-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
11-Sep-2025
ବୀରମହାରାଜପୁର, (ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଜଟେସିଂହା ଗ୍ରାମର ଯୁବ ଚାଷୀ ରସାନନ୍ଦ ସାହୁ (୫୫ )ବଜ୍ରାଘାତ ରେ ରାସ୍ତାରେ ତଳିପଡିଥିଲେ ତୁରନ୍ତ ଆମ୍ବୁଲାନ୍ସ ରେ ବୀରମହାରାଜପୁର ଡାକ୍ତରଖାନା କୁ ନିଆଯାଇଥିଲା ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ l ମୃତ ରସାନନ୍ଦ ନିଜ ଚାଷ ଜମିରେ କାମ କରିବାକୁ ଯାଇଥିଲେ ହେଲେ ଘଡଘଡି ଚଡ଼ଚଡ଼ି ବର୍ଷା ହେବାରୁ ରସାନନ୍ଦ ଘରକୁ ଫେରୁଥିବା ସମୟରେ ଘରକୁ ପହଂଚି ପାରିନଥିଲେ l ସନ୍ଧ୍ୟା ହୋଇଯାଇଥିବାରୁ ସକାଳୁ ଶବ ବ୍ୟବଚ୍ଛେଦ ପରେ ଶବ ପରିବାର କୁ ହସ୍ତାନ୍ତର କରାଯିବ ବୋଲି ଜଣାଯାଇଛି l ରସାନନ୍ଦ ଙ୍କ ମୃତ୍ୟୁ ଖବର ପ୍ରଚାରିତ ହେଲା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ରସାନନ୍ଦ ଙ୍କ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇଦେବା ପାଇଁ ଦୃଢ ଦାବି ହେଉଛି l