-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
10-Sep-2025
ବଲାଙ୍ଗୀର, ଆଜି ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଝାରୀଙ୍କ ଦିନିକିଆ ବଲାଙ୍ଗୀର ଗସ୍ତ ଅବସରରେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ଏକ ପ୍ରତିନିଧି ଦଳ ମନ୍ତ୍ରୀ ପୂଝାରୀଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଂଚ ସ୍ଥାପନ ଓ ବଲାଙ୍ଗୀରରେ ପ୍ରସ୍ତାବିତ ସିଭିଲ କୋର୍ଟ ନିର୍ମାଣର ସ୍ଥାନ ନିରୂପଣ ଉପରେ ଆଲୋଚନା ହୋଇଥିଲା । ବଲାଙ୍ଗୀରରେ ହାଇକୋର୍ଟ ବେଂଚ ଦାବିକୁ ନେଇ
ଓକିଲ ମାନଙ୍କ ଦାବିର ଯଥାର୍ଥତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ପୂଝାରୀ କହିଥିଲେ । ମନ୍ତ୍ରୀଙ୍କ ସହ ଆଲୋଚନାରେ ଓକିଲ ସଂଘର ସଭାପତି ବାସୁଦେବ ରଥ, ସଂପାଦକ ସଂଜୟ ବଗର୍ତ୍ତୀ,
ଯୁଗ୍ମ ସଂପାଦକ ସୁମିତ ଖୁଆସଙ୍କ ସମେତ ରତନ ମହାରଣା, ଭବାନୀ ଶଙ୍କର ଶତପଥୀ, ସତ୍ୟ ନାରାୟଣ ନାୟକ, ସରୋଜ ଗୁପ୍ତା, ରାଜେନ୍ଦ୍ର ମିଶ୍ର, ସମୀର ମିଶ୍ର, ସବିତାରଣୀ ମିଶ୍ର, ଦିପ୍ତୀ ଶର୍ମା, ମଳୟ ଗଡତ୍ୟା, ରବି ବହିଦାର, ଭାବନୀ ଭୋଇ, ଗୋବିନ୍ଦ ମହାନ୍ତି, ସୁଭାଷ ବେହେରା, ପ୍ରଦୀପ ତ୍ରିପାଠୀ, ପ୍ରିୟା ବହିଦାର, ଆର୍ତ୍ତତ୍ରାଣ ପୁରୋହିତ, ପ୍ରଦୀପ ମହାପାତ୍ର, ମୋହନଗୋପାଳ ପଣ୍ଡା, ପ୍ରଦୀପ ମହାପାତ୍ର ଓ ଅନ୍ୟମାନେ ଅଂଶଗ୍ରହଣ କରିଥିଲେ ।