-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
17-Sep-2025
ସୁବର୍ଣ୍ଣପୁର, (ମନୋରଞ୍ଜନ ତ୍ରିପାଠୀ)
ସୋନପୁର ବ୍ଲକ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ୱସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ- ୨୦୨୫ କାର୍ଯ୍ୟକ୍ରମ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ ଙ୍କ ଅଧ୍ୟକ୍ଷତାରେ ଶୁଭାରମ୍ଭ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ଡାକ୍ତର ରାମଶଙ୍କର ତ୍ରିପାଠୀ, ବ୍ଲକ ପରିଚାଳକ ପ୍ରିୟରଞ୍ଜନ ସାହୁ, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରିଣୀ ନଳିନୀପ୍ରଭା ମେହେର, ଏମ.ଆର.ଏ ସୁଶାନ୍ତ ନାଏକ ଙ୍କ ତତ୍ଵାବଧାନରେ ଏବଂ ଡା. ମାତାଙ୍ଗିନୀ ମହାନ୍ତ(ଆୟୁଷ), ଡା. ଖୁସବୁ ଅଗ୍ରୱାଲ (ଡେଣ୍ଟାଲ) ସ୍ୱାସ୍ଥ୍ୟ ପରୀକ୍ଷାରେ ଏବଂ ନାମ ପଞ୍ଜିକରଣ ରେ ନମିତା ବାଘ ଓ ଇନ୍ଦୁଲତା ସେଠି ଏବଂ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଅଧିକାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l ଆଶା ଓ ଅଙ୍ଗନୱାଡି ଦିଦିମାନଙ୍କ ସହାୟତା ରେ ବିଭିନ୍ନ ଗ୍ରାମ ମାନଙ୍କ ରୁ ମହିଳା ମାନେ ଆସିବା ସହ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଚିକିତ୍ସା ପାଇ ଉପକୃତ ହୋଇଥିଲେ ଏହା ସହିତ ଏକ ପୋଷ୍ଟର ଓ ଲିଫ ଲେଟ ପ୍ରଦର୍ଶନ କରାଯାଇ ସମସ୍ତ ଙ୍କୁ ସଚେତନ ପାଇଁ ବଣ୍ଟନ କରାଯାଇଥିଲା l