-+91-9937148622 |

prerana_bgr@rediffmail.com |

  Sunday 1st November 2026 |

| | | |

R.N.I. Regd No. ODIODI/2010/46693

Breaking News

ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   (01-Nov-2026)       ||      ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା    (01-Nov-2026)       ||      କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ    (01-Nov-2026)       ||      ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   (01-Nov-2026)       ||      ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ    (01-Nov-2026)       ||      ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ    (01-Nov-2026)       ||      ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   (01-Nov-2026)       ||      ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   (01-Nov-2026)       ||      ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Nov-2026)       ||      ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   (31-Oct-2026)       ||      ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   (31-Oct-2026)       ||      ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   (31-Oct-2026)       ||      ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   (31-Oct-2026)       ||      ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   (31-Oct-2026)       ||      ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   (31-Oct-2026)       ||      ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   (31-Oct-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      *ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   (31-Oct-2026)       ||      ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   (31-Oct-2026)       ||     

HOME   ଜିଲ୍ଲା

ଏନ୍ ଏ ସି " ଦାବିରେ ୧୨ ଘଣ୍ଟିଆ ମନମୁଣ୍ଡା ବନ୍ଦ

23-Sep-2025



(ମନୋରଞ୍ଜନ ତ୍ରିପାଠୀ)
 ମନମୁଣ୍ଡାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ ଏ ସି) ମାନ୍ୟତା ପ୍ରଦାନ ଦାବିରେ ଆଜି ପ୍ରସ୍ତାବିତ ମନମୁଣ୍ଡା ଏନ୍ ଏ ସି ଅଞ୍ଚଳରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି ! ମନମୁଣ୍ଡା ଏନ୍ ଏ ସି କ୍ରିୟାନୁଷ୍ଠାନ କମିଟି ସଭାପତି ରାଧେଶ୍ୟାମ ସାହୁଙ୍କ ଆବାହକତ୍ୱରେ ଗତକାଲି ସ୍ଥାନୀୟ ଶ୍ରୀସୁବର୍ଣ୍ଣମେରୁ ବାବା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ସାଧାରଣ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ପ୍ରକାଶ ଥାଉକି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର ସମୟରେ ମନମୁଣ୍ଡା କୁ ଏନ୍ ଏ ସି ଘୋଷଣା କରାଯାଇଥିଲା।କିନ୍ତୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଟି ପର୍ଯ୍ୟାୟରେ ୨୮ଟି ସହରକୁ ଏନ୍ ଏ ସି ଘୋଷଣା କରିଥିବାବେଳେ ମନମୁଣ୍ଡାକୁ ଉପେକ୍ଷା କରାଯାଇ ସେଥିରେ ସ୍ଥାନିତ କରାଯାଇ ନ ଥିଲା। କାଳେ ପରବର୍ତ୍ତୀ ସମୟରେ ସରକାର ଏହାର ପୁନର୍ବିଚାର କରି ମନମୁଣ୍ଡାକୁ ଏନ୍ ଏ ସି ମାନ୍ୟତା ମିଳିବ ସେଇ ଆଶାରେ ଅଞ୍ଚଳବାସୀ ଆଶା ବାନ୍ଧି ଅପେକ୍ଷା କରିଥିଲେ। କିନ୍ତୁ ଅଦ୍ୟାବଧି ତାହା କରାଯାଇ ନ ଥିବାରୁ ଅଞ୍ଚଳବାସୀ ଘୋର ଅସନ୍ତୋଷ ପ୍ରକାଶ ପୂର୍ବକ ଧର୍ଯ୍ୟ ହରା ହୋଇ ଆନ୍ଦୋଳନ ମୁହାଁ ହୋଇଥିବା ଜାଣିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ଶ୍ରୀମାଝିଙ୍କ ଏନ୍ ଏ ସି ଘୋଷଣା ପୂର୍ବରୁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମନମୁଣ୍ଡା ଗସ୍ତରେ ଆସିଥିବାବେଳେ ମନମୁଣ୍ଡା ଏନ୍ ଏ ସି ପାଇଁ ଏକ ଦାଵୀ ପତ୍ର ପ୍ରଦାନ କରାଯାଇଥିଲା ଓ ସେ ସକାରାତ୍ମକ ମନ୍ତବ୍ୟ ମଧ୍ୟ ଦେଇଥିଲେ। ଏନ୍ ଏ ସି ପାଇଁ ଫର୍ମ ' ବି ' ରେ ମନମୁଣ୍ଡାର ଫିଜିବିଲିଟି ରିପୋର୍ଟ ମଧ୍ୟ ଜିଲ୍ଲା ପ୍ରଶାସନ ତରଫରୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଅଛି। ସମସ୍ତ ଔପଚାରିକତା ପାଳନ କରାଯାଉଥିବା ସତ୍ତ୍ଵେ ମନମୁଣ୍ଡାକୁ ଅଣଦେଖା କରାଯାଇଛି। ଏହାକୁ ନେଇ ଉପସ୍ଥିତ ଜନସାଧାରଣଙ୍କ ମତାମତ ଲୋଡା ଯାଇଥିଲା ଏବଂ ଆଜି ସକାଳ ୬ ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ପ୍ରସ୍ତାବିତ ମନମୁଣ୍ଡା ଏନ୍ ଏ ସି ଅଞ୍ଚଳରେ ୧୨ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦପାଳନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ବନ୍ଦପାଳନ ବେଳେ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ,ବ୍ୟାଙ୍କ୍, ବ୍ୟବସାୟ ପ୍ରତିଷ୍ଠାନ, ଦୋକାନ,ବଜାର,ସ୍କୁଲ, କଲେଜ,ବନ୍ଦ ରହିଛି ଓ ଯାନବାହାନ ଚଳାଚଳ ମଧ୍ୟ ବନ୍ଦ ରହିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେବେ ସାଇକଲ,ବାଇକ୍ ଓ ସମସ୍ତ ଜରୁରୀକାଳୀନ ଗାଡ଼ି ଯଥା - ଆମ୍ବୁଲାନ୍ସ,ଦମକଳ ଗାଡ଼ି,ଦୁଗ୍ଧ ବିତରଣ ଗାଡ଼ି,ରନ୍ଧନ ଗ୍ୟାସ,ଖବର କାଗଜ ପରିବହନ ଗାଡ଼ି, ପୁଲିସ ଗାଡ଼ି ଇତ୍ୟାଦିକୁ ବନ୍ଦ କରାଯାଉ ନାହିଁ। ଆଜିର ବନ୍ଦ ଡାକରା ସମୟରେ   ମନମୁଣ୍ଡା ସରପଞ୍ଚ ସୁଶ୍ରୀ ରଞ୍ଜୁ ବେହେରା, ପୂର୍ବତନ ସୋନପୁର ମ୍ୟୁନିସପାଲିଟି ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ,ବରିଷ୍ଠ ଓକିଲ ତ୍ରିନାଥ ପ୍ରଧାନ,ରାଜୁ,ଅକ୍ରୁର ବେହେରା, ବଣିକ ସଂଘ ସଭାପତି ଅଜିତ କୁମାର ମେହେର(କ ) ଅଜିତ ମେହେର (ଖ) ଅବସରପ୍ରାପ୍ତ ଅଧ୍ୟାପକ ନିରଞ୍ଜନ ହୋତା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ତ୍ରିପାଠୀ, ବିପ୍ର ଚରଣ ବେହେରା, ରୋହିତ ହୋତା, ସାମ୍ବାଦିକ ବିଜୟ ଆଚାର୍ଯ୍ୟ, ଆବୁ ବକ୍କର ସିଦ୍ଦିକି ଖାଁ, ବୈଦ୍ୟନାଥ ହୋତା, ସିଧେ ଶ୍ୱର୍ ଗିରି ବିଶିଷ୍ଟ ବ୍ୟବସାୟୀ ଆଶିଷ କୁମାର ସାହୁ,କୈବର୍ତ୍ତ ସମାଜ ସଭାପତି ସୁଦାମ ମଲ୍ଲିକ, ଯବାନ କ୍ଳବ୍ ସଭାପତି ରାଜୁ ନାଏକ,ବାସୁଦେବପାଲି ଆଞ୍ଚଳିକ ଯୁବ ପରିଷଦ ସଭାପତି ମୁନା ମହାନ୍ତି,ୟଙ୍ଗ ଷ୍ଟାର ଏସୋସିଏସନ୍, ତ୍ରିରଙ୍ଗା କ୍ଲବ,ଦେଉଳି ଯୁବକ ସଂଘ, ମୋଟର ଚାଳକ ସଂଘ ସଭାପତି ଅଞ୍ଜନ ପଟ୍ଟନାୟକ,ସଞ୍ଜୟ ନାୟକ,ଘନଶ୍ୟାମ ମେହେର ତଥା ସ୍ଥାନୀୟ ଅଞ୍ଚଳର ବହୁ ଜନସାଧାରଣ ଯୋଗଦେଇ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   01-Nov-2026
  ରାଜ୍ୟ  
ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା   01-Nov-2026
  ଜିଲ୍ଲା  
କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ   01-Nov-2026
  ଜିଲ୍ଲା  
ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   01-Nov-2026
  ଜିଲ୍ଲା  
ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ   01-Nov-2026
  ଜିଲ୍ଲା  
ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ   01-Nov-2026
  ଜିଲ୍ଲା  
ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   01-Nov-2026
  ଜିଲ୍ଲା  
ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   01-Nov-2026
  ଜିଲ୍ଲା  
ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   01-Nov-2026
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   31-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   31-Oct-2026
  ଜିଲ୍ଲା  
ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   31-Oct-2026

You Might Also Like