-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
30-Sep-2025
କଳାହାଣ୍ଡି,କୋକସରା(ତ୍ରିନାଥ ବେଶ୍ରା )
କଳାହାଣ୍ଡି ଜିଲ୍ଲା କୋକସରାବ୍ଲକ କାଉଡୋଳାଗ୍ରାମ ଠାରେ ଆଜି ପ୍ରଥମ କରି ଜଗତଜନନୀ ମାଁ ଦୂର୍ଗା ଙ୍କ ପୂଜା ଅବସରରେ କଳସ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ସଂପୂର୍ଣ୍ଣ ଧାର୍ମିକ ରୀତିନୀତି ରେ ଶ୍ରୀ ଜଗନ୍ନାଥ ମନ୍ଦିର ରୁ ପବିତ୍ର କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଦୂର୍ଗାପୂଜା କମିଟି ତରଫରୁ ଆୟୋଜିତ ଏହି କଳସ ଯାତ୍ରା ରେ କାଉଡୋଳା ଅଂଚଳର ମା ଭଉଣୀ ମାନେ ମୁଟୁରା ନଦୀ ଠାରୁ କଳସ ରେ ଜଳ ଧରି ଦୁର୍ଗା ମଣ୍ଡପ ନିକଟରେ ପହଞ୍ଚି ଥିଲେ। ସକାଳ ଏଗାର ଘଣ୍ଟା ସମୟରେ ପୂଜା କାର୍ଯ୍ୟକ୍ରମଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ସଂପୂର୍ଣ୍ଣ ଧାର୍ମିକ ନିୟମ କୁ ଅନୁକରଣ କରା ଯାଇଛି।କଳସ ଯାତ୍ରା ପରେ ଆଜି ଠାରୁ ମା ଦୁର୍ଗାଙ୍କ ପୂଜା ସମ୍ପୂର୍ଣ୍ଣ ରୀତିନୀତିରେ ଆୟୋଜନ କରା ଯାଇଛି l
ଏଠାରେ ଯଜମାନ ଭାବରେ ଗୋବିନ୍ଦ ଚନ୍ଦ୍ର ପୁରୋହିତ ତାଙ୍କ ଧର୍ମ ପତ୍ନୀ ଗୀତାଞ୍ଜଳି ପୁରୋହିତ ରହିଥିବା ବେଲେ ପୂଜକ ଉମାକାନ୍ତ ଦାସ ପୂଜା ଵିଧି କରିଥିବା ବେଲେ ଶ୍ରୀ ଜଗନ୍ନାଥ ମନ୍ଦିରପୂଜା କମିଟି ସଭାପତି ଶ୍ରୀଯୁକ୍ତ ବଂଶୀଧର ବେଶ୍ରା ସମ୍ପାଦକ ବିପ୍ର ନାୟକ, କୋଷାଦକ୍ଷ ଲଷ୍ମୀ କାନ୍ତ ସରାବୁ ଓ ତାଙ୍କ ପୂଜା କମିଟି ସମସ୍ତ ବ୍ୟକ୍ତି ମା ଦୁର୍ଗା ଙ୍କ ପୂଜା ପରିଚାଳନା କରୁଥିବା ବେଲେ ଗ୍ରାମବାଶି ଏବଂ ପୂଜା କମିଟିର ଉଦ୍ୟମରେ ପୂଜା ଧୂମଧାମରେ ଅନୁଷ୍ଠିତ ହେଉଛି।ଏବର୍ଷର ମୁଖ୍ୟ ଆକର୍ଷଣ ହେବ କୋଟ ପାଡ଼ ସହର ରୁ ଆସିଥିବା କଳାକାର ମାନଙ୍କ ସଂକୃତିକ କାର୍ଯ୍ୟକ୍ରମ ଦର୍ଶକ ମାନଙ୍କୁ ବେଶ ଆକର୍ଷଣ କରିଥିବା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମ ରେ ନାଟକ, ରେକର୍ଡ ଡ୍ୟାନ୍ସ, ଅନ୍ୟାନ୍ୟ ସଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏହି ଅଂଚଳ ର ସମସ୍ତ ଲୋକ ମାନଙ୍କୁ ପୂଜା କମିଟି ସଭାପତି ବଂଶୀ ଧର ବେଶ୍ରା ନିବେଦନ କରି କହିଛନ୍ତି ଯାତ୍ରା ଦେଖି ଆସିବା ପାଇଁ ଅନୁରୋଧ କରି ସ୍ୱାଗତ ଜଣାଇ ଛନ୍ତି ଓ ଆମେ ସମସ୍ତ ପୂଜା ରେ ସାମିଲ ହେବା ପାଇଁ ନିବେଦନ କରି ଛନ୍ତି l