-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
14-Sep-2025
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ସ୍ଥିତ ସିଦ୍ଧାର୍ଥ ଡିଗ୍ରୀ ମହାବିଦ୍ୟାଳୟ ୟୁବ ରେଡକ୍ରସ ଆନୁକୂଲ୍ୟରେ ବିଶ୍ବ ପ୍ରାଥମିକ ଉପଚାର ଦିବସ ପାଳିତ ହୋଇଯାଇଛି।ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ଧୀରେନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ବାଣୀ ପ୍ରସାଦ ବିଶ୍ଵାଳ,ସ୍ୱାସ୍ଥ୍ୟ ପ୍ରଶିକ୍ଷକ ବୈରାଗୀ ପଧାନ ଅତିଥି ଭାବେ ଯୋଗ ଦେଇ ଶାରୀରିକ ଦକ୍ଷତା ଉପରେ ସୂଚନା ଦେଇଥିଲେ । ସୁବର୍ଣ୍ଣପୁର ଜିଲ୍ଲା ଯୁବ ରେଡକ୍ରସ୍ ସଂଯୋଜକ ତଥା ଅର୍ଥନୀତି ଅଧ୍ୟାପକ ବିଶ୍ଵନାଥ ମିଶ୍ର ଯୋଗଦେଇ ଯୁବ ରେଡ୍କ୍ରସ୍ ସ୍ବେଚ୍ଛାସେବୀ ଓ ଛାତ୍ରଛାତ୍ରୀମାନଙ୍କୁ ଦୁର୍ଘଟଣାସ୍ଥଳରେ ଆହତମାନଙ୍କୁ ଆବଶ୍ୟକ ପ୍ରାଥମିକ ଉପଚାର ଦେବା ସହ କିପରି ନିରାପଦରେ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯିବ ସେ ଉପରେ ଆଲୋକପାତ କରିଥିଲେ l ଶେଷରେ ଅଧ୍ୟାପକ ଭାଗବାନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା, କର୍ମଚାରୀ ଓ ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।