-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
05-Oct-2025
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): ଡୁଙ୍ଗୁରିପାଲି ବ୍ଲକ ରାମପୁର ମଣ୍ଡଳ ବିଜେପି ପକ୍ଷରୁ ସେବା ପକ୍ଷ ଅନ୍ତିମ ଦିବସ ପାଳନ। ରାମପୁର ମଣ୍ଡଳ ସଭାପତିଙ୍କ ନେତୃତ୍ବରେ ରାମପୁର କେନାଲ ଆଇ ଭି ଠାରେ ସେବା ପକ୍ଷ ପାଳନ ସହିତ ମହାତ୍ମାଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳନ ହୋଇଛି। ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ଜୀବନ ଓ ଦେଶ ପାଇଁ ଦେଇଥିବା ବଳିଦାନ ଉପରେ ନିଜର ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ଯୋଗ ଦେଇଥିବା କାର୍ଯ୍ୟକର୍ତା ମାନେ ହେଲେ ମଣ୍ଡଳ ସଭାପତି ଶ୍ରବଣ ଭୋଇ, ରୁପଧାର ପଧାନ, ଶିବରାଜ ବେହେରା, ବାହାନ ପତ୍ର, ଜପ ପଧାନ,କମ୍ବୁପାଣି ପାତ୍ର, ମଧୁସୂଦନ ମେହେର, ଦର୍ଶନ ମହାକୁର,ସୁଶାନ୍ତ ବାରିକ, ମହାଜନ ସାହୁ,ପ୍ରେମାନନ୍ଦ ମହାକୁର, ଯୁବରାଜ ପଧାନ,ମୁରଲୀ ମହାକୁର,ସାକ୍ଷୀ ଗୋପୀ ରାୟ, ବିଶ୍ବନାଥ ବିଶ୍ବାଳ, ବୀରେନ୍ଦ୍ର କଠାର ପ୍ରମୁଖ ଉପସ୍ଥିତ ରହି ପାଳନ କରିଥିଲେ।