-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
05-Oct-2025
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ବ୍ଳକ ଜୁଲୁଣ୍ଡା ପଞ୍ଚାୟତ ଅମାମୁଣ୍ଡା ଗାଁର ସରସ୍ବତୀ ପଧାନ(୭୫) ନାମକ ଜଣେ ବୃଦ୍ଧା ଜୋର ପାଣିରେ ଭାସିଯାଇ ମୃତ୍ୟୁ ବରଣ କରିଥିବା ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।ମିଳିଥିବା ସୂଚନା ଅନୁସାରେ ନିକଟ ରେ ଥିବା ଜୁଲୁଣ୍ଡା-କପାସିରା ଗୁରହାଣ୍ଡି ଜୋରକୁ ଯାଇଥିଲେ।ଜୋରରେ ପ୍ରଖର ସ୍ରୋତରେ ପାଣି ଆସୁଥିଲା ହେଲେ ଅସାବଧାନତା ଯୋଗୁଁ ବୃଦ୍ଧା ଜଣକ ପାଣିରେ ଭାସି ଯାଇଥିଲେ ।ଘଟଣା ପ୍ରଘଟ ହେବାପରେ ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣା ସ୍ଥଳକୁ ଅଗ୍ନିଶମ ବାହିନୀ ପହଂଚି ଜୋରରେ ବହୁ ସମୟ ଧରି ଖୋଜାଖୋଜି କରିବା ପରେ ବୃଦ୍ଧାର ଶବକୁ ପାଣି ଭିତରୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ Iତେବେ ବୃଦ୍ଧା ଜଣକ କେମିତି ଜୋରର ପ୍ରଖର ପାଣିରେ ଭାସି ଗଲେ କାରଣ ଅସ୍ପଷ୍ଟ ରହିଛି ।