-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
17-Sep-2025
ଡୁଙ୍ଗୁରିପାଲି (ଅରବିନ୍ଦ ମିଶ୍ର): ଡୁଙ୍ଗୁରିପାଲି ବ୍ଲକ ଆଦର୍ଶ ବିଦ୍ୟାଳୟ ର ଛାତ୍ରୀ ସ୍କୁଲ ପାଇଁ ତଥା ଅଂଚଳ ପାଇଁ ଆଣିଲେ ଗୌରବ। ଆଦର୍ଶ ବିଦ୍ୟାଳୟ ର ଅଷ୍ଟମ ଶ୍ରେଣୀ ଛାତ୍ରୀ ପ୍ରାଚୀ ସ୍ଵଗତିକ ତଣ୍ଡିଆ ଜାତୀୟସ୍ତରରେ ହ୍ୟାଣ୍ଡବଲ ଟୁର୍ନାମେଣ୍ଟ ରେ ଓଡିଶା ପକ୍ଷରୁ ଖେଳିବା ର ସୁଯୋଗ ପାଇଛନ୍ତି।ସେ ବିଦ୍ୟାଳୟ ତରଫରୁ କଟକ ମିନିଷ୍ଟାଡିୟମକୁ ଖେଳିବାକୁ ଯାଇଥଲେ ସେଠାରୁ ତାଙ୍କୁ ଓଡିଶା ପାଇଁ ଖେଳିବା ପାଇଁ ଚୟନ ହୋଇଥିଲେ ଏବେ ସେ ହାଇଦ୍ରାବାଦ କୁ କୋଚିଂ ପାଇଁ ଯିବେ କୋଚିଙ୍ଗ ପରେ ସେ ନେସନାଲ ଲେଭେଲ ରେ ଭାଗ ନେବେ ତାଙ୍କର ସମସ୍ତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷତ୍ରୀ ଏବଂ ଛାତ୍ରୀ ଛାତ୍ରୀ ଅଭିନନ୍ଦନ ଜଣାଇବା ସହିତ ଜାତୀୟ ସ୍ତର ରେ ବିଜୟୀ ହେବାକୁ ଶୁଭେଚ୍ଛା ଜଣାଇଥିଲେ ଏବଂ ତାଙ୍କର ଘର ବରଗଡ଼ ଜିଲ୍ଲା ରିଟାମୁଣ୍ଡା ଗ୍ରାମ ହୋଇଥିବାରୁ ତାଙ୍କର ପରିବାର ପକ୍ଷରୁ ଅନେକ ଉଦଶାହ ଉଦିପନା ଦେଖିବାକୁ ମିଳିଥିବା ବେଳେ ଅଂଚଳ ରେ ଅନେକ ଶୁଭେଚ୍ଛାର ସୁଅ ଛୁଟୁଛି।