-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
14-Sep-2025
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): ଗତକାଲି ଓଡିଶାର ରାଜଧାନୀ ଭୁବନେଶ୍ୱର ଉତ୍କଳ ମଣ୍ଡପ ଠାରେ ପଶ୍ଚିମଓଡିଶା ଯୁବା ମଞ୍ଚ ଦ୍ୱାରା ନୁଆଁଖାଇ ଭେଟଘାଟ ଆୟୋଜିତ ହୋଇଥିଲା l ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ, ଶୁଖା ଗ୍ରାମର ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ଯୁବା ସମାଜସେବୀ ମେଘନାଦ ପ୍ରଧାନ ଙ୍କୁ ଏହି ନୂଆଖାଇ ଭେଟଘାଟ ରେ ସମ୍ମାନିତ କରାହୋଇଥିଲା. ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ରାଜସ୍ବ ମନ୍ତ୍ରୀ ସୁରେଶ ପୁଝାରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଳିଙ୍ଗ, ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଳା, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ପୂର୍ବତନ ସାଂସଦ ଡ଼ଃ ପ୍ରଭାସ ସିଂ ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଶ୍ରୀମୟୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ. ପଶ୍ଚିମ ଓଡିଶାର ଲୋକକଳା, ସଂସ୍କୃତି, ପରମ୍ପରା, ନାଚ ଗୀତ ଇତ୍ୟାଦି ଙ୍କୁ ସୁନ୍ଦର ଭାବରେ କଳାକାର ମାନେ ପ୍ରଦର୍ଶନ କରିଥିଲେ. ରୁକୁ ସୁନା, ସର୍ବେଶ୍ୱର ଭୋଇ, ଅର୍ଚନା ପାଢ଼ୀ, ସାଶ୍ୱତ ତ୍ରିପାଠୀ, ଅଙ୍କିତ ପ୍ରମୁଖ କଳାକାର ନିଜର କଲା ପରିଦର୍ଶନ କରିଥିଲେ. WOYM ଦ୍ୱାରା ରାଜଧାନୀ ରେ ନୂଆଖାଇ ପ୍ରକୁତ ରେ ଆମର ଏକତା, ଆମର ଭାଷା, ସଂସ୍କୃତି କେ ଦୂର ଦୂର ତକ ପଂହଁନଚାଵର ଚେଷ୍ଟା ବୋଧେ ସଫଳ ହେଇଛେ