-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
15-Sep-2025
ସିନାପାଲି(ପରମେଶ୍ୱର ମେହେର) ଗତକାଲି ସିନାପାଲି ଅବକାରୀ ଥାନା ଅଧୀନସ୍ଥ ରାଣ୍ଡିମୁଣ୍ଡା ପଞ୍ଚାୟତ ନାଏକପଡା ଓ ମାଝି ପଡାରେ ସିନାପାଲି ଅବକାରୀ ଥାନା ଅଧିକାରୀ ସିଦ୍ଧାନ୍ତ ପାତ୍ର ଙ୍କ ନେତୃତ୍ବରେ ସ୍ୱତନ୍ତ୍ର ସିନାପାଲି ପୋଲିସ ଓ ନୂଆପଡା ଜିଲ୍ଲା ଅବକାରୀଙ୍କ ମିଳିତ ଆନୁକୂଲ୍ୟରେ ଚଢାଉ କରି ହାତ ରନ୍ଧା ଦେଶି ମଦ ଜବତ କରିବା ସହ ଏହି ବେଆଇନ ମଦ କାରବାର ରେ ସମ୍ପୃକ୍ତ ଦୁଇଜଣ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ହେଲେ ନାଏକପଡାର ପବନ ମାଝି ଓ ମାଝିପଡାର ଶିବରାମ ମାଝି । ସୂଚନା ଅନୁସାରେ ନାଏକପଡା ଓ ମାଝିପଡା ଠାରେ ବେଆଇନ ଭାବେ ହାତରନ୍ଧା ଦେଶି ମଦ ରନ୍ଧା ଚାଲିଥିବା ଅବକାରୀ ବିଭାଗ ଯାଣିବାକୁ ପାଇଥିଲା । ସେଠୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଅତିରିକ୍ତ ତହସିଲଦାର ସୁପରଭିଜନ ଅଫ୍ ଏକ୍ସକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ମନୋରଞ୍ଜନ କେରକେଟାଙ୍କ ଉପସ୍ଥିତି ରେ ଚଢାଉ କରାଗଲା। ଉଭୟ ଅଭିଯୁକ୍ତ ଙ୍କ ଠାରୁ ମୋଟ ୨୫ ଲିଟର ଦେଶି ମଦ ଜବତ କରିବା ସହ ଏହି ମଦ ତିଆରି ରେ ବ୍ୟବହୃତ ବ୍ୟବହୃତ ବିଭିନ୍ନ ସାମଗ୍ରୀ କୁ ଅବକାରୀ ବିଭାଗ ଜବତ କରିଥିଲା । ଅଭିଯୁକ୍ତ ମାନଙ୍କ ନାମରେ ଦୁଇ ଗୋଟି କେସ୍ ଅବକାରୀ ଥାନାରେ ରୁଜୁକରି କୋର୍ଟ ଚାଲାଣ କରାଗଲା । ସେହି ପରି ରାଣ୍ଡି ମୁଣ୍ଡା ଫରେଷ୍ଟ ଏରିଆରୁ ୪୦ ଲିଟର ଓ ଖଇରପଦର ଫରେଷ୍ଟ ଏରିଆରୁ ୯୦ ଲିଟର ହାତ ରନ୍ଧା ଜବତ କରିଛନ୍ତି। ଅବକାରୀ ବିଭାଗ ର ଏହି ସ୍ୱତନ୍ତ୍ର ଟିମ୍ ରେ ଗଠିତ ଥୂବା ବିଭାଗୀୟ ଅଧିକାରୀ ଓ କର୍ମଚାରୀ ସାମିଲ ଥିଲେ । ପ୍ରକାଶ ଯେ ରନ୍ଧାମଦ କାରବ କାରବାର କରୁଥିବା ଅସାମାଜିକ ବ୍ୟକ୍ତି ମାନେ ହାତରନ୍ଧା ମଦ ତିଆରି କରି ଅଞ୍ଚଳ ର ବିଭିନ୍ନ ଖେତଖଲା ଓ ଜଙ୍ଗଲୀ ଜାଗାରେ ବୋତଲ ସହାୟତାରେ ଲୁଚାଇ ରଖୁଥିବା ବେଳେ ଲୁଚାଛୁପାରେ ମଦ କାରବାର ଚଲାଇଛନ୍ତି | ଏହି ମଦ କାରବାର କୁ ବିଭାଗୀୟ ଅଧୂକାରୀ ଦୃଷ୍ଟି ଦେଇ ସମ୍ପୂର୍ଣ ଭାବରେ ନିଷାମୁକ୍ତ ଅଞ୍ଚଳ କରିବାକୁ ବୁଦ୍ଧିଜୀବୀ ମହଲରେ ଅସନ୍ତୁଷ୍ଟ ପ୍ରକାଶ ପାଉଛି ।