-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
28-Sep-2025
ବରପାଲି (ସୁଦାମ ଦୀପ)
ବରପାଲି ଜଗନ୍ନାଥ ନଗର ଦୁର୍ଗାପୂଜା ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବର ସପ୍ତମ ଦିବସରେ ମାଆଙ୍କ କାଳରାତ୍ରୀ ଵେଶ ଓ ଷୋଡଶପଚାର ପୂଜା, ସର୍ବ ଦେବlଦେବୀ ପୂଜା, ମା'ଙ୍କ ସୁଯ୍ୟlର୍ଘ୍ୟ ଓ ଚଣ୍ଡୀ ହୋମ ସହିତ ସମ୍ପନ୍ନ ହୋଇଯାଇଛି l ଅପରାହ୍ନରେ ସୋହେଲା ଦୁର୍ଗା ପୂଜା କମିଟିର ସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର ଦେବତାଙ୍କ ନେତୃତ୍ୱରେ କମିଟିର ସମସ୍ତ ସଭ୍ୟ ପୂଜା ମଣ୍ଡପଠାରେ ଉପସ୍ଥିତ ରହି ମା'ଙ୍କ ଦର୍ଶନ ଲାଭ କରିଥିଲେ। ପରେ କମିଟିର ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଶ୍ରୀ ଦେବତା ସୋହେଲା ଦୁର୍ଗାପୂଜା କମିଟି ଓ ବରପାଲି ଜଗନ୍ନାଥ ନଗର ପୂଜା କମିଟି ଏକ ଓ ଅଭିନ୍ନ, ଆଗାମୀ ଦିନ ମାନଙ୍କରେ ଏହି ସମ୍ପର୍କ ବଳବତ୍ତର ରହି ଆଗାମୀ ବଂଶଧରମାନେ ଏକତ୍ରିତ ହୋଇ ମା'ଙ୍କ ପୂଜାରେ ବ୍ରତୀ ହୋଇ ଭାଇଚାରା ର ସମ୍ପର୍କ ରଖିବେ ବୋଲି ଆଶାପୋଷଣ କରିଥିଲେ। ସାଧାରଣ ସମ୍ପାଦକ ଯଦୁମଣି ତ୍ରିପାଠୀଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଦୁର୍ଗାପୂଜା କମିଟିର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ। ସନ୍ଧ୍ୟାରେ ମନୋରଞ୍ଜନ କାର୍ଯ୍ୟକ୍ରମ ଇତିଶ୍ରୀ କର ଓ ରୁପାଲି ପାଣ୍ଡେଙ୍କ ବୈଠକ କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସମ୍ବଲପୁରୀ ନୃତ୍ୟ ପ୍ରତିଯେlଗିତା ବୁଗିବୁଗି କାର୍ଯ୍ୟକ୍ରମ ରହିଥିଲା। ଏଥିରେ ସହସ୍ରlଧିକ ଲୋକଙ୍କ ସମାବେଶ ହୋଇଥିଲା। ମା'ଙ୍କ ଦର୍ଶନ ପାଇଁ ସନ୍ଧ୍ୟାରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିଲା। ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ସଜାଗ ରହିଥିଲେ।