-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ଜିଲ୍ଲା

କିରାବାହାଲ ରାଣୀପାଲି ଓ କୁଶଙ୍ଗ ଦୈବିପୀଠ ଦର୍ଶନ କଲେ ନରସିଂହ ପାର୍ବଣ ଭାଇଚାରା ଓ ବିକାଶ ର ବାର୍ତ୍ତାବହ ହେଉ-ନରସିଂହ

30-Sep-2025



ବଲାଙ୍ଗିର, (ପ୍ରେରଣା ଖବର)
 ଶାରଦୀୟ ଦୁର୍ଗାପୂଜା ବହୁତ ଜାଗଜମକରେ ଓ ଭକ୍ତିଭାବରେ ଆମ ଅଂଚଳରେ ପାଳନ କରିଆସୁଛୁଁ । ଏ ଅବସରରେ ମାଁ ଙ୍କ ଆଗମନ ଆମ ଭିତରେ ନୂତନ ଉତ୍ସାହ ଉଦ୍ଦିପନା ସୃଷ୍ଟି କରେ । ମାଁ ଙ୍କ ପୂଜା ମାଧ୍ୟମରେ ଆମେ ସମସ୍ତେ ଏକତ୍ରିତ ହୋଇ ଏକ ଏକତା ବନ୍ଧନରେ ବାନ୍ଧି ହୋଇଥାଉଁ । ମାଁ ଙ୍କ ପୂଜା ଦ୍ୱାରା ଅଂଚଳର ଆମେମାନେ ବିକାଶ କାମନା କରିବା ସହିତ ଅଧର୍ମ ବିରୁଦ୍ଧରେ ଧର୍ମ, ଅନ୍ୟାୟ ବିରୁଦ୍ଧରେ ନ୍ୟାୟ ଓ ଅସତ୍ୟ ବିରୁଦ୍ଧରେ ସତ୍ୟ ଜୟକୁ କାମନା କରିଥାଉ, ଫଳରେ ଏହି ପାର୍ବଣର ମାହୋଲ ଅଂଚଳବାସୀଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି ହୁଏ ଯାହାକି ଅଂଚଳର ବିକାଶ ପାଇଁ ପଥ ପରିସ୍କାର ହୁଏ ବୋଲି ଆଜି ପବିତ୍ର ଦଶହରା ଉପଲକ୍ଷେ ବଲାଙ୍ଗିର ବ୍ଲକ ଅଂଚଳର କୁଡାସିଂହା, ସାହାଜବାହାଲ ଏବଂ ପ୍ରସିଦ୍ଧ ଦୈବୀପୀଠ କିରାବାହାଲ ଓ ରାନିପାଲିରେ ମାଁ ଦୁର୍ଗାଙ୍କ ପୀଠ ଦର୍ଶନ କରି ଜନସାଧାରଣଙ୍କ ଉଦ୍ଦେଶ୍ୟରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ରାନିପାଲି ଓ କିରାବାହାଲ ର ଦୈବୀପୀଠ ପ୍ରତି ଲୋକଙ୍କ ଅଗାଢ ବିଶ୍ୱାସ ଅଛି । ବହୁ ଦୂରାନ୍ତରୁ ଲୋକେ ଏହି ପୀଠକୁ ନିଜ ମାନସିକ ପୁରଣ ପାଇଁ ଦର୍ଶନ ପାଇଁ ଆସିଥାନ୍ତି । ଦେବିଙ୍କର ଏହି ଯାତ୍ରା ଦ୍ୱାରା ଲୋକେ ଯେ କେବଳ ମାନସିକ ସ୍ତରରେ ଶାନ୍ତି ପାଇଥାନ୍ତି ତାହା ନୁହେଁ ଏହି ଯାତ୍ରା ବଳରେ ଏ ଅଂଚଳରେ ଏକତା ଭାବ ସୃଷ୍ଟି ହୁଏ ଯାହାକି ଆଗାମି ବର୍ଷ ପର୍ଯ୍ୟନ୍ତ ଏହା ବଳବତ୍ତ ରହି ଅଂଚଳର ବିକାଶ ରେ ପ୍ରତିଫଳିତ ହୋଇଥାଏ । କୁଡାସିଂହା ଓ ସାହାଜବାହାଲ ରେ ମାଁ ଦୁର୍ଗାଙ୍କ ପୂଜାରେ ଶ୍ରୀ ମିଶ୍ର ସାମିଲ ହେବା ସହ ସେ ଅଂଚଳର ବିଭିନ୍ନ ସମସ୍ୟାକୁ ନେଇ ଉପସ୍ଥିତ ଜନତାଙ୍କ ସହ ଆଲୋଚନା କରିଥଲେ । ପୂଜାମଣ୍ଡପ ତଥା ଦେବୀ ପୀଠର ସୁପରିଚାଳନା ନେଇ ସଭ୍ୟମାନେ ଶ୍ରୀ ମିଶ୍ରଙ୍କ ସହ ଆଲୋଚନା କରିଥିଲେ । ଆଗାମୀ ଦିନରେ ଦେବି ଙ୍କ ପୂଜା ଓ ଯାତ୍ରା ଯେପରି ଆହୁରି ବ୍ୟବସ୍ଥିତ ଢଙ୍ଗରେ ହେବ ଏବଂ ଅଧିକ ଜନସମାଗମ ହୋଇପାରିବ ସେ ଦିଗରେ ନିଶ୍ଚିତ ଭାବରେ ସାମୟିକ ଉଦ୍ୟମ କରାଯିବ ବୋଲି ଶ୍ରୀ ମିଶ୍ର କହିଥିଲେ । ଶ୍ରୀ ମିଶ୍ରଙ୍କ ଏହି ଗସ୍ତ ସମୟରେ ଶଙ୍କର୍ଷଣ ପୁରୋହିତ, ଲିଙ୍ଗରାଜ ପୁଟେଲ, ବିରଂଚି ସାହୁ, ଉଜଲ ସାହୁ, ଜୟ ସାହୁ, ମନୋଜ ଝାଙ୍କର, କୁବେର ସାହୁ, କପିଳ ନନ୍ଦ, ହିମାଂଶୁ ସାହୁ, ସୁଶିଲ ମହାକୁର, ଜୁଲୁ ପଟ୍ଟନାୟକ, ସତ୍ୟନାରାୟଣ ମହାକୁର, ପର୍ମା ସେଠ, ସୂର୍ଯ୍ୟମଣି ବଗର୍ତ୍ତି, ବାଲଗୋପାଳ ମହାକୁର, ଉମାକାନ୍ତ ମହାକୁର, ଲମ୍ବୋଦର ମହାକୁର, ଧନୁ ସିଂ, ଗୋପି ପଟେଲ, ତ୍ରିନାଥ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like