-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
19-Sep-2025
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): ଡୁଙ୍ଗୁରିପାଲି ବ୍ଲକର ଅନ୍ଧାରିବାଞ୍ଜି ଉଚ୍ଚବିଦ୍ୟାଳୟରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିନୋଦ ବିହାରି ଦ୍ବାରୀ ଙ୍କ ସଭାପତିତ୍ବରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସହକାରୀ ଶିକ୍ଷକ ପବିତ୍ର ପଧାନ ସଭା ସଂଯୋଜନା କରିଥିଲେ ଓ ପ୍ରଧାନଶିକ୍ଷକ ସ୍ବାଗତ ଭାଷଣ ପୂର୍ବକ ସଭାକାର୍ଯ୍ଯ ଆରମ୍ଭ କରିଥିଲେ।ମୁଖ୍ଯ ବକ୍ତା ଭାବରେ ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାଳୟ, ଗଧାପାଲିର ହିନ୍ଦୀ ଶିକ୍ଷକ ଶୋଭାଚନ୍ଦ୍ର ବାରିକ ଯୋଗଦେଇ ହିନ୍ଦୀ ଭାଷାର ଗୁରୁତ୍ୱ ଓ ମହାନତା ଉପରେ ଆଲୋକପାତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ଯରେ କହିଥିଲେ।ସମ୍ମାନିତ ଅତିଥି ଭାବରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ,ଜୁଲୁଣ୍ଡା ର ହିନ୍ଦୀ ଶିକ୍ଷକ ଦୌଲତ ଷାଣ୍ଢ ଯୋଗ ଦେଇ ହିନ୍ଦୀ ଦିବସର ତାତ୍ପର୍ଯ୍ୟ ବିଷୟରେ କହିଥିଲେ।ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ କପୁର୍ଚ୍ଚନ ପଧାନ ଓ ଅନ୍ଧାରିବାଞ୍ଜି ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ତେଜୋମୟୀ ସାହୁ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ ଏବଂ ହିନ୍ଦୀ ଶିକ୍ଷକ ଅକୁନ୍ଦ ସାହୁ ଉତ୍ସବର ଉଦ୍ଦେଶ୍ଯ କହିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।ବରିଷ୍ଠ ଶିକ୍ଷକ ଚିତ୍ତରଞ୍ଜନ ପଧାନ ଛାତ୍ରଛାତ୍ରୀଙ୍କୁ ଶୁଭାଶିଷ ପ୍ରଦାନ କରିବା ସହିତ ଦଶମ ବୋର୍ଡ ପରୀକ୍ଷା- 2025ରେ ସର୍ବାଧିକ ନମ୍ବର ରଖି ବିଦ୍ୟାଳୟ ପାଇଁ ଗୌରବ ଆଣିଥିବା ଛାତ୍ରୀ ପ୍ରିୟା ପାତ୍ରଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ। ଦଶମ ଶ୍ରେଣୀ 2025 ବୋର୍ଡ ପରୀକ୍ଷାରେ ହିନ୍ଦୀ ବିଷୟରେ 90 ପ୍ରତିଶତ ରୁ ଅଧିକ ନମ୍ବର ରଖିଥିବା ପ୍ରିୟା ପାତ୍ର,ଶ୍ରୀୟା ପାତ୍ର, ଶୃତୀ ପଧାନ,ପବିତ୍ର ଥପା, ସୁକେଶ ସାହୁ,ହ୍ରିତିକ ପାତ୍ର,ପ୍ରାଚିମୟୀ ସାହୁଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିବା ସହିତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ପୂର୍ବରୁ ଅନୁଷ୍ଠିତ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।ଏହି ଉତ୍ସବକୁ ସଫଳ ରୂପାୟନ ପାଇଁ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ସରୋଜ ହୋତା,ମିତ୍ରଭାନୁ ସା,କ୍ଷିରୋଦ ଭୋଇ,ଶୁଶିଲ ପଧାନ, ଗୋପାଳ ସାହୁ,ଆନନ୍ଦ ନାଇକ ଓ ଅନିଲ ପଧାନ ସହଯୋଗ କରିଥିଲେ।