-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
14-Sep-2025
ଆଗଲପୁର, (ବିନୋଦ ଦୀପ) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ୍ ଅନ୍ତର୍ଗତ ଆଗଲପୁର ମାହେଶ୍ୱରୀ ସଂଗଠନ ତରଫରୁ ୬ ବର୍ଷ ପୂର୍ତ୍ତି ଅବସରରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା l ଏଥିରେ ମୁଖ୍ୟ ଅତିଥିଭାବେ ଆଗଲପୁର ତହସିଲଦାର ନବୀନ କିଶୋର ପାଢ଼ୀ ଫିତା କାଟି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ l ତାଙ୍କ ସହ ଆଗଲପୁର ଥାନାର ଥାନା ଅଧିକାରୀ ଶ୍ରୀ ବାସୁଦେବ ଭୋଇ,ସଂଗଠନର ଉପଦେଷ୍ଟା ଜୟନ୍ତ କୁମାର ସିଂଦେଓ, ସମୀର କୁମାର ସିଂଦେଓ ମଧ୍ୟ ଉପସ୍ଥିତ ଥିଲେ l ସଂଗଠନ ର ସଭାପତି ପ୍ରମୋଦ କୁମାର ସାହୁ ଏବଂ ସଂଯୋଜକ ସନ୍ୟାସୀ ମେହେର ଙ୍କ ତତ୍ୱାବଧାନରେ ଆଜି ଆଗଲପୁର ମାହେଶ୍ୱରୀ ସଂଗଠନର ରକ୍ତଦାନ ଶିବିରରେ ୧୦୦ ୟୁନିଟ ରକ୍ତଦାନ ସଂଗୃହିତ ହୋଇଥିଲା l ଯାହାକି ସଂଗଠନ ର ସବୁ ସଦସ୍ୟ ଏବଂ ଆଗଲପୁର ବାସୀ ର ପ୍ରଚେଷ୍ଟା ଦ୍ୱାରା ସମ୍ଭବ ହୋଇପାରିଛି। ଏହି କାର୍ଯକ୍ରମ କୁ ଅଞ୍ଚଳର ଜନସାଧାରଣ ତଥା ବୁଦ୍ଧିଜୀବୀ ଖୁବ୍ ପ୍ରଶଂସା କରିଛନ୍ତି। ଏହି ରକ୍ତଦାନ ଶିବିର କୁ ବୁର୍ଲା ବିରସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ ଓ ଡାକ୍ତରଖାନା ରୁ କର୍ମଚାରୀ ଆସି ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ସଂଗଠନ ର ସର୍ବ ଶ୍ରୀ ପ୍ରକାଶ ମେହେର, ସଞ୍ଜୟ ମେହେର, ଆକାଶ ମେହେର, ବିମଳ ସାହୁ, ଉମା ସାହୁ, ସୁଭ୍ରଜିଟ ମେହେର, ଖନା ମେହେର ଓ ଅନନ୍ତ ମେହେର ପ୍ରଭୃତି ସଦସ୍ୟ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ l