-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
16-Oct-2025
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ସ୍ଥିତ ସିଦ୍ଧାର୍ଥ ଡିଗ୍ରୀ କଲେଜରେ ଗୁରୁବାର ରାଷ୍ଟ୍ରୀୟ ପୋଷଣ ମାସ ୨୦୨୫ ଅନୁଷ୍ଟିତ ହୋଇଯାଇଛି ।ଏଥିରେ କଲେଜ ଅଧ୍ୟକ୍ଷ ଡ଼ ଧୀରେନ୍ଦ୍ର କୁମାର ନାୟକ ଅଧ୍ୟକ୍ଷତା କରି ସୁସ୍ଥ ଜୀବନ ଯାପନ ପାଇଁ ସୁସ୍ଥ ଜୀବନ ଚର୍ଚା ଉପରେ ଆଲୋକପାତ କରିଥିଲେ।ମୁଖ୍ୟ ବକ୍ତା ସିଡିପିଓ ଲକ୍ଷ୍ମୀପ୍ରିୟା ମିଶ୍ର ସୁସ୍ଥ ରହିବା ପାଇଁ ଖାଦ୍ୟ ପରିଚାଳନା ଉପରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।ସମ୍ମାନିତ ଅତିଥି ଭାବେ ବରିଷ୍ଟ ଅଧ୍ୟାପକ ଗୋପାଳ କୃଷ୍ଣ ଦାଶ,ଗୃହ ବିଜ୍ଞାନ ଅଧ୍ୟାପିକା ଜାନକୀ ସାମନି ମାନସିକ ସ୍ଵାସ୍ଥ୍ୟ ଉପରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ ।ସଭାକୁ ଓଡ଼ିଆ ଅଧ୍ୟାପକ ଭଗବାନ ସାହୁ ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ଡିବ୍ୟାଲୋକା ମହାପାତ୍ର ଶେଷରେ ଧନ୍ୟବାଦ କରିଥିଲେ ।ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ କର୍ମଚାରୀ,ଅଧ୍ୟୟନରତ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।