-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
14-Sep-2025
ତୁରେକେଲା (ପ୍ରେରଣା ଖବର): ବଲାଙ୍ଗିର ଜିଲ୍ଲା ତୁରକେଲା ବ୍ଲକ ଝରଣୀ ପଂଚାୟତ ଅନ୍ତର୍ଗତ ରାଉତମୁଣ୍ଡା ଗ୍ରାମର ପ୍ରସିଦ୍ଧ ଦଧିବାମନ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ ଉତ୍ସବ ଅନୁଷ୍ଟିତ ହୋଇଯାଇଛି ।
କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିଳାନ୍ୟାସ କରିଥିଲେ । କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ଅକ୍ଷୟ ମେହେରଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ । ପୁରୁଣା ମନ୍ଦିର ଭାଙ୍ଗିଯିବା ପରେ କ୍ଲବ ଘର ଭିତରେ ପୂଜା ପାଉଛନ୍ତି ଦଧିବାମନ ଠାକୁର | ଶୀଘ୍ର ମନ୍ଦିର ନିର୍ମାଣ କାମ ସରିବା ସହିତ, ଠାକୁରଙ୍କୁ ନୂତନ ମନ୍ଦିରରେ ପୂଜା ପାଇବେ । ସେଥିପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ବିଧାୟକ । ନୟାଗଡ଼ ଜିଲ୍ଲାର କାରିଗର ରଙ୍କନିଧି ପରିଡା ମନ୍ଦିର ନିର୍ମାଣ କରିବେ ।