-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
19-Sep-2025
ଟିକାବାଲି (ରମେଶ ଚନ୍ଦ୍ର ପଣ୍ଡା): ଫୁଲବାଣୀ ଜିଲ୍ଲା ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟ ରେ ରାଜନୀତି ବିଜ୍ଞାନ ବିଭାଗ ତରଫରୁ ପିଜି ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ଙ୍କୁ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ସ୍ୱାଗତ ସମ୍ବର୍ଦ୍ଧନା ଗ୍ୟାମ୍ପନ କରିଥିଲେ, ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଯୋଗଦେଇ ଆତ୍ମବିଶ୍ଵାସ ଓ ଲକ୍ଷ୍ୟସ୍ଥିର କରି ଆଗକୁ ବଢିଲେ ସଫଳତା ପାଇପାରିବ ବୋଲି ପରାମର୍ଶ ଦେଇଥିଲେ l ବିଭାଗୀୟ ମୁଖ୍ୟ ଅଧ୍ୟାପକ ବନମାଳୀ ବେହେରା କଲେଜର ଆଦର୍ଶ ଓପରମ୍ପରା କୁ ନେଇ ଚଳିବାକୁ ଆହ୍ୱାନ ଦେଇଥିଲେ l ଅଧ୍ୟାପକ ରତନ ଡିଗାଲ, ତପନ ମିଶ୍ର, ଅଧ୍ୟାପିକା ସଂଘମିତ୍ରା ଦାଶ ଓ ନମିତା ମହାରଣା ଯୋଗଦେଇ କଲେଜର ନୀତି ନିୟମ ଓ ସୁନାଗରିକ ହୋଇ ନିଜକୁ ଗଢିବାକୁ ପରାମର୍ଶ ଦେଇଥିଲେ l ଛାତ୍ର ରାହୁଲ ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ଛାତ୍ରୀ ଅନିଶା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l