-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
23-Sep-2025
ସିନାପାଲି (ଚିନ୍ତାମଣି ନେତାମ)
ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ନୀଳଜୀ ପଂଚାୟତ ଗଡ୍ରାମାଳ ନିବାସୀ ଗୋପାଳ ଦାସ, ବୟସ ୩0, ସେ କୌଣସି କାରଣ ରୁ ଅଗଷ୍ଟ ୩0 ତାରିଖରେ ବିଷ ପିଇ ଆତ୍ମହତ୍ୟା କରିଥିଲେ l ତାଙ୍କର ସ୍ତ୍ରୀ ଅନ୍ୟ ଏକ ପୁରୁଷ ସହ ଫେରାର ଅଛନ୍ତି, ଗୋପାଳ ଦାସ ଙ୍କର ତିନୋଟି ପୁଅ, ବଡ଼ ପୁଅ ସାହିଲ ଦାସ, ବୟସ ୧୭, ମଝିଆ ପୁଅ ଚନ୍ଦନ ଦାସ, ବୟସ ୧୩, ଓ ସାନ ପୁଅ ଗଣେଶ ଦାସ, ବୟସ ୧0, ଏହି ତିନିପୁଅ ପାଠ ପଢୁଛନ୍ତି l ବର୍ତ୍ତମାନ ଏହି ତିନିପୁଅ ବାପାଙ୍କ ସଡୁ ଘରେ ରହି ବହୁତ କଷ୍ଟ ରେ ଚଳୁଛନ୍ତି, ତିନି ପୁଅ ଯାହାଙ୍କ ଘରେ ରହୁଛନ୍ତି ପାଠ ପଢିବାରେ ଅସୁବିଧା, ବାପାଙ୍କ ମୃତ୍ୟୁ ପରେ ପୁଅ ମାନେ ଖାଇବା,ପିଇବା, ପାଠ ପଢିବାରେ ଅସୁବିଧାର ହେଉଛି, ତେଣୁ ଏହି ନିରୀହ ପରିବାର କୁ ପ୍ରଶାସନ ହାତ ବଢ଼ାଇ ତିନି ପୁଅଙ୍କ ପାଠ ପଢିବାରେ ସହଯୋଗ କଲେ ପୁଅ ମାନଙ୍କ ଭବିଷ୍ୟତ ଉଜ୍ୱଳ ହେବ ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ହେଉଛି l