-+91-9937148622 |

prerana_bgr@rediffmail.com |

  Tuesday 5th May 2026 |

| | | |

R.N.I. Regd No. ODIODI/2010/46693

Breaking News

ସଡ଼କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ   (05-May-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୦ଟି ଦରଖାସ୍ତ ଗ୍ରହଣ, ୬ଟିର ତୁରନ୍ତ ସମାଧାନ   (05-May-2026)       ||      ବରପାଲି ଶିଶୁ ବିଦ୍ୟା ମନ୍ଦିର ଠାରେ ତ୍ରି ଦିବସୀୟ ସାମୁହିକ ଆଚାର୍ଯ୍ୟ କର୍ମଶାଳା ଉଦଯାପିତ   (05-May-2026)       ||      ଚନ୍ଦନଭାଟି କଲ୍ୟାଣମଣ୍ଡପ ଉପରମହଲା ଉଦ୍‌ଘାଟନ କଲେ ନରସିଂହ   (05-May-2026)       ||      ବୁଢୀପଦର ଠାରେ ଷୋହଳପ୍ରହରୀ ନାମଯଂଜ୍ଞ ଅନୁଷ୍ଠିତ   (05-May-2026)       ||      ବାଘ୍ ନାଇଁ ଦେଖଲେ ବିଲେଇ ଦେଖ   (05-May-2026)       ||      କୁମ୍ଭାରି ଧାନ ମଣ୍ଡିରେ ଚାଷୀ ସଚେତନତା ସମାବେଶ   (05-May-2026)       ||      ଲାଦେରପାଲିରେ ସମାପନ ହେଲା ଚୋବିଶ ପ୍ରହରୀ ନାମଯଜ୍ଞ ର ରୈ।ପ୍ୟ ଜୟନ୍ତୀ ମହୋତ୍ସବ   (05-May-2026)       ||      ବରପାଲି ଶୀତଳଷଷ୍ଠୀ ତାଡ଼କାସୁର ଭୂମିକା ପାଇଁ ବରିଷ୍ଠ କଳାକାର ଜଗଦାନନ୍ଦ ମିଶ୍ରଙ୍କୁ ବରଣ   (05-May-2026)       ||      କାଲିମେଳା ବ୍ଲକ ଲୁଗେଲ ପଞ୍ଚାୟତରେ ଜିଲ୍ଲାପଳାଙ୍କ ଅଭିଯୋଗ ଶୁଣାଣି : ୬୧ଟି ଆବେଦନ ଗ୍ରହଣ ସହ ସେବା ପ୍ରଦାନ ପାଇଁ ସ୍ବତନ୍ତ୍ର କ୍ୟାମ୍ପ    (05-May-2026)       ||      ଦୀର୍ଘ ଦିନ ଧରି ପାଇପ୍ ମରାମତି ଅଭାବରୁ ପାଇପ୍ ପାଣି ଲିକ୍ ବସୁଧା ପାଣି ପାଇଁ ପାରୁନାହାନ୍ତି ରାଜେନିପ୍ଡିଆ ସାହି ଲୋକ ଅନ୍ତସନ୍ତ ହୋଇ ରହୁଛନ୍ତି ଗ୍ରାମ ବାସୀ   (05-May-2026)       ||      ଚାଷୀ ସଚେତନତା ସମାବେଶ    (05-May-2026)       ||      ରଘୁନାଥ ଜୀଉ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା   (05-May-2026)       ||      ଅଧଘଣ୍ଟା ଧରି ପଡି ରହିଲେ ଡାକ୍ତର ଦେଖୁଲେ ନାହିଁ ♦️ ଏଇ ହେଉଛି ବିଶ୍ୱସ୍ତରୀୟ ହସ୍ପିଟାଲ   (05-May-2026)       ||      ଆତ୍ମରକ୍ଷା ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ସନ୍ତରଣ ପ୍ରଶିକ୍ଷଣ   (05-May-2026)       ||      *ସହରାଞ୍ଚଳ ର ସୌନ୍ଦର୍ଜୀ କରଣ କୁ ଅଧିକ୍ ଗୁରୁତ୍ଵ ଦେଉଛି ଆମ ସରକାର*- *ମନ୍ତ୍ରୀ* -   (04-May-2026)       ||      ବିଶ୍ଵବିଦ୍ୟାଳୟ ସ୍ତରୀୟ ସ୍ନାତକ କଳା ଛାତ୍ରୀଙ୍କ ସଫଳତା* ପାଇଁ ସମ୍ବର୍ଦ୍ଧନା ସଭା    (04-May-2026)       ||      *ଡାବୁଗାଁ ମଣ୍ଡଳ ବିଜେପି ତରଫରୁ ବିଜୟ ଉତ୍ସବ ପାଳିତ*   (04-May-2026)       ||      ପାଟଣେଶ୍ୱରୀ ଦେବୀଙ୍କ ପ୍ରତିମୁର୍ତ୍ତିରେ ସିମେଣ୍ଟ, ଚୁନ ପଥର ପଡୁଛି   (04-May-2026)       ||      लोइसिंघा: ब्राइटमूर इंटरनेशनल स्कूल में ग्रीष्मकालीन शिविर का उद्घाटन   (04-May-2026)       ||     

HOME   ଜିଲ୍ଲା

ବିଜେପିର ଆତ୍ମନିର୍ଭର ଭାରତସଂକଲ୍ପ ଅଭିଯାନ କାର୍ଯ୍ୟକ୍ରମ

26-Sep-2025



ରିପୋର୍ଟ: ଚିତ୍ରସେନ ବେହେରା

ବଲାଙ୍ଗୀର: ବିଜେପି ଦଳର ପ୍ରତିଷ୍ଠାତା ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ ଉପଲକ୍ଷେ ବଲାଙ୍ଗୀର ଜିଲ୍ଲା ଭାଜପା ପକ୍ଷରୁ ଆତ୍ମନିର୍ଭର ଭାରତ ସଂକଲ୍ପ ଅଭିଯାନ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପଥରଚେପା ସ୍ଥିତ ଭାଜପା ଜିଲ୍ଲା କାର୍ଯ୍ୟାଳୟଠାରେ ଜିଲ୍ଲାସଭାପତି ଶ୍ରୀବତ୍ସ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଲୋକସଭା ସାଂସଦ ସଂଗୀତାକୁମାରୀ ସିଂଦେଓ, ସମ୍ମାନିତ ଅତିଥି ଭାବରେ ରାଜ୍ୟକମିଟିରୁ ଆସିଥିବା ଡ.ମୂରଲୀକ୍ରୀଷ୍ଣା,ବରିଷ୍ଠନେତା ଗୋପାଳଜୀ ପାଣିଗ୍ରାହୀ,ମହିଳାମୋର୍ଚ୍ଚା ସଭାନେତ୍ରୀ ରଂଜିତା ପାଣିଗ୍ରାହୀ,କୃଷକମୋର୍ଚ୍ଚା ସଭାପତି ମାଧବ ସାଏ,ଏସସି ମୋର୍ଚ୍ଚା ସଭାପତି ଦୀନବନ୍ଧୁ ବେହେରା,ଏସଟି ମୋର୍ଚ୍ଚା ପ୍ରମୁଖ ମଞ୍ଚାସୀନ ଥିଲେ । କର୍ମଶାଳା ପ୍ରାରମ୍ଭରେ ଭାରତମାତା, ଦୀନଦୟାଲ ଉପାଧ୍ୟାୟ ଓ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ବନ୍ଦେମାତରମ ଗାନ ପରେ କର୍ମଶାଳା ଆରମ୍ଭ ହୋଇଥିଲା । ସାଂସଦ ସଂଗୀତା ସିଂଦେଓ ଦୀନଦୟାଲ ଉପାଧ୍ୟାୟଙ୍କ ତ୍ୟାଗ,ତପସ୍ୟା ଓ ବଳିଦାନ କଥା କହିବା ସହିତ ତାଙ୍କର ଜୀବନ ଆଦର୍ଶ ବିଷୟରେ ବକ୍ତବ୍ୟ ରଖିଥିଲେ । ଆଜି ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ଚାଲିଥିବା ସରକାର ସେହି ଆଦର୍ଶକୁ ପାଥେୟ କରି ଆଗେଇ ଚାଲିଛି । ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲିଛି ଓ ବିକାଶ ଦ୍ୱିଗୁଣିତ ହୋଇଛି । ଆଜି ଭାରତ ଆତ୍ମନିର୍ଭରଶୀଳ ହୋଇଛିଁ । ମହାକାଶ ବିଜ୍ଞାନ ହେଉକି କି ଖାଦ୍ୟପଦାର୍ଥ ଉତ୍ପାଦନରେ ଆମେ ବହୁତ ଆଗରେ ରହିଛୁ । ୨୦୪୭ ବେଳକୁ ଭାରତ ଏକ ବିକଶିତ ରାଷ୍ଟ୍ର ହେବାକୁ ଯାଉଛି । ଆମକୁ ଆଉ କୌଣସି ଦେଶ ନାଲିଆଖି ଦେଖାଇ ଡରାଇ ପାରିବ ନାହିଁ । ଅପରେସନ ସିନ୍ଦୁର ମାଧ୍ୟମରେ ପାକିସ୍ତାନକୁ ତାର ଶାସ୍ତି ଦିଆଯାଇ ସାରିଛି । ଆମେରିକା ଭଳି ଦେଶ ଆଉ ଭାରତକୁ ଅଧିପତ୍ୟ ଦେଖାଇ ଭୟଭିତ କରିପାରିବ ନାହିଁ । ଭାରତର ସ୍ୱଦେଶୀ ଜାଗରଣ ଦେଶବାସୀଙ୍କୁ ଆତ୍ମନିର୍ଭର ହେବାକୁ ସାହସ ଦେଇଛି ବୋଲି ସାଂସଦ ଶ୍ରୀମତୀ ସିଂଦେଓ କହିଥିଲେ । ଦେଶରେ ନରେନ୍ଦ୍ର ମୋଦୀଙ୍କ ସରକାର ଅମଳରେ ହେଉଥିବା ବିଭିନ୍ନ ଜନହିତକାରୀ ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରାଇ ତାହାର ଉପ ଯୋଗ କରିବାକୁ ଡ.ମୂରଲୀକ୍ରୀଷ୍ଣ କହିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଭିନ୍ନ ବ୍ଲକ ଓ ସହରାଞ୍ଚଳରୁ ବହୁସଂଖ୍ୟାରେ ପଦାଧିକାରୀମାନେ ଯୋଗଦେଇଥିଲେ ।  
 ଏହା ପୂର୍ବରୁ ଭାଜପା ପକ୍ଷରୁ ଜିଏସଟି ସ୍ଲାବରେ ପରିବର୍ତ୍ତନ ପରେ ଦେଶବାସୀ ଖୁବ ଲାଭବାନ ହେବାକୁ ଯାଉଥିବା ନେଇ ଗଣମାଧ୍ୟମ ସମ୍ବିଳନୀ କରି ସୂଚନା ଦିଆଯାଇଥିଲା । ସାଂସଦ ସଂଗୀତା ସିଂଦେଓ ତାଙ୍କ ବକ୍ତବ୍ୟରେ ଜିଏସଟି ସ୍ଲାବ ସଂଶୋଧନପରେ ଅନେକ ଦ୍ରବ୍ୟର ଦରଦାମ କମିଯାଇଛି ଓ ଲୋକଙ୍କ ବଜେଟରେ ବଳକା ହୋଇଛି ବୋଲି କହିଥିଲେ । ଏହି ସାମ୍ବାଦିକ ସମ୍ବିଳନୀରେ ସାଂସଦ ସଂଗୀତାକୁମାରୀ ସିଂଦେଓ,ଡ.ମୂରଲୀକ୍ରୀଷ୍ଣା,ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା,ଗୋପାଳଜୀ ପାଣିଗ୍ରାହୀ,ଦିନେଶ ଶର୍ମା ଓ ଗୌରାଙ୍ଗ ନାଏକ ମଞ୍ଚାସୀନ ଥିଲେ ।
   ଠିକ ସେହିପରି ୧୭ ସେପଟେମ୍ବରରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲିଥିବା ସେବାପକ୍ଷ ଉପଲକ୍ଷେ ସଂଧ୍ୟାରେ ସ୍ଥାନୀୟ ସର୍କିଟ ହାଉସଠାରେ ଏକ ବୁଦ୍ଧିଜୀବୀ ସମ୍ବିଳନୀ କରାଯାଇ ସାଂସଦ ବିଭିନ୍ନ ବର୍ଗର ଲୋକଙ୍କ ସହିତ ମତବିନିମୟ କରିଥିଲେ । ବଲାଙ୍ଗୀର ବିକାଶ ପ୍ରସଙ୍ଗରେ ବୁଦ୍ଧିଜୀବୀଙ୍କ ମତ ନିଆଯାଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସଡ଼କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ   05-May-2026
  ଜିଲ୍ଲା  
ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୦ଟି ଦରଖାସ୍ତ ଗ୍ରହଣ, ୬ଟିର ତୁରନ୍ତ ସମାଧାନ   05-May-2026
  ଜିଲ୍ଲା  
ବରପାଲି ଶିଶୁ ବିଦ୍ୟା ମନ୍ଦିର ଠାରେ ତ୍ରି ଦିବସୀୟ ସାମୁହିକ ଆଚାର୍ଯ୍ୟ କର୍ମଶାଳା ଉଦଯାପିତ   05-May-2026
  ଜିଲ୍ଲା  
ଚନ୍ଦନଭାଟି କଲ୍ୟାଣମଣ୍ଡପ ଉପରମହଲା ଉଦ୍‌ଘାଟନ କଲେ ନରସିଂହ   05-May-2026
  ଜିଲ୍ଲା  
ବୁଢୀପଦର ଠାରେ ଷୋହଳପ୍ରହରୀ ନାମଯଂଜ୍ଞ ଅନୁଷ୍ଠିତ   05-May-2026
  ଜିଲ୍ଲା  
ବାଘ୍ ନାଇଁ ଦେଖଲେ ବିଲେଇ ଦେଖ   05-May-2026
  ଜିଲ୍ଲା  
କୁମ୍ଭାରି ଧାନ ମଣ୍ଡିରେ ଚାଷୀ ସଚେତନତା ସମାବେଶ   05-May-2026
  ଜିଲ୍ଲା  
ଲାଦେରପାଲିରେ ସମାପନ ହେଲା ଚୋବିଶ ପ୍ରହରୀ ନାମଯଜ୍ଞ ର ରୈ।ପ୍ୟ ଜୟନ୍ତୀ ମହୋତ୍ସବ   05-May-2026
  ଜିଲ୍ଲା  
ବରପାଲି ଶୀତଳଷଷ୍ଠୀ ତାଡ଼କାସୁର ଭୂମିକା ପାଇଁ ବରିଷ୍ଠ କଳାକାର ଜଗଦାନନ୍ଦ ମିଶ୍ରଙ୍କୁ ବରଣ   05-May-2026
  ଜିଲ୍ଲା  
କାଲିମେଳା ବ୍ଲକ ଲୁଗେଲ ପଞ୍ଚାୟତରେ ଜିଲ୍ଲାପଳାଙ୍କ ଅଭିଯୋଗ ଶୁଣାଣି : ୬୧ଟି ଆବେଦନ ଗ୍ରହଣ ସହ ସେବା ପ୍ରଦାନ ପାଇଁ ସ୍ବତନ୍ତ୍ର କ୍ୟାମ୍ପ   05-May-2026
  ରାଜ୍ୟ  
ଦୀର୍ଘ ଦିନ ଧରି ପାଇପ୍ ମରାମତି ଅଭାବରୁ ପାଇପ୍ ପାଣି ଲିକ୍ ବସୁଧା ପାଣି ପାଇଁ ପାରୁନାହାନ୍ତି ରାଜେନିପ୍ଡିଆ ସାହି ଲୋକ ଅନ୍ତସନ୍ତ ହୋଇ ରହୁଛନ୍ତି ଗ୍ରାମ ବାସୀ   05-May-2026
  ଜିଲ୍ଲା  
ଚାଷୀ ସଚେତନତା ସମାବେଶ   05-May-2026

You Might Also Like