-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
17-Sep-2025
(ପ୍ରେରଣା ଖବର)
କନ୍ଧମାଳ ଜିଲ୍ଲା କଳିଙ୍ଗିଆ ଗ୍ରାମର କଳିଙ୍ଗିଆ ଘାଟି ରେ ବାଦଲଫଟା ବର୍ଷା ଯୋଗୁଁ ପାହାଡ଼ରୁ ବଡ଼ ବଡ଼ ପଥର ଖସି ରାସ୍ତା ଅବରୋଧ ହୋଇଛି! ମାଟି ଅତଡ଼ା ଖସିଛି! ଫଳରେ ଶତାଧିକ ଗାଡି କନ୍ଧମାଳ ଫୁଲବାଣୀ ପଟୁ ଓ ଭଞ୍ଜନଗର ପଟୁ ଅଟିକିଛି,! ଘାଟିରେ ପୋଲିସ ଓ ବ୍ଲକ କତ୍ତୃପକ୍ଷ, ଓ ଜାତୀୟ ରାଜପଥ କତ୍ତୃପକ୍ଷ ପହଂଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି! ଯାତ୍ରୀବାହି ବସ ଓ ଅନ୍ୟାନ୍ୟ ଗାଡିକୁ ଘଟଣା ସ୍ଥଳ ପୂର୍ବରୁ ପୋଲିସ ଅଟକାଉଛି! ରାସ୍ତା ଉପରେ ମାଟି ଓ ପଥର ଜମା ହୋଇଥିବାରୁ ଫୁଲବାଣୀ ବ୍ରହ୍ମ ପୁର ରାସ୍ତା ଠପ ହୋଇଛି ଏବଂ ଫୁଲବାଣୀ ଓ ଗଞ୍ଜାମ ଜିଲ୍ଲା ବିଛିନ୍ନ ହୋଇଯାଇଛି! ରାତି ହୋଇଥିବାରୁ ରାସ୍ତାରୁ ପଥର ହଟାଯାଇ ପାରିନାହିଁ! ଏକମାସ ତଳେ ଅନ୍ଧାରକୋଟ ନିକଟରେ ଗାର୍ଡ ୱାଲ ଭୁଶୁଡି ପଡିଥିଲା! ଗାର୍ଡ ୱାଲ ମରାମତି ଚାଲିଥିବାବେଳେ ପାଞ୍ଚଦିନ ତଳେ ଏକ ବଡ଼ ପଥର ଖସି ପଡିଥିଲା! ଗତକାଲି ବାଦଲଫଟା ବର୍ଷାଯୋଗୁଁ ପ୍ରଥମଥର ପାଇଁ ଏତେ ବଡ଼ ଧରଣର ମାଟି ଅତଡ଼ା ଓ ବଡ ବଡ଼ ପର ଖସି ପଡିବାରୁ ଘାଟି ରାସ୍ତା ସମ୍ପୂର୍ଣ ବନ୍ଦ ହୋଇ ଯାଇଛି!