-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
19-Sep-2025
ବୀରମହାରାଜପୁର,(ବିନୋଦ ପାଣ୍ଡେ )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲ ରେ ଗୁରୁବାର ଦିନ ବିଜ୍ଞାନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଜ୍ଞାନ ଶିକ୍ଷକ ସମ୍ବିତ ପ୍ରଧାନ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସ୍କୁଲର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଏବଂ ଶ୍ୟାମ ସୁନ୍ଦର ସେଠୀ,ପଦ୍ମନାଭ ପ୍ରଧାନ, ବ୍ରହ୍ମାନନ୍ଦ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଚଳିତ ବର୍ଷ ପାଇଁ ବିଜ୍ଞାନ ଆଲୋଚନାଚକ୍ର ର ବିଷୟ ର ଶୀର୍ଷକ କ୍ୱାଣ୍ଟମ ଯୁଗ ଆରମ୍ଭ, ସମ୍ଭାବନା ଓ ଆହ୍ବାନ ହୋଇଥିବା ବେଳେ ଏଥିରେ ସ୍କୁଲର ପ୍ରାୟ ୩୦ ରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ବିଜ୍ଞାନ ଶିକ୍ଷକ ପଦ୍ମନାଭ ପ୍ରଧାନ ଓ ସମ୍ବିତ ପ୍ରଧାନ ବିଚାରକ ଭାବେ ପ୍ରତିଯୋଗୀଙ୍କୁ ମୂଲ୍ୟାଙ୍କନ କରିଥିଲେ। ଏଥିରେ ରୋଶନ ଧଳ ପ୍ରଥମ,ସମ୍ବିତ ପ୍ରଧାନ ଦ୍ଵିତୀୟ ଓ ଚନ୍ଦନ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଥିଲେ। କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏହା ସହିତ ଆସନ୍ତା ୨୦ ତାରିଖରେ ବ୍ଲକ ପିତାମହୁଲ ହାଇସ୍କୁଲରେ ହେବାକୁ ଥିବା ବ୍ଲକ ସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ରେ ଅଂଶ ଗ୍ରହଣ କରିବା ପାଇଁ ଏମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ହାସଲ କରିଥିବା ରୋଶନ ଧଳ ଙ୍କୁ ଚୟନ କରାଯାଇଛି। କାର୍ଯ୍ୟକ୍ରମ ଶେଷରେ ନଟବର ରଣା ଧନ୍ୟବାଦ ଅର୍ପଣ କରିଥିଲେ। ନଟିଆ ଚରଣ ସାହୁ, ଜଗନ୍ନାଥ ସାହୁ ଓ ନଟବର ରଣା ଧନ୍ୟବାଦ ଅର୍ପଣ କରିଥିଲେ।