-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
29-Sep-2025
ନବରଙ୍ଗପୁର (ପ୍ରିୟଦର୍ଶିନୀ ପାତ୍ର) ଡାବୁଗାଁ ଦୁର୍ଗାପୂଜା ମଣ୍ଡପକୁ ଆର୍ଥିକ ସହାୟତା ପ୍ରଦାନ କରିଛି ନବରଙ୍ଗପୁର ଜିଲ୍ଲା କିନର ସଂଘ | ଆଜି ଡାବୁଗାଁ ଦୁର୍ଗାପୂଜା କମିଟିକୁ ଆର୍ଥିକ ସହାୟତା ପ୍ରଦାନ କରି ମହାନତା ଦେଖାଇଛନ୍ତି କିନ୍ନର ସଙ୍ଘ | କିନ୍ନର ସଂଘ ସମ୍ପାଦିକା ଚୁମକି କିନ୍ନର ସହ ସଦସ୍ୟ ମାନେ ଡାବୁଗାଁ ବ୍ଲକ ଉପାଧକ୍ଷ ସଦନନ୍ଦ ନାୟକ, ଡାବୁଗାଁ ସାମ୍ବାଦିକ ସଙ୍ଘ ସମ୍ପାଦକ ମିହିର ଶଙ୍କର ପାତ୍ର, କସାଧକ୍ଷ ସୁଶାନ୍ତ ପଣ୍ଡା ଏବଂ ଉପସଭାପତି ଗଗନ ଗନ୍ତାୟତ ଙ୍କ ଉପସ୍ଥିତିରେ ପୂଜାମଣ୍ଡପ ସଭପତି ସୁରେନ୍ଦ୍ର ମିଶ୍ର, ଜଗନ୍ନାଥ ବିଷୟୀ, ସୁରେଶ ବେହେରା, ରାଜେଶ ଅଗ୍ରୱାଲ, ବାପି ବିଶ୍ୱାଳ,ଭଗବାନ ଖୁଣ୍ଟିଆ ସହ ଦୁର୍ଗପୁଜା କମେଟିର ସଦର୍ଶଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ |ଏହି ସମୟରେ ଉପସ୍ଥିତି ଥିଲେ ଡାବୁଗାଁ ବ୍ଲକ କଂଗ୍ରେସ ସଭାପତି ଜି ସାଇ ରାଜୁ ସହ ସ୍ଥାନୀୟ ଅଂଚଳର ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ। ନବରଙ୍ଗପୁର ଜିଲ୍ଲାର ପ୍ରତେକ ପୂଜା ମଣ୍ଡପକୁ ଯାଇ ମାଁ ଦୁର୍ଗାଙ୍କ ପୂଜାରେ ସହାୟତା ଦିଆଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା କିନ୍ନର ସଙ୍ଘ ସମ୍ପାଦିକା ଚୁମକି କିନ୍ନର।