-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
11-Oct-2025
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): ଡୁଙ୍ଗୁରିପାଲି ବ୍ଲକ ବଡ଼କର୍ଲ ପଂଚାୟତ ଉଚ୍ଚ ବିଦ୍ୟାଳୟର ସଂସ୍କୃତି ଶିକ୍ଷକ ଙ୍କର ଅବସରକାଳୀନ ବିଦାୟ ସମର୍ଧନ ସଭା ଅନୁଷ୍ଠିତ। ସ୍କୁଲ ର ଛାତ୍ରୀ ଛାତ୍ରୀ, ଗ୍ରାମବାସୀ ଓ ସ୍କୁଲ କମିଟି ଉପସ୍ଥିତ ରେ ଙ୍କର ଉପସ୍ଥିତରେ ଏକ ଭବ୍ୟ ସମର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ମଞ୍ଚାସିନ ଥିଲେ ସ୍କୁଲ ର ପରିଚାଳନା କମିଟି ସଭାପତି ଭାରତ ସାହୁ, ସରପଞ୍ଚ ରୋହିତ ସାହୁ, ଉମେଶ ଚନ୍ଦ୍ର ମିଶ୍ର, ରମାକାନ୍ତ ପଧାନ, ସୁବଳ ମାଝୀ, ରାମଗୋପାଳ ପଧାନ, ତହସିଲ ସାହୁ, ଦୌଲଥ ସା ପ୍ରମୁଖ ମଞ୍ଚସିନ ଅତିଥି ମାନେ ତାଙ୍କର ବକ୍ତ୍ୟ ରେ ଶ୍ରଯୁକ୍ତ ମିଶ୍ର ଙ୍କର ସ୍କୁଲ ରେ ଦୀର୍ଘ 37 ବର୍ଷ ବିତାଇଥିବା ଅନୁଭୂତି କୁ ମନେ ପକାଇ ଥିଲେ।ତାପରେ ଶ୍ରୀଯୁକ୍ତ ମିଶ୍ର ତାଙ୍କର ବକ୍ତବ୍ୟ ରେ କହିଥିଲେ ଯେ ଶିକ୍ଷକ ଜୀବନ ହେଉଛି ଏକ ମୂଲ୍ୟବାନ ଓ ଶ୍ରେଷ୍ଠ ଜୀବନ ବୋଲି କହିଥିବା ବେଳେ ଗ୍ରାମବାସୀ, ପୁରାତନ ଛାତ୍ରୀ ଛାତ୍ରୀ, ବର୍ତମାନ ଛାତ୍ରୀ ଛାତ୍ରୀ ସ୍କୁଲ କମିଟି ଦୀର୍ଘ ଦିନ ର ଶିକ୍ଷକତା ରେ ତାଙ୍କର ପ୍ରତି ବହୁତ ଖୁସି ଥିବା ତାଙ୍କର ବକ୍ତବ୍ୟ ରେ କହିଥଲେ। ସ୍କୁଲ କମିଟି ଓ ଗ୍ରାମବାସୀ ପକ୍ଷରୁ ମାନପତ୍ର ଅପଢ଼ୋକ ଦେଇ ସମ୍ମାନିତ କରିଥିବା ବେଳେ ବିଦାଇ ଶିକ୍ଷକ ଙ୍କୁ ଗ୍ରାମରେ ଏକ ଭବ୍ୟ ରଥ ରେ ବିରାଟ ଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା କରି ସମସ୍ତଙ୍କର ଘର ଆଗରେ ଗୋଡ଼ ଦୁହି ଫୁଲ ଚନ୍ଦନ ଦେଇ ବିଦାୟ ଦେଇଥିବା ବେଳେ ସମସ୍ତ ଗ୍ରାମ ବାସୀ ପକ୍ଷରୁ ତାଙ୍କର ଗ୍ରାମ କୁ ନେଇ ପହଁଚିଇ ଥିଲେ ସେଠାରେ ମଧ୍ୟ୍ୟ ପରିବାର ପକ୍ଷରୁ ତାଙ୍କୁ ଭବ୍ୟ ସ୍ଵଗତ ସମୋରଧନ ଦିଆଯାଇଥିଲା।