-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
10-Sep-2025
ବଲାଙ୍ଗୀର , ସେପ୍ଟେମ୍ବର ୧୦ ରୁ ୧୫ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ସୁଦୂର ଦୁବେଇ ଠାରେ ଆନ୍ତର୍ଜାତୀୟ ସ୍ତରରେ ଅନୁଷ୍ଠିତ ଭାରତ ସଂସ୍କୃତି ଯାତ୍ରାରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବାର ଗୌରବ ଲାଭ କରିଛନ୍ତି ବଲାଙ୍ଗୀରର ଝିଅ ପ୍ରିୟଂଶା । ବଲାଙ୍ଗୀର ଉଦୟ ନଗର ନିବସୀ ଉତ୍କଳ କୁମାର ସାହୁ ଓ ମାତା ଦିପୀକା ସାହୁଙ୍କ ଝିଅ ପ୍ରିୟଂଶା ପଲାଟି ଦିନରୁ ଓ ନୃତ୍ୟ ଓ ସଙ୍ଗୀତ ପ୍ରତି ଗଭୀର ରୂଚି ରଖିଥିଲେ ।
ବଲାଙ୍ଗୀରର ସଙ୍ଗୀତ ଅନୁଷ୍ଠାନ ସ୍ୱରଝଂକାରର ଛାତ୍ରୀ ପ୍ରିୟଂଶା ସାହୁ ଗୁରୁ ଡ. ଗଜେନ୍ଦ୍ର୍ର ଗୁରୁ ଓ ନିରଂଜନ ବେହେରାଙ୍କ ତ୍ତ୍ୱାଧନରେ ଓଡ଼ିଶୀ ନୃତ୍ୟ ଶିକ୍ଷାଲାଭ କରିଥିଲେ । ଯୁକ୍ତ ୨ ବାଣିଜ୍ୟ ବିଭାଗର ଛାତ୍ରୀ ପ୍ରିୟଂଶା ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପ, ଭଂଜ କଳା ମଣ୍ଡପ, ପୁରୀ ସମେତ ଲକ୍ଷ୍ନୋ ଓ ଆସାମର ଦିବୃଗଡ଼ରେ ମଧ୍ୟ ଓଡ଼ିଶୀ ନୃତ୍ୟ ପରିବେଷଣ କରି ପ୍ରଶଂସାଭାଜନ ହୋଇପାରିଛନ୍ତି । ଏବେ ଦୁବେଇ ରେ ଅନୁଷ୍ଠିତ ଭାରତ ସଂସ୍କୃତି ଯାତ୍ରାରେ ଭାଗ ନେବା ପାଇଁ ମନୋନୀତ ହୋଇ ପ୍ରିୟଂଶା ବଲାଙ୍ଗୀର ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି।