-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
15-Sep-2025
ଲୋଇସିଂହା, (ବିନୋଦ ଦୀପ) ଆଜି ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁଢ଼ୀପଦର ଗ୍ରାମ ପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା l ଏହି ଶିବିରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଅକ୍ଷୟପାଣି ଉଡୁ, ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ପଧାନ, ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ କିଶୋରଚନ୍ଦ୍ର ମାନସିଂହ, ବ୍ଲକ ମଙ୍ଗଳ ଅଧିକାରୀ,ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ପ୍ରହଲ୍ଲାଦ ବେହେରା, ହିସାବ ରକ୍ଷକ ତଥା ତଥ୍ୟ ପ୍ରବେଶ ସଂଚାଳକ ଶ୍ରୀଯୁକ୍ତ ଜିତେନ୍ଦ୍ରିୟ ସାହୁ ଉପସ୍ଥିତ ଥିଲେ l ଏହି ଶିବିରରେ ସାମୁହିକ ୪ ଗୋଟି ଓ ବ୍ୟକ୍ତିଗତ ୧୩ ଗୋଟି ଅଭିଯୋଗ ଆସିଥିଲା l ଅଭିଯୋଗ ଶିବିର ସମାପନ ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ' ମା ପାଇଁ ଗଛଟିଏ ' କାର୍ଯ୍ୟକ୍ରମରେ ବୃକ୍ଷରୋପଣ କରାଯିବାକୁ ଥିବା ପ୍ରକଳ୍ପ ପାର୍କ ସଂଲଗ୍ନ ଖେଳ ପଡିଆକୁ କ୍ଷେତ୍ର ପରିଦର୍ଶନ କରିଥିଲେ l