-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
15-Sep-2025
ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ କୁଶଙ୍ଗ ଗ୍ରାମସ୍ଥିତ ପ୍ରାଚୀନ ଦେବୀପୀଠ ମା'କୁଶଙ୍ଗାଇଙ୍କ ମନ୍ଦିରରେ ରବିବାର ମୂଳାଷ୍ଟମୀ ତିଥିର ରାତିରେ ଖଣ୍ଡା ବସାଯାଇ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହୋଇଯାଇଛି।ଏହି ପ୍ରସିଦ୍ଧ ଶକ୍ତିପୀଠରେ ୧୬ ଦିନ ଧରି ଷୋଡ଼ଷଉପଚ।ରରେ ସ୍ୱତନ୍ତ୍ର ପୂଜାବିଧି ମହାଷ୍ଟମୀ ତିଥି ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।ଏହିସମୟରେ ବହୁସଂଖ୍ୟାରେ ଭକ୍ତମାନେ ମା'ଙ୍କର ଦର୍ଶନ ପାଇଁ ଆସିଥାନ୍ତି। ମନ୍ଦିର ପରିସର ରେ ଭଜନ, କୀର୍ତ୍ତନ୍ୟ, ଚଣ୍ଡିପାଠ, ଭାଗବତ ପାରାୟଣ, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିଏହି ଅବସରରେ ଅନୁଷ୍ଠିତ ହେବ। ମହାଳୟା ଦିନ ମା'ଙ୍କର ଧବଳମୁଖୀ ବେଶସହ ମହାଷ୍ଟମୀ ପର୍ଯ୍ୟନ୍ତ ନବଦୁର୍ଗାଙ୍କ ବିଭିନ୍ନ ବେଶରେ ଦର୍ଶନ ଦେବେ ମା'କୁଶଙ୍ଗାଇ । ମହାଷ୍ଟମୀ ତିଥିରାତିରେ ବଇଲ ଯାତ୍ରା ହେବ । ଏହି ଶାରଦୀୟ ପୂଜାରେ ସମସ୍ତ ସେବାୟତ ନିଷ୍ଠାର ସହ ମା'ଙ୍କର ସେବାପୂଜା କରିଥାନ୍ତି ଏବଂ ଗ୍ରାମବାସୀ ତଥା ମନ୍ଦିର ଉନ୍ନୟନ କମିଟୀ ସହଯୋଗ କରିଥାନ୍ତି।