ରାପ୍ତି ପାଇଁ  ମାନସିକ ପରିଶ୍ରମ ଓ ଲଗାତାର ଉଦ୍ୟମ ଜରୁରୀ   (09-Aug-2026)       ||      ଲୋଇସିଂହା ବ୍ଲକ ବିଜେପି ପକ୍ଷରୁ ହରଘର ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-Aug-2026)       ||      ବରପାଲି ସାମ୍ବାଦିକ ସଂଘ ପକ୍ଷରୁ କର୍କଟ ରୋଗର ନିରୁପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ   (09-Aug-2026)       ||      କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା କାର୍ଯ୍ୟକାରିଣୀ ପାପଡାହାଣ୍ଡି ରେ ଅନୁଷ୍ଠିତ   (09-Aug-2026)       ||      ବିଶ୍ୱ ଆଦିବାସୀ ଦିବସ ରେ ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ପାଇଁ ଦାବି   (09-Aug-2026)       ||      ଲୀଳାନାଟକ କଳାକାର ଅବିନ୍ଦ୍ର ସେଠଙ୍କ ପରଲୋକ     (09-Aug-2026)       ||      ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି ର ସାଧାରଣ ବୈଠକ    (09-Aug-2026)       ||      କ୍ଲଷ୍ଟରସ୍ତରୀୟ ସେବା ନିବୃତ୍ତ ସମ୍ମାନ ଅନୁଷ୍ଠିତ    (09-Aug-2026)       ||      ବ୍ୟକ୍ତିଗତ ସ୍ୱାର୍ଥକୁ ପାଶୋରି ଯୁବବର୍ଗ ଦେଶର ପ୍ରଗତି ରଥର ବାହକ ହେଲେ ଆମେ ବିକଶିତ ଭାରତ ଗଠନ କରିପାରିବା    (09-Aug-2026)       ||      ଅତାବିରା ବ୍ଲକ୍ ଓଷ୍ଟାର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ    (09-Aug-2026)       ||      ପଲ୍ଲୀ ଆଲୋକ ପାଠାଗାର ଦ୍ୱାରା ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ପାଳିତ   (09-Aug-2026)       ||      ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା    (08-Aug-2026)       ||      ପ୍ଲାଷ୍ଟିକ୍‌ମୁକ୍ତ ପରିସର ଓ ବର୍ଜ୍ୟବସ୍ତୁ ପରିଚାଳନାରେ କଡ଼ା ଅନୁପାଳନ ନିର୍ଦ୍ଦେଶ   (08-Aug-2026)       ||      ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିଧାୟକ ପାଣ୍ଠିରୁ ବ୍ୟାରିକେଡ୍‌: ଆଗକୁ ସହରରେ ସିସି ଟିଭି ବ୍ୟବସ୍ଥା   (08-Aug-2026)       ||      ଡ଼. ସୁରେନ୍ଦ୍ର ମେହେରଙ୍କୁ ଜୀବନବ୍ୟାପି ସାଧନା ପୁରସ୍କାର   (08-Aug-2026)       ||      ସଂକୀର୍ତ୍ତନ ପ୍ରେମୀ ସୁରେନ୍ଦ୍ର କୁମାର ସାହୁ ଙ୍କ ପରଲୋକ   (08-Aug-2026)       ||      ସରକାରଙ୍କ ତୃଟିପୂର୍ଣ୍ଣ ଚାଷିପଞ୍ଜିକରଣ ନୀତି.. ପ୍ରଭାବିତ ହେବ ବଲାଙ୍ଗୀର ଜିଲ୍ଲାର ୫୦ହଜାର ହେକ୍ଟର ଚାଷଜମି,ବାଦପଡିବେ କ୍ଷୁଦ୍ର ଓ ନାମମାତ୍ର ଚାଷୀ   (08-Aug-2026)       ||      *ମଦ ନିଶାରେ ଅମାନୁଷିକ ବ୍ୟବହାର, ଠେଙ୍ଗାରେ ପିଟି ପିଟି ମାରିଦେଲେ ସମ୍ପର୍କୀୟ ଭାଈକୁ*   (08-Aug-2026)       ||      ରେଭେନ୍ଶା ଅଧ୍ୟାପକ ମାନଙ୍କପ୍ରତି ଅସଦା ଚରଣ ପ୍ରତିବାଦରେ କୁଳପତିଙ୍କୁ ସ୍ମାରକପତ୍ର   (08-Aug-2026)       ||      କଟକରେ ଝାଡ଼ାବାନ୍ତିର କୌଣସି ଗୋଷ୍ଠୀ ସଂକ୍ରମଣ ନାହିଁ   (08-Aug-2026)       ||     

HOME   ରାଜ୍ୟ

ଖୋଲିଛି କିଟ୍ ଜମି କେଳେଙ୍କାରୀର ଆଉ ଏକ ଫର୍ଦ୍ଦ !

30-Jan-2021



ଭୁବନେଶ୍ୱର, (ଶୁଭାଶିଷ ନାୟକ) : କିଟ୍ ଜମି କେଳେଙ୍କାରୀର ଆଉ ଏକ ଫର୍ଦ୍ଦ ଖୋଲିଛି। ସୂଚନା ଅଧିକାର ଆଇନ୍ ବଳରେ ପଦାକୁ ଆସିଛି ସରକାରୀ ଜମି ଜବରଦଖଲର ଆଉ ବିରାଟ ଏକ କାରସାଦି। ସାଧାରଣ ପ୍ରଶାସନ ବିଭାଗ ଅଧିନରେ ଥିବା ପ୍ରାୟ ୧୧ ଏକର ଜମିକୁ କିଟ୍ କର୍ତ୍ତୃପକ୍ଷ ମାଡି ବସିଛନ୍ତି। କେବଳ ଜମିକୁ ନିଜ ଅକ୍ତିଆରରେ ରଖିନାହାନ୍ତି, କେଉଁଠି ବହୁମୂଖୀ ଅଟ୍ଟାଳିକା ତ ଆଉ କେଉଁଠି ଷ୍ଟାଡିୟମ ବି ନିର୍ମାଣ କରି ସାରିଲେଣି।

ସାଧାରଣ ପ୍ରସାଶନ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ, ପ୍ଲଟ ନଂ ୩୪୭ରେ ଥିବା ଅଢେଇ ଏକର ଜମିକୁ ମାଡି ବସି କିଟ୍ କର୍ତ୍ତୃପକ୍ଷ ତାଉପରେ ଏକ ବହୁତଳ ଅଟ୍ଟାଳିକା ନିର୍ମାଣ କରିଛନ୍ତି। ସେହିପରି ଖାତା ନଂ ୪୯୧ ଓ ୪୯୩ ଅନ୍ତର୍ଗତ ପ୍ଲଟ ନଂ ୩୧୮, ୩୧୯,୩୨୦, ଏମିତି ମୋଟ୍ ୬ ଏକର ୯୩୦ ଡିସିମିଲ ଜମିକୁ ଜବରଦଖଲ କରି ଖେଳ ପଡିଆ ଭାବେ କିଟ୍ ବ୍ୟବହାର କରୁଛି।
ଅନ୍ୟପକ୍ଷରେ ପ୍ଲଟ ନଂ ୪୧୨ର ୧ ଏକର ୫୫୦ ଡିସିମିଲ ଏବଂ ପ୍ଲଟ ନଂ ୩୫୦ ଓ ୪୦୭ର ପ୍ରାୟ ଅଧ ଏକର ଜମିକୁ ପାଚେରି ଉଠାଇ କିଟ୍ ନିଜ କବଜାରେ ରଖିଛି। ଏମିତି ପ୍ରାୟ ୧୧ ଏକର ସରକାରୀ ଜମିକୁ କିଟ୍ ଜବରଦଖଲ କରିଥିବା, ୨୦୧୩ ମସିହାରେ ସ୍ଥାନୀୟ ଆରଆଇ ସାଧାରଣ ପ୍ରସାଶନ ବିଭାଗକୁ ରିପୋର୍ଟ ଦେଇଥିଲେ।

ଜିଏ ବିଭାଗର ହାରାହାରି ୧୧ ଏକର ଜମି ଅଚ୍ୟୁତ ସାମନ୍ତ ମାଡ଼ି ବସିଛନ୍ତି। ଜମି ଲିଜ୍‌ରେ ନେବା ପାଇଁ ସେ ବାରମ୍ବାର ଆବେଦନ କରିଛନ୍ତି କିନ୍ତୁ ଜିଏ ବିଭାଗ ଦେଇନି।  ସବୁଠାରୁ ମୂଲ୍ୟବାନ ଜମିକୁ ଅଚ୍ୟୁତ ସାମନ୍ତ ମାଡ଼ିବସିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟ କଥା ଯେ, ବିନା ବିଡିଏ ସ୍ୱୀକୃତିରେ ଉକ୍ତ ଜମି ଉପରେ ବିରାଟକାୟ ଅଟ୍ଟାଳିକା ନିର୍ମାଣ କରିଛନ୍ତି।
-ପ୍ରଦୀପ ପ୍ରଧାନ,ସୂଚନା ଅଧିକାର କର୍ମୀ

ଖାତା ନଂ ୪୯୧ ଓ ୪୯୩ରେ ଥିବା ଜମିର ଜବରଦଖଲକୁ ନେଇ ଓପିପି କେଶ ହେବା ସହ କିଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ମଧ୍ୟ ହୋଇଥିଲା। ଆରଆଇ, ସାଧାରଣ ପ୍ରଶାସନକୁୁ ଦେଇଥିବା ରିପୋର୍ଟରେ ବି ଏକଥା ଉଲ୍ଲେଖ କରିଥିଲେ। ହେଲେ ବିଡମ୍ବନା, କାର୍ଯ୍ୟାନୁଷ୍ଠାନ ନେବେ କଣ, ଜବରଦଖଲ ଜମିକୁ କିଟ୍‌କୁ ଆଲର୍ଟ କରିବା ଲାଗି ସାଧାରଣ ପ୍ରଶାସନ ବିଭାଗ ପାଲଟା ଆରଆଇଙ୍କୁ ନିର୍ଦ୍ଦେଶ ଦେଇଛି ମାତ୍ର ଏହି ଆଲର୍ଟମେଣ୍ଟ ପ୍ରକ୍ରିୟା ଏଯାଏଁ ସରିନଥିଲେ ମଧ୍ୟ କିଟ୍ କର୍ତ୍ତୃପକ୍ଷ ଏସବୁ ଜମିକୁ ନିଜ ଅଧୀନରେ ରଖି ବ୍ୟବହାର କରୁଛନ୍ତି।

ଜେନେରାଲ ଆଡମିନଷ୍ଟ୍ରେସନ୍ ଜାଗାକୁ ଏମାନେ ମାଡ଼ି ବସିଲେ। କିଟ୍‌ ଜବରଦସ୍ତି ମାଡ଼ି ବସିଥିବା ନେଇ ଆରଆଇ ରିପୋର୍ଟ ଦେଇଛନ୍ତି। ତାଙ୍କୁ ବେଦଖଲ କରିବା ପରିବର୍ତ୍ତେ ସେଇ ଆରଆଇଙ୍କୁ ଆଲର୍ଟ କରିବା ପାଇଁ କୁହାଗଲା।  
– ସୁଧୀର ମହାନ୍ତି, ଆଇନଜୀବୀ

ଜଙ୍ଗଲ ଜମି, ବରିଷ୍ଠ ନାଗରିକଙ୍କ ଜମି, ନିରୀହ ଆଦିବାସୀଙ୍କ ଜମି ପରେ ଏବେ ସରକାରୀ ଜମି କିଟ୍ କର୍ତ୍ତୃପକ୍ଷ ବେଆଇନ ଭାବେ ଏମିତି ବିପୁଳ ପରିମାଣର ଜମିକୁ ନିଜ ଅଧୀନରେ ରଖିଥିଲେ ମଧ୍ୟ ସାତ୍ ଖୁନ୍ ମାଫ୍। ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା କିଟ୍ ପରିଚାଳିତ ହେଉଥିବାରୁ ଏତେ ଅନୁକମ୍ପା କି, ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ତେବେ ଏସବୁ ଅଭିଯୋଗ ନେଇ ଯୋଗାଯୋଗ କରାଯାଇଥିଲେ ମଧ୍ୟ କିଟ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଏନ୍.ଇ.ଇ. ଟି ଏବଂ ଜେ.ଇ.ଇ ରେ ସଫଳତାପ୍ରାପ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା♦️ଲକ୍ଷ୍ୟପ୍ରାପ୍ତି ପାଇଁ  ମାନସିକ ପରିଶ୍ରମ ଓ ଲଗାତାର ଉଦ୍ୟମ ଜରୁରୀ   09-Aug-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ବିଜେପି ପକ୍ଷରୁ ହରଘର ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ବରପାଲି ସାମ୍ବାଦିକ ସଂଘ ପକ୍ଷରୁ କର୍କଟ ରୋଗର ନିରୁପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ   09-Aug-2026
  ଜିଲ୍ଲା  
କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା କାର୍ଯ୍ୟକାରିଣୀ ପାପଡାହାଣ୍ଡି ରେ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ବିଶ୍ୱ ଆଦିବାସୀ ଦିବସ ରେ ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ପାଇଁ ଦାବି   09-Aug-2026
  ଜିଲ୍ଲା  
ଲୀଳାନାଟକ କଳାକାର ଅବିନ୍ଦ୍ର ସେଠଙ୍କ ପରଲୋକ     09-Aug-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି ର ସାଧାରଣ ବୈଠକ   09-Aug-2026
  ଜିଲ୍ଲା  
କ୍ଲଷ୍ଟରସ୍ତରୀୟ ସେବା ନିବୃତ୍ତ ସମ୍ମାନ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ବ୍ୟକ୍ତିଗତ ସ୍ୱାର୍ଥକୁ ପାଶୋରି ଯୁବବର୍ଗ ଦେଶର ପ୍ରଗତି ରଥର ବାହକ ହେଲେ ଆମେ ବିକଶିତ ଭାରତ ଗଠନ କରିପାରିବା    09-Aug-2026
  ରାଜ୍ୟ  
ଅତାବିରା ବ୍ଲକ୍ ଓଷ୍ଟାର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ପଲ୍ଲୀ ଆଲୋକ ପାଠାଗାର ଦ୍ୱାରା ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ପାଳିତ   09-Aug-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା   08-Aug-2026

You Might Also Like