-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
17-Sep-2025
ବୀରମହାରାଜପୁର, (ବିନୋଦ ପାଣ୍ଡେ ):
ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମଦିନ ଉପଲକ୍ଷେ ଆଜି ସଂନ୍ଧ୍ୟା ସମୟରେ ବୀରମହାରାଜପୁର ଜଗନ୍ନାଥ ମନ୍ଦିର ଠାରେ ୭୫ ଟି ଦୀପ ପ୍ରଜ୍ବଳନ ସହ ଆଳତି କରାଯାଇଥିଲା। ମୋଦୀଜୀ ଙ୍କ ଦୀର୍ଘ ସୁସ୍ଥ ଜୀବନ ଓ ଦେଶ ସେବା ପାଇଁ ସାମର୍ଥ୍ୟ ପାଇଁ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରାଯାଇଥିଲା। ଏହି ପୁଣ୍ୟ କାର୍ଯ୍ୟ ରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଉଷା କୁମାରୀ, ଜିଲ୍ଲା ସଭାପତି ବେଣୁଧର ଦାଶ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟ ମିଶ୍ର, ମଣ୍ଡଳ ସଭାପତି ସୁମନ୍ତ ଜଗଦଲା, ପୂର୍ବତନ ମଣ୍ଡଳ ସଭାପତି ଶରତ ମିଶ୍ର, ବରିଷ୍ଠ କାର୍ଯ୍ୟକର୍ତ୍ତା ରମେଶ ପଣ୍ଡା, ବିପିନ ପଣ୍ଡା, ରୋହିତ ପୁରୋହିତ, ବିପିନ ଭୋଇ, ଗୌର ଜଗଦଲା, ପଙ୍କଜ ନାୟକ, ପଙ୍କଜ ମେହେର, ବାବୁଲା ପଣ୍ଡା ପ୍ରମୁଖ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।