-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
26-Sep-2025
(ପ୍ରିୟଦର୍ଶିନୀ ପାତ୍ର,)
ନବରଙ୍ଗପୁର :-ଡାବୁଗାଁ ବ୍ଲକ ଅନ୍ତର୍ଗତ ବୋରିଗାଁ ପଞ୍ଚାୟତ ଏକ ବଡ଼ ପଞ୍ଚାୟତ ଅଟେ। ପରଶୁବେଡା, ମେଣ୍ରା, ଗଦମା , ଖୁଟଗୁଡା, ଆମ୍ବାଗୁଡା, ମେଣ୍ଡରିଗୁଡା, ତଥା ଆହୁରି ପ୍ରାୟ ୧୦ଟି ହାମଲେଟ୍ କୁ ନେଇ ପରଶୁବେଡା ନାମରେ ଏକ ନୂତନ ପଞ୍ଚାୟତ ପାଇଁ ଆଜି ଜିଲ୍ଲାପାଳଙ୍କୁ ସ୍ଥାନୀୟ ବିଡ଼ିଓ ଶରତ ମିଝୀ ଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ପୂର୍ବତନ ସରପଂଚ ରୈନୁ ପୂଜାରୀ, ବରିଷ୍ଠ ଆଇନଜୀବି ଜୟନ୍ତ କୁମାର ପାତ୍ର, ଓ୍ବାର୍ଡ ମେମ୍ବର ମାନସିଂ ଭତ୍ରା, ବିଘଲ ଭତ୍ରା, ବୁଦୁରୁ ଭତ୍ରା ଓ ଅନ୍ୟମାନେ ଉପସ୍ଥିତ ଥିଲେ। କିଛି ଦିନ ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କୁ ମଧ୍ୟ ଏକ ଦାବିପତ୍ର ପ୍ରେରଣ କରା ଯାଇଛି।