-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
15-Oct-2025
ମାଲକାନଗିରି, ଆଜି ମାଲକାନଗିରି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାରେ ନୂତନ ଭାବେ ସହକାରୀ ନିର୍ବାହୀ ଯନ୍ତ୍ରୀ ମିତ୍ରଭାନୁ ଅର୍କ ଯୋଗଦେଇଛନ୍ତି । ପୂର୍ବରୁ ଏହି ଦାୟିତ୍ୱରେ ମାଲକାନଗିରି ବ୍ଲକ ସହକାରୀ ନିର୍ବାହୀଯନ୍ତ୍ରୀ ଅଭିଜିତ ସେଠୀ ରହିଥିଲେ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଅର୍କ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ସ୍ଥାୟୀ ଭାବେ କେହି ନଥିବା ଯୋଗୁଁ ଆଇଟିଡିଏର ଉନ୍ନୟନମୂଳକ କାର୍ଯ୍ୟ ଏବଂ ବିଲ୍ କରିବାରେ ଅଧିକାଂଶ ସମୟ ବିଳମ୍ବ ହେଉଥିଲା । ବହୁବାର ଠିକାଦାର ମାନେ ଠିକା କାର୍ଯ୍ଯ ସମାପ୍ତ କରି ମଧ୍ୟ ଠିକ୍ ସମୟରେ ବିଲ୍ ହେଉନଥିବାରୁ ଅଶାନ୍ତରେ ଫେରୁଥିଲେ । ବର୍ତ୍ତମାନ ମିତ୍ରଭାନୁ ଅର୍କ ଏହି ଦାୟିତ୍ବ ନେବା ପରେ ଯଥା ସମ୍ଭବ ଆଇଟିଆଇ ର କାର୍ଯ୍ୟକୁ ସୁରୁଖୁରୁରେ ପରିଚାଳନା କରିବା ସହିତ ବିଭିନ୍ନ ସମସ୍ୟାର ଦ୍ରୁତ ସମାଧାନ ହୋଇ ପାରିବ ବୋଲି କୁହାଯାଛି।
(ରିପୋର୍ଟ: କେଶବ ଚନ୍ଦ୍ର ନାୟକ, ମାଲକାନଗିରି)