-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
17-Sep-2025
ସମ୍ବଲପୁର(ପ୍ରେରଣା ଖବର): ମାଁ ଝାଡେଶ୍ୱରୀ ଡିଗ୍ରୀ ମହାବିଦ୍ୟାଳୟ ଧମା ଠାରେ ଅଧ୍ୟକ୍ଷ ଅନୀଲ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ମାଁ ଙ୍କ ନାମରେ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୂଖ୍ୟ ଅତିଥି ଭାବରେ ଧମା ସରପଞ୍ଚ ଶ୍ରୀମତୀ ଲଲିତା ପଧାନ ଓ ସମ୍ମାନିତ ଅତିଥି ଭାବରେ +୨ ଅଧ୍ୟକ୍ଷ ଶ୍ରୀ ଅଶୋକ କୁମାର ପୂରୋହିତ ଯୋଗଦାନ କରିଥିଲେ ।କଲେଜର ୧୨୫ ଜଣ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ। ଏନ୍ ଏସ୍ ଏସ୍ ଓ ରେଡକ୍ରସ କର୍ମୀ ମାନଙ୍କ ତତ୍ବାବଧାନରେ ୧୫୦ଟି ଚାରା ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ସଂସାର ପ୍ରଧାନ, ପ୍ରମୋଦ ଦେହେରୀ, ବଳଦେବ ମହାକୁର ଓ ଅଧ୍ୟାପିକା ସୁଦିପ୍ତା ଦାସ, ଏକାଦଶୀଆ ଦେଲେଇ, ଦିଲିପ ଗୁରୁ, ଚିନ୍ମୟ ପାଣୀଗ୍ରାହୀ ସମେତ ୧୪ ଜଣ କର୍ମଚାରୀ ଯୋଗଦାନ କରିଥିଲେ।