-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ଏନ୍ ଏ ସି " ଦାବିରେ ୧୨ ଘଣ୍ଟିଆ ମନମୁଣ୍ଡା ବନ୍ଦ

23-Sep-2025



(ମନୋରଞ୍ଜନ ତ୍ରିପାଠୀ)
 ମନମୁଣ୍ଡାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ ଏ ସି) ମାନ୍ୟତା ପ୍ରଦାନ ଦାବିରେ ଆଜି ପ୍ରସ୍ତାବିତ ମନମୁଣ୍ଡା ଏନ୍ ଏ ସି ଅଞ୍ଚଳରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି ! ମନମୁଣ୍ଡା ଏନ୍ ଏ ସି କ୍ରିୟାନୁଷ୍ଠାନ କମିଟି ସଭାପତି ରାଧେଶ୍ୟାମ ସାହୁଙ୍କ ଆବାହକତ୍ୱରେ ଗତକାଲି ସ୍ଥାନୀୟ ଶ୍ରୀସୁବର୍ଣ୍ଣମେରୁ ବାବା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ସାଧାରଣ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ପ୍ରକାଶ ଥାଉକି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର ସମୟରେ ମନମୁଣ୍ଡା କୁ ଏନ୍ ଏ ସି ଘୋଷଣା କରାଯାଇଥିଲା।କିନ୍ତୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଟି ପର୍ଯ୍ୟାୟରେ ୨୮ଟି ସହରକୁ ଏନ୍ ଏ ସି ଘୋଷଣା କରିଥିବାବେଳେ ମନମୁଣ୍ଡାକୁ ଉପେକ୍ଷା କରାଯାଇ ସେଥିରେ ସ୍ଥାନିତ କରାଯାଇ ନ ଥିଲା। କାଳେ ପରବର୍ତ୍ତୀ ସମୟରେ ସରକାର ଏହାର ପୁନର୍ବିଚାର କରି ମନମୁଣ୍ଡାକୁ ଏନ୍ ଏ ସି ମାନ୍ୟତା ମିଳିବ ସେଇ ଆଶାରେ ଅଞ୍ଚଳବାସୀ ଆଶା ବାନ୍ଧି ଅପେକ୍ଷା କରିଥିଲେ। କିନ୍ତୁ ଅଦ୍ୟାବଧି ତାହା କରାଯାଇ ନ ଥିବାରୁ ଅଞ୍ଚଳବାସୀ ଘୋର ଅସନ୍ତୋଷ ପ୍ରକାଶ ପୂର୍ବକ ଧର୍ଯ୍ୟ ହରା ହୋଇ ଆନ୍ଦୋଳନ ମୁହାଁ ହୋଇଥିବା ଜାଣିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ଶ୍ରୀମାଝିଙ୍କ ଏନ୍ ଏ ସି ଘୋଷଣା ପୂର୍ବରୁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମନମୁଣ୍ଡା ଗସ୍ତରେ ଆସିଥିବାବେଳେ ମନମୁଣ୍ଡା ଏନ୍ ଏ ସି ପାଇଁ ଏକ ଦାଵୀ ପତ୍ର ପ୍ରଦାନ କରାଯାଇଥିଲା ଓ ସେ ସକାରାତ୍ମକ ମନ୍ତବ୍ୟ ମଧ୍ୟ ଦେଇଥିଲେ। ଏନ୍ ଏ ସି ପାଇଁ ଫର୍ମ ' ବି ' ରେ ମନମୁଣ୍ଡାର ଫିଜିବିଲିଟି ରିପୋର୍ଟ ମଧ୍ୟ ଜିଲ୍ଲା ପ୍ରଶାସନ ତରଫରୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଅଛି। ସମସ୍ତ ଔପଚାରିକତା ପାଳନ କରାଯାଉଥିବା ସତ୍ତ୍ଵେ ମନମୁଣ୍ଡାକୁ ଅଣଦେଖା କରାଯାଇଛି। ଏହାକୁ ନେଇ ଉପସ୍ଥିତ ଜନସାଧାରଣଙ୍କ ମତାମତ ଲୋଡା ଯାଇଥିଲା ଏବଂ ଆଜି ସକାଳ ୬ ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ପ୍ରସ୍ତାବିତ ମନମୁଣ୍ଡା ଏନ୍ ଏ ସି ଅଞ୍ଚଳରେ ୧୨ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦପାଳନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ବନ୍ଦପାଳନ ବେଳେ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ,ବ୍ୟାଙ୍କ୍, ବ୍ୟବସାୟ ପ୍ରତିଷ୍ଠାନ, ଦୋକାନ,ବଜାର,ସ୍କୁଲ, କଲେଜ,ବନ୍ଦ ରହିଛି ଓ ଯାନବାହାନ ଚଳାଚଳ ମଧ୍ୟ ବନ୍ଦ ରହିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେବେ ସାଇକଲ,ବାଇକ୍ ଓ ସମସ୍ତ ଜରୁରୀକାଳୀନ ଗାଡ଼ି ଯଥା - ଆମ୍ବୁଲାନ୍ସ,ଦମକଳ ଗାଡ଼ି,ଦୁଗ୍ଧ ବିତରଣ ଗାଡ଼ି,ରନ୍ଧନ ଗ୍ୟାସ,ଖବର କାଗଜ ପରିବହନ ଗାଡ଼ି, ପୁଲିସ ଗାଡ଼ି ଇତ୍ୟାଦିକୁ ବନ୍ଦ କରାଯାଉ ନାହିଁ। ଆଜିର ବନ୍ଦ ଡାକରା ସମୟରେ   ମନମୁଣ୍ଡା ସରପଞ୍ଚ ସୁଶ୍ରୀ ରଞ୍ଜୁ ବେହେରା, ପୂର୍ବତନ ସୋନପୁର ମ୍ୟୁନିସପାଲିଟି ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ,ବରିଷ୍ଠ ଓକିଲ ତ୍ରିନାଥ ପ୍ରଧାନ,ରାଜୁ,ଅକ୍ରୁର ବେହେରା, ବଣିକ ସଂଘ ସଭାପତି ଅଜିତ କୁମାର ମେହେର(କ ) ଅଜିତ ମେହେର (ଖ) ଅବସରପ୍ରାପ୍ତ ଅଧ୍ୟାପକ ନିରଞ୍ଜନ ହୋତା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ତ୍ରିପାଠୀ, ବିପ୍ର ଚରଣ ବେହେରା, ରୋହିତ ହୋତା, ସାମ୍ବାଦିକ ବିଜୟ ଆଚାର୍ଯ୍ୟ, ଆବୁ ବକ୍କର ସିଦ୍ଦିକି ଖାଁ, ବୈଦ୍ୟନାଥ ହୋତା, ସିଧେ ଶ୍ୱର୍ ଗିରି ବିଶିଷ୍ଟ ବ୍ୟବସାୟୀ ଆଶିଷ କୁମାର ସାହୁ,କୈବର୍ତ୍ତ ସମାଜ ସଭାପତି ସୁଦାମ ମଲ୍ଲିକ, ଯବାନ କ୍ଳବ୍ ସଭାପତି ରାଜୁ ନାଏକ,ବାସୁଦେବପାଲି ଆଞ୍ଚଳିକ ଯୁବ ପରିଷଦ ସଭାପତି ମୁନା ମହାନ୍ତି,ୟଙ୍ଗ ଷ୍ଟାର ଏସୋସିଏସନ୍, ତ୍ରିରଙ୍ଗା କ୍ଲବ,ଦେଉଳି ଯୁବକ ସଂଘ, ମୋଟର ଚାଳକ ସଂଘ ସଭାପତି ଅଞ୍ଜନ ପଟ୍ଟନାୟକ,ସଞ୍ଜୟ ନାୟକ,ଘନଶ୍ୟାମ ମେହେର ତଥା ସ୍ଥାନୀୟ ଅଞ୍ଚଳର ବହୁ ଜନସାଧାରଣ ଯୋଗଦେଇ ଥିଲେ।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like