-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||     

HOME   ଜିଲ୍ଲା

ଘଣ୍ଟାପଡା ପୁଲିସର ବଡ଼ ସଫଳତା, ଡକାୟତି ଉଦ୍ୟମ ପଣ୍ଡ: ୩ ଭୁଜାଲି, ୫ ବାଇକ ଜବତଓ ୬ ଗିରଫ

15-Oct-2025



କଣ୍ଟାମାଳ(ଜୟକୁମାର ମହାରଣା): ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଥାନା ଅଞ୍ଚଳରେ ଡକାୟତି ଉଦ୍ୟମ କରୁଥିବା ଏକ ଗ୍ୟାଙ୍ଗର ୬ ଜଣକୁ କାବୁ କରିଛି ଘଣ୍ଟାପଡା ପୁଲିସ l ସୂଚନା ପ୍ରକାରେ ସୋମବାର ରାତିରେ ସବଇନିସ୍ପେକ୍ଟର ବିଶ୍ଵାମିତ୍ର ଲୋଇଙ୍କ ନେତୃତ୍ୱରେ କନଷ୍ଟେବଳ ଏସ. କହଁର, ଏସ. ଦନ୍ତା, ଗୃହରକ୍ଷୀ ଏସ. ମଲିକ, ବି. କୁମ୍ଭାର ଏବଂ ବି. ପୁଟା ମିଶି ଏକ ଦଳ ପେଟ୍ରିଲିଂ କରୁଥିବା ପ୍ରାୟ ୧୦. ୩୫ ସମୟରେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସୁର୍କାଭଟା ଗ୍ରାମ ନିକଟବର୍ତ୍ତୀ ରାସ୍ତା କଡ଼ରେ ଅନ୍ଧାରରେ କିଛି ଲୋକ ଏକତ୍ରିତ ହୋଇଛନ୍ତି ଏବଂ ସ୍ଥାନୀୟ ଅଞ୍ଚଳରେ ଡକାୟତି କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ଏହି ବିଷୟରେ ଘଣ୍ଟାପଡ଼ା ଥାନା ଅଧିକାରୀଙ୍କୁ

ଜଣାଇବାରୁ ଥାନା ଅଧିକାରୀ ମାଧବ ଚନ୍ଦ୍ର ଟାକ୍ରିଙ୍କ ନିର୍ଦ୍ଦେଶ ଅନୁଯାୟୀ ପେଟ୍ରୋଲିଂ ଗାଡ଼ିକୁ ଘଟଣାସ୍ଥଳରୁ ଏକ ଅଦୃଶ୍ୟ ସ୍ଥାନରେ ରଖି ସୂଚନାର ସତ୍ୟତା ଯାଞ୍ଚ କରିବା ପାଇଁ ପୁଲିସ ଦଳ ଘଟଣାସ୍ଥଳକୁ ଯାଇଥିଲେ । ଘଟଣାସ୍ଥଳ ନିକଟରେ ପହଞ୍ଚିବା ପରେ ସେମାନେ ଦେଖିଲେ ଯେ, ଧୂଆଁର କିଛି ଅଗ୍ନି ନିର୍ଗତ ହେଉଛି ଏବଂ ଡକାୟତି କରିବା ପାଇଁ ଫୁସ୍‌ଫୁସ୍ ଶବ୍ଦ ମଧ୍ୟ ଶୁଣାଯାଉଛି । ପୁଲିସ ଦଳ ନିକଟତର ହେବା ବେଳକୁ ସେମାନେ ଘଟଣାସ୍ଥଳରୁ ଦୌଡ଼ି ପଳାଇବାକୁ ଲାଗିଲେ । ସେମାନଙ୍କ ପିଛା କରିବା ପରେ ସମସ୍ତ ବ୍ୟକ୍ତିଙ୍କୁ ଧରିବାକୁ ସକ୍ଷମ ହୋଇଥିଲା ପୁଲିସ । ତଲାସୀ କରିବା ପରେ ସେମାନଙ୍କ ନିକଟରୁ ୫ଟି ବାଇକ, ୩ଟି ଭୁଜାଲି, ୨ଟି ହାତପଞ୍ଚ, ଗୋଟିଏ ମ୍ୟାଚିସ ବାକ୍ସ ଏବଂ ୫ଟି ମୋବାଇଲ ଫୋନ ମିଳିଥିଲା ସେସବୁକୁ ପୁଲିସ ଜବତ କରିଛି l ଅନ୍ଧାରରେ ଏପରି ଅସ୍ତ୍ରଶସ୍ତ୍ର ରଖି ଏକତ୍ରିତ ହେବାର କାରଣ ପଚାରିବାରୁ ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ ଶେଷରେ ସେମାନେ ସ୍ଥାନୀୟ ଅଞ୍ଚଳରେ ଡକାୟତି କରିବାକୁ ଯୋଜନା କରୁଥିବା ସ୍ୱୀକାର କରିବାରୁ ପୁଲିସ ସେମାନଙ୍କୁ ଗିରଫ କରିଛି l ଗିରଫ ଅଭିଯୁକ୍ତ ମାନେ ହେଲେ ବଲାଙ୍ଗିର ଜିଲା ତୁଷୁରା ଥାନା ଅଧିନ କୁଣ୍ଡେଇମାଲ ଗ୍ରାମର ରାଧେଶ୍ୟାମ ନାଗ(୨୬), ବରାହକୁନା ଗ୍ରାମର ଯଶୋବନ୍ତ ଛତ୍ରିଆ(୨୫), ବଲାଙ୍ଗିର ଜିଲା ପୁଇଁନ୍ତଳା ଥାନା ଅଧିନ କସାବାହାଲି ଗ୍ରାମର ସୁନୀଲ କୁମାର ଷାଣ୍ଢ(୨୨), ସୋନପୁର ଜିଲା ତରଭା ଥାନା ଅଧିନ ଚାରଣିଆପାଲି ଗ୍ରାମର କୃଷ୍ଣ ସରଭଙ୍ଗ(୨୪), ଝିଲିମୁଣ୍ଡା ଗ୍ରାମର ଅର୍ଜୁନ ଷାଣ୍ଢ(୨୮), ଏବଂ ବୌଦ୍ଧ ଜିଲା ଘଣ୍ଟାପଡା ଥାନା ଅଧିନ ଗୋଡ଼ମେଣ୍ଡା ଗ୍ରାମର ସିଦ୍ଧେଶ୍ବର ଭୋଇ(୨୮) ବୋଲି ପୁଲିସ ସୂତ୍ରରୁ ଜଣା ପଡିଛି l ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏନେଇ ଘଣ୍ଟାପଡା ଥାନାରେ ଏକ ମାମଲା ରୁଜୁ କରାଯାଇଛି l ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ଘଣ୍ଟାପଡା ଥାନା ଅଧିକାରୀ ମାଧବ ଚନ୍ଦ୍ର ଟାକ୍ରି ସୂଚନା ଦେଇଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026

You Might Also Like