-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
16-Oct-2025
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ସ୍ଥିତ ଆଦର୍ଶ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା ଏହି କାର୍ଯ୍ୟକ୍ରମକୁ ବିନିକା ଏନଏସି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଭୋଇ ଉଦ୍ଘାଟନ କରିଥିଲେ।ଏଥିରେ ସମ୍ମାନିତ ଅତିଥି ଭାବେ ସମାଜସେବୀ ବିଜୟ ମହାକୁର,ବିଶ୍ବମ୍ବର ମିଶ୍ର,ଏବିଇଓ ହେମ ସାଗର କାଲସେ,ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧକ୍ଷ ବିମଳ ବିଶ୍ବାଳ,ବିନିକା ହାଇସ୍କୁଲ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ମହାକୁର ଯୋଗଦେଇଥିଲେ ।ବ୍ଲକର ୧୪ଟି କ୍ଲଷ୍ଟର ସ୍ତରୀୟ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରାୟ ୧୮୦ଜଣ ପ୍ରତିଯୋଗୀ ଏଥିରେ ଭାଗ ନେଇ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।ସେଥିରୁ କୃତିତ୍ୱ ହୋଇଥିବା ପ୍ରଥମ,ଦ୍ଵିତୀୟ ୮୦ଜଣ ପ୍ରତିଯୋଗୀ ମାନଙ୍କୁ ଜିଲ୍ଲା ସ୍ତରୀୟ ସୁରଭି ପ୍ରତିଯୋଗିତାରେ ଭାଗ ନେବେ ।ଏହି ଅବସରରେ ପ୍ରତିଭା ମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଗୋଷ୍ଟି ଶିକ୍ଷା ଅଧିକାରୀ ଲକ୍ଷଣ ମିଶ୍ର ଙ୍କ ସଭପତିତ୍ତରେ ଅନୁଷ୍ଟିତ ଉଦଯାପନୀ ଉତ୍ସବରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ମୁଖ୍ୟ ଅତିଥି,ଓଡ଼ିଶା ପ୍ରଶାସନିକ ସେବା କୃତି ଛାତ୍ରୀ ସୁଶ୍ରୀ ସୃତି ଶିଖା ଭୋଇ,ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ଟଙ୍କଧର ଭୋଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ।ସଭାକୁ ଶିକ୍ଷକ ହିମାଂଶୁ ଭୂଷଣ ପଣ୍ଡା ସଂଯୋଜନା କରିଥିବା ବେଳେ ଅନନ୍ତ ପଣ୍ଡା ଓ ଭବାନି ଶଙ୍କର ଜଗଦଲା ସହଯୋଗ କରିଥିଲେ ।