-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||     

HOME   ଜିଲ୍ଲା

ମୋଦି ଏବଂ ମୋହନ ସରକାର ପ୍ରତି ଆଦିବାସୀ ଅସନ୍ତୋଷ ର ଦାନା ବନ୍ଧୁଛି,

29-Sep-2025



ବଲାଙ୍ଗୀର(ପ୍ରେରଣା ଖବର): ସ୍ଥାନୀୟ ଗଣ୍ଡୱାନା ଭବନ  ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି  ଶ୍ୟାମସୁନ୍ଦର ଭୋଇଙ୍କ ଅଧକ୍ଷତା ରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ବଲାଙ୍ଗୀର ର ଏକ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକ ରେ ଜିଲ୍ଲା ର ୧୪ ଗୋଟି ବ୍ଲକ ର ବ୍ଲକ ସଭାପତି, ସମ୍ପାଦକ, ନାରୀ ନେତ୍ରୀ ମାନେ ସମାଜ ର ସାମ୍ପ୍ରତିକ ବିଭିନ୍ନ ସମସ୍ୟା ଉପରେ ଆଲୋକ ପାଥ ଏବଂ ଆଲୋଚନା କରିଥିଲେ ରାଜ୍ୟ ରେ ନୁଆଁ ସରକାର ଆସିବା ପରେ ଆଦିବାସୀ ମାନଙ୍କୁ ସବୁଠାରୁ ଅଧିକ ଅଣଦେଖା କରାଯାଉଅଛି। ଯଦିଓ ରାଜ୍ୟ ରେ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ଅଛନ୍ତି ସେ ବିଗତ ଦେଢ଼ ବର୍ଷ ଭିତରେ ଆଦିବାସୀ ମାନଙ୍କର ବିକାଶ କରିବା ପରିବର୍ତ୍ତେ ଅଧିକ ବିନାଶ ମୂଳକ ପଦକ୍ଷେପ ହାତ କୁ ନେଇ ଥିବା ର ନଜର ସାମ୍ନା କୁ ଆସିଛି ବୋଲି ଆଦିବାସୀ ମାନେ ସଙ୍ଗୀନ ଅଭିଯୋଗ କରି କ୍ଷଭ ପ୍ରକାଶ କରି ଥିଲେ। ନୁଆଁ ସରକାର ଆସିବା ପରେ ଗୋଟିଏ ହେଲେ ନକଲି ଆଦିବାସୀ ମାନଙ୍କ ଉପରେ କୌଣସି ପଦକ୍ଷେପ ନିଆଯାଇପାରିନାହିଁ। ଆଦିବାସୀ ମାନେ ପୂର୍ବ ସରକାର ଠାରୁ ପାଇଥିବା ସମସ୍ତ ଯୋଜନା କୁ ଏହି ସରକାର ଉଦ୍ଦେଶ୍ୟ ମୂଳକ ଭାବରେ ବନ୍ଦ କରିଦେଇଛନ୍ତି। ଯଥା -ରାଜ୍ୟ ରେ ଆଦିବାସୀ ମାନର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ, ଶୈଖିକ, ବିକାଶ ନିମନ୍ତେ ଗତ ସରକାର ଓଡିଶା ରେ ସତନ୍ତ୍ର ଆଦିବାସୀ ବିକାଶ ପରିଷଦ ଗଠନ କରି ପ୍ରତ୍ୟେକ ବ୍ଲକ କୁ ଆର୍ଥିକ ଅନୁଦାନ ଦେଉ ଥିଲେ। ବର୍ତମାନ ତାହା କୁ ବନ୍ଦ କରିଦିଆ ଯାଇଅଛି। ଗରିବ ଆଦିବାସୀ ଛାତ୍ର ଛାତ୍ରୀ ମାନଙ୍କୁ ସହର ରେ ମାଗଣା ରେ ଇଂରାଜୀ ମିଡିୟମ ବେସରକାରୀ ବିଦ୍ୟାଳୟ ପଢ଼ାଇବା ପାଇଁ ଗତ ସରକାର ଅର୍ବାନ ଏଜୁକେସନ ମାଧ୍ୟମ ରେ ଅନ୍ୱେଷା ଛାତ୍ରାବାସ ଯୋଜନା ପ୍ରତି ବ୍ଲକ ରେ ତିଆରି କରି ସହ ସହ ଛାତ୍ର ଛାତ୍ରୀ ମାଗଣା ରେ ଇଂରାଜୀ ମିଡିୟମ ବିଦ୍ୟାଳୟ ରେ ପାଠ ପଢ଼ିବାର ସୁଯୋଗ ପାଇପାରୁ ଥିଲେ। ଏହି ସାକାର ତାହାକୁ ବନ୍ଦ କରି ଦେଇଛନ୍ତି।ବିଗତ ନାମ ଲେଖା ଋତୁ ରେ ନାମ ଲେଖା ପାଇଁ କୋଣସି ବିଜ୍ଞପ୍ତି ବାହାର କଲେ ନାହିଁ। ଫଳରେ ହଜାର ହଜାର ଆଦିବାସୀ ଛାତ୍ର ଛତ୍ରୀ ଙ୍କର ସପ୍ନ କୁ ଚୁରମାର କରି ଦେଲେ।ଆଦିବାସୀ ଜି ଏନ ଏମ ନରସିଂ ଛାତ୍ରୀ ମାନେ ପାଉଥିବା ଛତ୍ର ବୃତ୍ତିକୁ ଏ ସରକାର ବନ୍ଦ କରି ଦେଇଛି। ସ୍କୁଲ କଲେଜ ରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କ ବୃତ୍ତି ମଧ୍ୟ ଏ ସରକାର ବନ୍ଦ କରିବା ଷଡଯନ୍ତ୍ରଚଳାଇ ଛନ୍ତି।ବର୍ତମାନ ର ସ ରକାର ହରିଶ୍ଚନ୍ଦ୍ର ଯୋଜନା ଭଳି ଏକ ସମ୍ବେଦନଶୀଳ ଯୋଜନାରେଅନୁକମ୍ପା ରାଶି କୁ କେତେ ମାସ ହେଲା ବନ୍ଦ କରି ଦେଇଛନ୍ତି। ସରକାର ବସିବା ଦିନ ଠାରୁ ଗୋଟିଏ ହେଲେ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିପାରିନାହାନ୍ତି।ରାଜସ୍ୱ ମନ୍ତ୍ରୀ ନିଜକୁ ନିଜେ ଡିମ ଡିମ ପିଟୁଥିବା ବେଳେ ଅଣ ଆଦିବାସୀଙ୍କ କବ୍ଜା ରେ ଥିବା ଗୋଟିଏ ହେଲେ ଆଦିବାସୀ ଜମି,ଆଦିବାସୀଙ୍କୁ ଫେରେଇବାରେ ପୁରାପୁରି ବିଫଳ ହୋଇଥିବା ବେଳେ ସେଥିପାଇଁ କୌଣସି ଆଇନ ମଧ୍ୟ ଏପର୍ଯ୍ୟନ୍ତ ଆଣି ପାରିନାହାନ୍ତି। ବରଂ ସରକାର ନିଜେ ଆଦିବାସୀ ଜମି କୁ ଲାଳୁପ ଦୃଷ୍ଟି ଦେଖି ସବୁ ଆଦିବାସୀ ଜମିକୁ କିପରି ହଡପ କରି ଆଦିବାସୀଙ୍କୁ ସର୍ବ ହରା କରିବାର ଯୋଜନା ଚିନ୍ତା କରିଛନ୍ତି, ଆଦିବାସୀ ଜମିକୁ ସାକାର ନିଜେ କିଣିବେ ବୋଲି ଆଇନ ଆଣିଛନ୍ତି।ସରକାର ଉଚ୍ଚ ଶିକ୍ଷା ତଥା ମେଡିକାଲ ଏବଂ ଇଞ୍ଜିନିୟରିଙ୍ଗ ପାଠ ପଢିବା ପାଇଁ ୧୨% ବଦଳରେ ୨୩%ସଂରକ୍ଷଣ ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।ସରକାରଙ୍କର ଏଭଳି ଆଦିବାସୀଙ୍କ ପ୍ରତି ହୀନ ମନ୍ୟ ଭାବନା, ଆଦିବାସୀ ମାରଣ ନୀତି କୁ ବୈଠକ ରେ କଡା ନିନ୍ଦା କରିବା ସଙ୍ଗେ ସାଙ୍ଗେ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ  ଆଗାମୀ ଦିନରେ ରାଜ୍ୟ ବ୍ୟାପି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି।ଆସନ୍ତା ପଞ୍ଚଯାତ ରାଜ ତ୍ରିସ୍ତରୀୟ ନିର୍ବାଚନ ରେ ସରକାର ପଶ୍ଚିମ ଓଡିଶା ରେ ସରପଞ୍ଚ, ଜିଲ୍ଲା ପରିଷଦ ଅଧକ୍ଷ ଭଳି ପଦବୀ ରେ ସଂରକ୍ଷଣ ଲାଗୁ ନ କରନ୍ତି,ଖଣି ଖାଦାନ ନାମରେ ଆଦିବାସୀଙ୍କୁ ବିସ୍ଥାପିତ କରିବା,ଆଦିବାସୀ ଜମି କୁ ହଡପ କରିବା,ସରକାରୀ ଜମି ରୁ ଆଦିବାସୀଙ୍କୁ ଉଛେଦ କରିବା ଆଦି ଆଦିବାସୀ ବିରୋଧୀ କାର୍ଯ୍ୟ ରୁ ନିବୃତ ନ ରହନ୍ତି, ତେବେ ସରକାର ବିରୋଧ ରେ ଦୁର୍ବାର ଆନ୍ଦୋଳନ କରିବାର ରଣହୁଙ୍କାର ଦେଇଛି ଆଦିବାସୀ କଲ୍ୟାଣ ସଙ୍ଘ।ଆସନ୍ତା ନଭେମ୍ବର ୧୫ ଆଦିବାସୀ ସହିଦ ବୀର ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଉତ୍ସବ ବଲାଙ୍ଗୀର ଜିଲ୍ଲା ସ୍ତର ରେ ପାଳନ କରା ଯିବ ଏବଂ ଆଦିବାସୀ ମାନଙ୍କର ବିଭିନ୍ନ ସମସ୍ୟା ସମ୍ବଳିତ ଦାବୀ ପତ୍ର ବଲାଙ୍ଗୀର ଜିଲ୍ଲାପାଳଙ୍କ ମାଧ୍ୟମ ଦିଆଯିବ ବୋଲି ବୈଠକ ରେ ନିଷ୍ପତି ଗ୍ରହଣ କରାଗଲା। ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦକ ହେମେନ୍ଦ୍ର ନାଥ ହାଁସଦା, ଟିଟିଲାଗଡ଼ ବ୍ଲକ ସଭାପତି ପଦ୍ମନ ପ୍ରଧାନୀ, ଲାଇସିଂହା ବ୍ଲକ ସଭାପତି ଦଶରଥ ଛତ୍ରିଆ, ପାଟଣାଗଡ ବ୍ଲକ ସଭାପତି ଭୁବନେଶ୍ୱର କୂଅଁର, ବେଲପଡା ବ୍ଲକ ସଭାପତି ରସିକ ଧାରୁଆ, ବଙ୍ଗମୁଣ୍ଡା ବ୍ଲକ ସଭାପତି ମନରଞ୍ଜନ ଭୋଇ, ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇ, ସଇଁତଳା ପଞ୍ଚାନନ ଭୋଇ, ବଲାଙ୍ଗୀର ବ୍ଲକ ସଭାପତି ପଳେଶ୍ୱର ଭୋଇ,ଗୁଡଭେଳା ବ୍ଲକ ବିକ୍ରମ ଭୋଇ, ମୁରିବାହାଲ ବ୍ଲକ ରାଜୀବ କୂଅଁର, ଆଗଲ ପୁର ବ୍ଲକ ସଭାପତି ବଳଦେବ ଭୋଇ, ଦେଓଗାଁ ବ୍ଲକ ସଭାପତି ସୁରଥ ଧାରୁଆ, ଟିଟିଲାଗଡ ନଗର ସଭାପତି ନିତ୍ୟାନନ୍ଦ ଭୋଇ, ଦିଲୀପ ମାଝୀ, ଅଚ୍ୟୁତ ଧାରୁଆ, ପ୍ରଫୁଲ୍ଲ ତୁମୁନିଆ,ମଧୁ ବିଶ୍ଵାଳ, ନାରୀନେତ୍ରୀ କିରଣ ଭୋଇ,ଗୀତାଞ୍ଜଳି ଧାରୁଆ। ସଞ୍ଜୟ ଛତ୍ରିଆ, ଘନ ଭୁଏ, ଯୁଧିଷ୍ଠିର ମିର୍ଧା ପ୍ରଭୃତି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026

You Might Also Like