-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
15-Sep-2025
କଣ୍ଟାବାଞ୍ଜି(ପ୍ରେରଣା ଖବର): ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଚଟୁଅନକା ପଞ୍ଚାୟତରେ ବହୁ ଅନିୟମିତା ହୋଇଥିବା ନେଇ ଅଭିଯୋଗ ଆସି ପହଞ୍ଚିଛି କଣ୍ଟାବାଞ୍ଜି ଥାନାରେ ।
ପ୍ରାପ୍ତ ସୂଚନା ଅନୁଯାୟୀ ଦୀର୍ଘ ମାସ ହେଲା ପିଡ଼ିଏସ ଚାଉଳ ହେରଫେର ଅଭିଯୋଗ ନେଇ ଟିଟିଲାଗଡ଼ ଉପ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ଚଟୁଅନକା ପଞ୍ଚାୟତର କୁର୍ଲୀ ଗ୍ରାମବାସୀ । ଏନେଇ ତୁରେକେଲା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟରେ ମଧ୍ଯ ଅଭିଯୋଗ ହୋଇ ସାରିଛି, କିନ୍ତୁ ଏଥିପ୍ରତି କାହାର ନଜର ପଡ଼ିଲା ନାହିଁ, କିମ୍ବା ଗ୍ରାମବାସୀଙ୍କ ଅଭିଯୋଗ ପ୍ରତି ଆନ୍ତରିକତା ପାହିଲା ନାହିଁ, ଫଳରେ ଆଜି ଥାନାରେ ପହଞ୍ଚିଲା ମାମଲା ।
ପ୍ରାପ୍ତ ସୂଚନା ଅନୁଯାୟୀ ସେପ୍ଟେମ୍ବର ଓ ଅକ୍ଟୋବର ମାସର ପିଡ଼ିଏସ ଚାଉଳ ବଣ୍ଟନ ପାଇଁ ଜୁଲାଇ ମାସରେ ଶିଲିପ କଟା ସରି ଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ହିତାଧିକାରୀ ମାନଙ୍କୁ ଚାଉଳ ବଣ୍ଟନ କରାଯାଇ ନାହିଁ ବୋଲି ନାଏକ ସରପଞ୍ଚ ଶ୍ରୀମତୀ କୌସଲ୍ୟା ରଣାଙ୍କ ସ୍ଵାମୀ ଦେବରାଜ ରଣା ବୟସ (୩୨) ପ୍ରତିବାଦ କରିଥିଲେ । ଓ ଅନେକ ସମୟରେ ତୁରେକେଲା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଟିଟିଲାଗଡ଼ ଉପ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଯାହାକୁ ନେଇ ପଞ୍ଚାୟତର ସରପଞ୍ଚ ଶ୍ରୀ ଜ୍ଞାନରଞ୍ଜନ ତାଣ୍ଡି ରାଗ ରଖିଥିଲେ ଆଉ ଆଜି ପିଡ଼ିଏସ ବଣ୍ଟନ ବେଳେ ଦେବରାଜ ସିଲିପ ମେସିନରେ ସିଲିପ କାହିଁକି ବାହାରୁ ନାହିଁ ବୋଲି ପ୍ରତିବାଦ କରିବାରୁ, ସରପଞ୍ଚଙ୍କ ଭଡ଼ାଟିଆ ଗୁଣ୍ଡା ମାନେ ଦେବରାଜଙ୍କୁ ଆକ୍ରମଣ କରିଥିଲେ, ଯାହାର ଭିଡ଼ିଓ ଉତ୍ତୋଳନ କରୁଥିବା ମୋବାଇଲ ଫୋନକୁ ସରପଞ୍ଚ ଜ୍ଞାନରଞ୍ଜନ ତାଣ୍ଡି ନିଜେ ଭାଙ୍ଗି ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ଦେବରାଜ ।
ଅନ୍ୟ ପକ୍ଷରେ ପଞ୍ଚାୟତର ଯୋଗାଣ ସହାୟକ ଭାବରେ କାର୍ଯ୍ୟ କରୁଥିବା ବିଶି ତାଣ୍ଡିଙ୍କୁ ଯୋଗାଣ ସହାୟକ ଠାରୁ ବାହାର କରିଦେଇ, ନିଜ ପୁତୁରା ଭକ୍ତଚରଣ ( ଓରଫ ଅରୁନ ) ତାଣ୍ଡିଙ୍କୁ ବେଆଇନ ଭାବେ ଯୋଗାଣ ସହାୟକ ଭାବରେ ରଖିଛନ୍ତି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି । ଯୋଗାଣ ସହାୟକ ବିଶି ତାଣ୍ଡିକୁ ବିନା କୌଣସି କାରଣରୁ ଚାକିରୀରୁ ବାହାର କରିଦେବାରୁ ବର୍ତ୍ତମାନ ସେ ଚିନ୍ତାରେ ଗୁରୁତ୍ତର ଅସ୍ଵାସ୍ଥ୍ୟ ଅଛନ୍ତି । ସେ ଜଣେ ଗରିବ ଲୋକ ବୋଲି ସେହି ସମୟରେ ନିଯୁକ୍ତ କରାଯାଇଥିଲା, ବର୍ତ୍ତମାନ ବିଶିଙ୍କ ୱାର୍ଡ଼ ସଭ୍ଯ ପତ୍ନୀ ବହୁ କଷ୍ଟ ମଷ୍ଟରେ ଧାର କରଜ କରି ସ୍ଵାମୀଙ୍କୁ ଚିକିତ୍ସା କରାଉଥିବା ପ୍ରକାଶ ।
ଏନେଇ ସରପଞ୍ଚ ଜ୍ଞାନ ରଞ୍ଜନ ତାଣ୍ଡିଙ୍କୁ ପଚାରିବାରୁ, ନାଏକ ସରପଞ୍ଚଙ୍କ ସ୍ଵାମୀ ଦେବରାଜ ରଣା ପିଡ଼ିଏସ ବଣ୍ଟନ ବେଳେ ଆସି ଦାଦାଗିରି କରି ଆଜି ଚାଉଳ ବଣ୍ଟନ କରିପାରିବ ନାହିଁ କହି, ମେସିନକୁ ଯୋଗାଣ ସହାୟକଙ୍କ ଠାରୁ ଛଡ଼ାଇ ନେଇଥିଲେ । ମତେ ଫୋନ କରିବାରୁ ଆସି ମୁଁ କାହିଁକି ମେସିନ ଛଡ଼ାଇ ନେଇଛ ଦିଅ ବୋଲି କହିବାରୁ, ଦେବରାଜ ରାଗି ଯାଇ ମହେନ୍ଦ୍ର ରଣାକୁ ଡ଼ାକିବାରୁ ମହେନ୍ଦ୍ର ଠେଙ୍ଗା ଧରି ଝଗଡ଼ା ଲାଗିବାକୁ ଆସି, ଗଣା ଲୋକ ତତେ ଭୋଟ ଦେଇ ଜିତାଇଛୁ ଆଉ ତୁଇ ଆମ ସଙ୍ଗେ ରାଜନୈତି କରିବୁରେ ବୋଲି ଗାଳିଗୁଲଜ କରିଥିଲେ ବୋଲି ପ୍ରକାଶ କରିଛନ୍ତି । ଏନେଇ ଉଭୟ ପକ୍ଷ ଥାନାରେ ଏତଲା ଦେଇଛନ୍ତି