-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
28-Sep-2025
ବୀରମହାରାଜପୁର,(ବିନୋଦ ପାଣ୍ଡେ):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ହାଇସ୍କୁଲ ପଡ଼ିଆରେ ବଶିଷ୍ଠ ଓ ସୁଧାଂଶୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ରବିବାର ମ୍ୟାଚ୍ ରେ ଲୁତୁରପଙ୍କ ବିଜୟୀ ହୋଇ ସେମିଫାଇନାଲ ରେ ପ୍ରବେଶ କରିଛି। ପ୍ରଥମ ମ୍ୟାଚ୍ ଟି ଚୌକା ଓ ଲୁତୁରପଙ୍କ ମଧ୍ୟରେ ହୋଇଥିଲା। ଏଥିରେ ଚୌକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୬ ଉଇକେଟ ହରାଇ ୯୨ ରନ କରିଥିଲା। ଜବାବରେ ଲୁତୁରପଙ୍କ ଦଳ ୭.୧ ଓଭର ରେ ୪ ଉଇକେଟ ହରାଇ ୯୩ ରନ କରି ବିଜୟୀ ହୋଇଥିଲା। ଦ୍ଵିତୀୟ ମ୍ୟାଚ୍ ରେ କେନଝିରିଆପାଲି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର ରେ ୯ ଉଇକେଟ ହରାଇ ୫୧ରନ କରିଥିଲା। ଜବାବରେ ଅଡ଼ାଲ ଦଳ ନିର୍ଦ୍ଧାରିତ ୮ ଓଭର ରେ ୩ ଉଇକେଟ ହରାଇ ୪୭ ରନ କରି ପରାସ୍ତ ହୋଇଥିଲା। କ୍ୱାର୍ଟର ଫାଇନାଲରେ କେନଝିରିଆପାଲି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର ରେ ୫ ଉଇକେଟ ହରାଇ ୭୧ ରନ କରିଥିବା ବେଳେ ଲୁତୁରପଙ୍କ ୭.୨ ଓଭର ରେ ୭ ଉଇକେଟ ହରାଇ ୭୨ ରନ କରି ବିଜୟୀ ହୋଇ ସେମିଫାଇନାଲ ରେ ପ୍ରବେଶ କରିଛି। ମାନସ ନନ୍ଦ ଓ ଟିଟୁନ ନନ୍ଦ ଆମ୍ପାୟାର,ଅନିଲ ଭୁକ୍ତା ଓ ଲଳିତ ପଧାନ ସ୍କୋରିଂ ଏବଂ କାହ୍ନା ପଧାନ ଧାରାବିବରଣୀ ପ୍ରଦାନ କରିଥିଲେ।