-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
19-Sep-2025
ଡୁଙ୍ଗୁରିପାଲିରୁ ଅରବିନ୍ଦମିଶ୍ରଙ୍କ ରିପୋର୍ଟ
ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ତୁନିଆମୁଣ୍ଡା ଗ୍ରାମରେ ଦୁଇ ପରିବାର ମଧରେ ଝଗଡା ହେଉଥିଲେ l ଏହି
ସମୟରେ ସାବିତ୍ରୀ ଯୁଆଡ଼ି ଘରର କବାଟ କୋଣରେ ଥିଲେ ଗେଡି ଜୁଆଡ଼ି ଏବଂ ପ୍ରହଲ୍ଲାଦ ଯୁଆଡ଼ି ଉକ୍ତ କବାଟକୁ ଠେଲି ଦେଇଥିଲେ lକବାଟ କୋଣରେ ଥିବା ସାବିତ୍ରୀ ତଳେ ପଡି ଯାଇଥିଲେ ଫଳରେ ତାଙ୍କର ମୃତ୍ୟ ହୋଉଥିଲା l ପୁଅ ନିର୍ମଳ
ଯୁଆଡ଼ି ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗକୁ ଭିତ୍ତି କରି ଥାନା କେଶ ନଂ ୧୬୭/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି l ଅଭିଯୁକ୍ତ ଗେଡି ଏବଂ ପ୍ରହଲ୍ଲାଦକୁ ଥାନାରେ ଅଟକ ରଖା ଯାଇଥିବା ଥାନା ଅଧିକାରିଣୀ ରୋଜାଲିନ ପଟେଲ ସୂଚନା ଦେଉଛନ୍ତି