-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||     

HOME   ଜିଲ୍ଲା

ମଣିଷ ପରି ମଣିଷ ଜଣେ ପୁରନ୍ଦର ମିଶ୍ର

28-Sep-2025



ରାୟପୁର/ଭୁବନେଶ୍ବର(ପ୍ରେରଣା ଖବର): ପୁରନ୍ଦର ମିଶ୍ର ଜଣେ ସାଧାରଣ ମଣିଷ ନୁହଁନ୍ତି। ସେ ଜଣେ ଅନୁଷ୍ଠାନ। ଅଧୁନା ରାୟପୁର ନଗର ଉତ୍ତର ଆସନରୁ ବିଧାୟକ ଥିବା ଶ୍ରୀ ମିଶ୍ର ରାୟପୁରର ଗାୟତ୍ରୀ ନଗରଠାରେ ଛତିଶଗଡ଼ ର ସର୍ବ ବୃହତ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ସହିତ ଛତିଶଗଡ଼ରେ ବାସ କରୁଥିବା ପ୍ରାୟ ପଇଁତିରିଶ ଲକ୍ଷ  ପ୍ରବାସୀ ଓଡ଼ିଆ ସମ୍ପ୍ରଦାୟକୁ ନେଇ ଗଠିତ ବୃହତ ଓଡ଼ିଆ ସମାଜର ସଭାପତି ଅଛନ୍ତି । ବହୁମୂଖୀ ପ୍ରତିଭାର ଅଧିକାରୀ

ଶ୍ରୀ ମିଶ୍ର ଏକାଧାରରେ ଜଣେ ରାଷ୍ଟ୍ରନେତାର ଦୃଷ୍ଟିଭଙ୍ଗୀ ରଖୁଥିବା ରାଜନୈତିଜ୍ଞ, ମାନବ କଲ୍ୟାଣ ପାଇଁ ସମ୍ପୂର୍ଣ୍ଣ ଭାବରେ ଉତ୍ସର୍ଗୀକୃତ ସମାଜସେବୀ, ସୁଦକ୍ଷ ସଙ୍ଗଠକ, ତୃଣମୂଳ ସ୍ତର ସହିତ ସଫଳ ସଂଯୋଗକାରୀ, ଗରିବ ହିତୈଷୀ ନୀତି ନିର୍ଦ୍ଧାରକ, ଜନଗଣଙ୍କର ପ୍ରଖର ପ୍ରେରଣାଦାୟୀ, ସର୍ବୋପରି ଲୋକଙ୍କୁ ନିର୍ମଳ ହୃଦୟରେ ଭଲ ପାଉଥିବା ଜଣେ ଲୋକାଭିମୁଖୀ ନେତା ଅଟନ୍ତି। ଜଣେ କର୍ମଠ, ସଚ୍ଚୋଟ, ସ୍ନେହୀ, ଉତ୍ସର୍ଗୀକୃତ, ପରୋପକାରୀ, ବଦାନ୍ୟ, ଦରଦୀ,ମେଳାପି, ବିଶ୍ୱସ୍ତ, ନିଷ୍ଠାପର ତଥା ଦାୟିତ୍ୱବାନ ଆଦି ସୁଗୁଣ ସମ୍ପନ୍ନ ଶ୍ରୀ ମିଶ୍ରଙ୍କର ତଳ ସ୍ତରରେ କାର୍ଯ୍ୟ କରିବା ନେଇ ବିଶେଷତା ,ସମସ୍ୟାର ସରଳ ସମାଧାନ କରିବା ନେଇ ବିଚକ୍ଷଣତା ଏବଂ ଜନତା ଜନାର୍ଦ୍ଦନଙ୍କୁ ପ୍ରଭାବିତ କରିବା ନେଇ ଅସାମାନ୍ୟ ପାରଦର୍ଶିତା ରହିଛି। ବର୍ତ୍ତମାନର ଷଷ୍ଠ ଛତିଶଗଡ଼ ବିଧାନସଭାରେ ସେ ଏକମାତ୍ର ଓଡ଼ିଆ ସଦସ୍ୟ ଵନିବାର ସୌଭାଗ୍ୟ ଲାଭ କରିଛନ୍ତି।

୬୬ ବର୍ଷୀୟ ଶ୍ରୀ ମିଶ୍ର ୧୯୫୯ ଜାନୁୟାରୀ  ତିନି ତାରିଖରେ ମହାସମୁନ୍ଦର ବସନା ବ୍ଲକ ସ୍ଥିତ ଦୁର୍ଗାପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ମାତ୍ର ୭ ବର୍ଷ ବୟସରେ ସେ ପିତୃହରା ହୋଇଥିଲେ। ପିଲାବେଳୁ ତାଙ୍କର ଜେଜେବାପା ପଣ୍ଡିତ ତ୍ରିଲୋଚନ ପ୍ରସାଦ ମିଶ୍ର ତାଙ୍କର ଲାଳନପାଳନ ଓ ଶିକ୍ଷା ଦୀକ୍ଷା କଥା ବୁଝି ଆସିଛନ୍ତି ଏବଂ ତାଙ୍କୁ ଭବିଷ୍ୟତରେ ବଡ଼ ମଣିଷ ହେବା ପାଇଁ ପ୍ରେରଣା ଯୋଗାଇଛନ୍ତି । ଶିକ୍ଷା ଜୀବନରେ ଜଣେ ମେଧାବୀ ଛାତ୍ର ରହି ଆସିଥିବା ପୁରନ୍ଦର  ମିଶ୍ର ରାୟପୁରର ଜଣେ ଜଣାଶୁଣା ଚାଟାର୍ଡ ଏକାଉଣ୍ଟଟାଣ୍ଟ  ଭାବରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି। ଏହା ସାଙ୍ଗକୁ ସେ ଟିକସ ମାମଲାର ଆଇନଜିବୀ ଭାବରେ ମଧ୍ଯ ସୁନାମ ଅର୍ଜନ କରିଛନ୍ତି।

ଶ୍ରୀ ମିଶ୍ର ୧୯୮୩ ମସିହା ଫେବୃୟାରୀ ୧୫ ତାରିଖରେ ସରସ୍ବତୀ ମିଶ୍ରଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇପୁଅ ଯୁବନେତା ପୀୟୂଷ ମିଶ୍ର ଏବଂ ତରୁଣ ସମାଜସେବୀ ସୌରଭ ମିଶ୍ର ଅଟନ୍ତି। ଏକମାତ୍ର ଝିଅ ପ୍ରୀତି ଦେବତା ଉଦୀୟମାନ ଶିଳ୍ପଦ୍ୟୋଗୀ ଅଜୟ ଦେବତାଙ୍କୁ ବିବାହ କରିଛନ୍ତି। ବିଧାୟକ ରହିବା ସାଙ୍ଗକୁ ନିଜର ଅଧ୍ୟବସାୟ ଓ ସମର୍ପିତ ସେବା ପାଇଁ ଶ୍ରୀ ମିଶ୍ର ବହୁ ସମ୍ମାନସ୍ପଦ ପଦ ପଦବୀରେ ଆସୀନ ହେବାର ଗୌରବ ଅର୍ଜନ କରିଛନ୍ତି। ଏବେ ସେ ରାୟପୁରର ଶ୍ରୀ ଜଗନ୍ନାଥ ମନ୍ଦିରକୁ ପରିଚାଳନା କରୁଥିବା ସେବାସଙ୍ଘର ସଭାପତି,  ୱାର୍ଲଡ ଓଡ଼ିଶା ସୋସାଇଟି ରାୟପୁର ଶାଖାର ମୁଖ୍ୟ ପୃଷ୍ଠପୋଷକ, ଛତିଶଗଡ଼  ପରିବହନ ମହାସଙ୍ଘର ପୃଷ୍ଠପୋଷକ ଏବଂ ରାୟପୁର ମେଟ୍ରୋପଲିଟାନ କବାଡ଼ି ସଙ୍ଘର ଉପଦେଷ୍ଟା ରହିଛନ୍ତି। ନିଜର ଅନନ୍ୟ ଅବଦାନ ଓ ଉଲ୍ଲେଖନୀୟ ସମାଜ ସେବା ପାଇଁ  ଶ୍ରୀ ମିଶ୍ରଙ୍କୁ ବହୁ ପୁରସ୍କାର ଓ ସମ୍ମାନ ପ୍ରଦାନ କରାଯାଇଛି। ଏ ମଧ୍ୟରେ ୱାର୍ଲଡ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଥମ ପ୍ରବାସୀ ଓଡ଼ିଆ ସମ୍ମାନ, 
ଶ୍ରୀ ଜଗନ୍ନାଥ ପୁରସ୍କାର ଆଦି ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଲୋକପ୍ରିୟ ଆହ୍ୱାନ "ମା ପାଇଁ ଗଛଟିଏ"  ଦ୍ୱାରା

ବ୍ୟାପକ ଭାବେ ଉଦବୁଦ୍ଧ ହୋଇ ଶ୍ରୀ ମିଶ୍ର ନିଜର ପୈତୃକ ଗ୍ରାମ ଦୁର୍ଗାପାଲିଠାରେ ଦୁଇଶହ ଏକାବନଟି ସିନ୍ଦୂର ଚାରା ରୋପଣ କରି ପହଲଗାମ ଶହୀଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଉଦ୍ୟାନ ନିର୍ମାଣ କରିଛନ୍ତି। ନିକଟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ  ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଏହି ଐତିହାସିକ ଉଦ୍ୟାନକୁ ଉଦଘାଟନ କରିଥିଲେ।ସମାଜର ଶେଷ ପାହାଚରେ ଦଣ୍ଡାୟମାନ ଥିବା ସାଧାରଣ ଲୋକଙ୍କର ଜୀବନ ଓ ଜୀବିକାର ମାନକୁ ଉନ୍ନତ ତଥା ଉତ୍ତମ କରିବା ପାଇଁ ତାଙ୍କର ରାଜନୀତି ଅଭିପ୍ରେତ ବୋଲି ଦର୍ଶାଉଥିବା ଶ୍ରୀ ମିଶ୍ର ବାସ୍ତବରେ ସମାଜରେ ଜଣେ ପବିତ୍ର ପୁରୁଷର ମାନ୍ୟତା ପ୍ରାପ୍ତ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026

You Might Also Like